ମାଇଗ୍ରେନ ପରି ଜଟିଳ ସମସ୍ୟାରୁ ମୁକ୍ତି ଦେଇଥାଏ ଏହିସବୁ ସରଳ ଘରୋଇ ଉପଚାର

ପରିବର୍ତ୍ତିତ ଜୀବନ ଶୈଳୀ ମାଇଗ୍ରେନ ପରି ମାରାତ୍ମକ ରୋଗର ଅନ୍ୟତମ ମୁଖ୍ୟ କାରଣ । ମୁଣ୍ଡରେ ବାରମ୍ବାର ବିନ୍ଧା ହେବା କାରଣରୁ ଅନେକ ସମୟରେ ଯନ୍ତ୍ରଣା ଅସହ୍ୟ ହୋଇପଡେ । କେବେ କେବେ ଏହି ଯନ୍ତ୍ରଣା କିଛି ଘଣ୍ଟା ପାଇଁ ହେଉଥିବା ବେଳେ କେବେ କେବେ ୨ ଓ ୩ ଦିନ ପର୍ଯ୍ୟନ୍ତ ଲାଗିରହେ । ଏହି ସମସ୍ୟା ଉପୁଜିଲେ ଡାକ୍ତରଙ୍କ ପରାମର୍ଶ ନେବା ତ ସର୍ବୋତ୍ତମ କିନ୍ତୁ କୌଣସି କାରଣରୁ ନ ଯାଇପାରିଲେ ଘରୋଇ ଉପଚାରରେ ଏହାର ଚିକିତ୍ସା କରିପାରିବେ ।

୧. ଅଦା:
ଶରୀରର ବିଭିନ୍ନ ଦରଜ ଆଦିରୁ ମୁକୁଳିବା ପାଇଁ ଅଦା ମହୌଷଧି ପରି କାମ କରିଥାଏ । ମୁଣ୍ଡବିନ୍ଧା ଆରମ୍ଭ ହେଲେ ଆପଣ ତୁରନ୍ତ ଖଣ୍ଡେ ଅଦା ଚୋବାଇ ଖାଆନ୍ତୁ । ନଚେତ ଅଦା ଚାହା କରି ପିଅନ୍ତୁ । ନଚେତ ଅଦା ରସ ସହ ଲେମ୍ବୁ ରସ ମିଶେଇ ମଧ୍ୟ ପିଇ ପାରିବେ ।

୨. ଡାଲଚିନି :
ଶରୀରର ବିଭିନ୍ନ ସମସ୍ୟା ପାଇଁ ଡାଲଚିନି ରାମବାଣ ପରି କାମ କରିଥାଏ । ଏହାକୁ ପାଣିରେ ମିଶେଇ ଏକ ପେଷ୍ଟ ପ୍ରସ୍ତୁତ କରି ପିଅନ୍ତୁ ଅଥବା ରୋଗୀର ମଥାରେ ମାଲିସ କରନ୍ତୁ । ଅଧଘଣ୍ଟା ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ମୁଣ୍ଡବିନ୍ଧାରୁ ଖୁବ ଶୀଘ୍ର ଆରମ୍ଭ ମିଳିବ ।

୩. ଅଙ୍ଗୁର;
ସ୍ୱାଦିଷ୍ଟ ଫଳ ଅଙ୍ଗୁରରେ ଫାଇବର, ଭିଟାମିନ, କାର୍ବୋହାଇଡ୍ରେଟ ଭରପୁର ମାତ୍ରାରେ ମହଜୂତ ଥାଏ । ଏହାର ଜୁସ ପ୍ରସ୍ତୁତ କରି ମାଇଗ୍ରେନ ସକାଳ ସନ୍ଧ୍ୟାରେ ପିଇବାକୁ ଦିଅନ୍ତୁ ।

୪. ମୁଣ୍ଡ ମାଲିସ କରନ୍ତୁ;
ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ମୁଣ୍ଡ ଭଲଭାବେ ମାଲିସ କରିବା ସହ ବେକର ବ୍ୟାୟାମ ମଧ୍ୟ କରନ୍ତୁ । ଏମିତି କରିବା ଦ୍ୱାରା ଶରୀରର ରକ୍ତ ପ୍ରବାହ ଭଲ ହୋଇଥାଏ ।
୫. ଖରାରୁ ବଞ୍ଚନ୍ତୁ;
ସବୁଠୁ ଗୁରୁତ୍ୱପୁର୍ଣ ହେଉଛି ମାଇଗ୍ରେନ ରୋଗୀ ମାନେ ଉତ୍ତପ୍ତ ଖରାରୁ ଯଥା ସମ୍ଭବ ନିଜକୁ ରକ୍ଷା କରିବା ଉଚିତ । ଏହି କାରଣରୁ ଯନ୍ତ୍ରଣା ଅଧିକ ହୋଇଥାଏ ।
