ସ୍ୱାସ୍ଥ୍ୟ

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଗୋଟିଏ ଗ୍ଲାସ୍‌ ଗରମ କ୍ଷୀର, ୧୫ ଦିନ ପରେ ନିଜେ ହିଁ ଅନୁଭବ କରନ୍ତୁ ଫରକ୍‌

ଦୁଗ୍ଧ ଏମିତି ଏକ ପାନୀୟ, ଯେଉଁଥିରେ ସବୁ ପ୍ରକାର ପୋଷକ ତତ୍ତ୍ୱ ଭରି ରହିଥାଏ। ଆଉ ଏହା ଆମ ଶରୀର ପାଇଁ ନିହାତି ଆବଶ୍ୟକ ହୋଇଥାଏ। ଅନେକ ଲୋକ ସକାଳୁ କ୍ଷୀର ପିଇଥାଆନ୍ତି, କିନ୍ତୁ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଛଣାକୁ ଯିବା ପୂର୍ବରୁ ଅର୍ଥାତ୍‌ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌ ଗରମ କ୍ଷୀର ପିଇଲେ, ଅଦ୍ଭୁତ ସ୍ୱାସ୍ଥ୍ୟ ଲାଭ ମିଳିଥାଏ। ଆଜି ଆମେ ଆପଣଙ୍କୁ ରାତିରେ କ୍ଷୀର ପିଇ ଶୋଇବାର ୫ଟି ଫାଇଦା ବିଷୟରେ କହିବାକୁ ଯାଉଛୁ।

milk2

୧. ଶୋଇବା ପୂର୍ବରୁ ଗୋଟିଏ କପ୍‌ କ୍ଷୀର ଆପଣଙ୍କୁ ଶୀଘ୍ର ଶୋଇବାରେ ଏବଂ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ।

୨. ରାତିରେ ଗୋଟିଏ ଗ୍ଲାସ୍‌ ଗରମ କ୍ଷୀର ପିଅନ୍ତୁ। ଏହା ଆପଣଙ୍କୁ ପରଦିନ ପାଇଁ ଆବଶ୍ୟକ ଶକ୍ତି ଯୋଗାଇବ। ଏହାସହ ଆପଣଙ୍କ ମାନସିକ ଓ ଶାରୀରିକ କ୍ଷମତାକୁ ବଢ଼ାଇବାରେ ଏବଂ ଆପଣଙ୍କ ମିଜାଜକୁ ଠିକ୍‌ ରଖିବାରେ ମଧ୍ୟ ସାହାଯ୍ୟ କରିବ।

milk4

୩. ବିଛଣାକୁ ଯିବା ପୂର୍ବରୁ ଗୋଟିଏ ଗ୍ଲାସ୍‌ ଗରମ କ୍ଷୀର ଆପଣଙ୍କ ଓଜନକୁ ଖୁବ୍‌ଶୀଘ୍ର ହ୍ରାସ କରିବାରେ ସାହାଯ୍ୟ କରିବ। ସେହିପରି ରାତିରେ ଶୋଇବା ସମୟରେ ଆପଣଙ୍କୁ ଭୋକ ଲାଗିବ ନାହିଁ।

୪. ଗରମ କ୍ଷୀର ପିଇଲେ, ଆପଣଙ୍କ ମଳତ୍ୟାଗ ନିୟମିତ ରୂପେ ହୋଇଥାଏ ଏବଂ ଏହା ପାଚନ କ୍ରିୟାକୁ ସୁଧାରିଥାଏ।

୫. ଏହା ପ୍ରମାଣିତ ହୋଇଛି ଯେ କ୍ଷୀର କୋଲେଷ୍ଟ୍ରୋଲ୍‌ ସ୍ତରକୁ କମ୍‌ କରିଥାଏ ଏବଂ ହୃଦୟ ସମ୍ବନ୍ଧୀୟ ରୋଗରୁ ଆପଣଙ୍କୁ ଦୂରେଇ ରଖିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button