ଶୀତ ଦିନେ ଆସ୍ଥମା ରୋଗୀମାନେ ସର୍ତକ ରହିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶୀତ ଋତୁ ଶରୀର ପାଇଁ ଯେତିକି ଭଲ ଆସ୍ଥମା ରୋଗୀମାନଙ୍କ ପାଇଁ ସେତିକି କଷ୍ଟକର ହୋଇଥାଏ। ଏହି ସମୟରେ ଥଣ୍ଡା, କାଶ ଏବଂ ଆଣ୍ଠୁ-ଗଣ୍ଠିରେ ଯନ୍ତ୍ରଣା ହେବା ସହ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯାଇଥାଏ। ଏହି କାରଣରୁ ଶୀତ ଦିନେ ଆସ୍ଥମା ରୋଗୀମାନେ ସତର୍କ ଏବଂ ସାବଧାନ ରହବିା ନିହାତି ଆବଶ୍ୟକ।
ବିଶେଷଜ୍ଞଙ୍କ କହିବାନୁୁଯାୟୀ ଶୀତ ଦିନ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ କିନ୍ତୁ କିଛି ଖାସ୍ ରୋଗ ଯେପରି ଆସ୍ଥମା, ହୃଦ ରୋଗ ଏବଂ କ୍ୟାନ୍ସରରେ ପିଡୀତ ଲୋକମାନଙ୍କ ପାଇଁ ଏହି ଋତୁ କିଛି ସମସ୍ୟା ମଧ୍ୟ ଆଣିଥାଏ। ଡାକ୍ତରଙ୍କ ମତ ଅନୁଯାୟୀ ଥଣ୍ଡା ଦିନେ ଆସ୍ଥମା ରୋଗୀଙ୍କ ଶ୍ୱାସ ସମ୍ବନ୍ଧିୟ ସମସ୍ୟା ବଢିଯାଇଥାଏ। ଏଥିସହ କ୍ୟାନ୍ସର ଏବଂ ଆଣ୍ଠୁ-ଗଣ୍ଠିରେ ଯନ୍ତ୍ରଣା ହେଉଥିବା ଲୋକଙ୍କ ଯନ୍ତ୍ରଣା ଆହୁରି ଅଧିକ ହୋଇଥାଏ।
ଏହି ସବୁଠାରୁ ଦୂରେଇ ରୁହନ୍ତୁ:
-ଆସ୍ଥମା ରୋଗରୁ ଦୂରେଇ ରହିବା ପାଇଁ ଶୀତ ଦିନେ ଘରକୁ ଧୂଳି ଏବଂ ଧୂଆଁରୁ ମୁକ୍ତ ରଖନ୍ତୁ।
-ଗରମ ପୋଷାକରେ ନିଜକୁ ସମ୍ପୁର୍ଣ୍ଣ ଘୋଡାଇ ରଖନ୍ତୁ।
-ଏସି ଏବଂ ଅତ୍ୟଧିକ ପବନ ହେଉଥିବା ଫ୍ୟାନ ତଳେ ବିଲକୁଲ୍ ବସନ୍ତୁ ନାହିଁ।
-ସର୍ବଦା ନିଜ ପାଖରେ ଇନହେଲର ରଖନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନେଇ ଷ୍ଟେରଏଡ୍ ବ୍ୟବହାର କରନ୍ତୁ।
-ନିଜ ଶରୀରକୁ ଯେତେ ସମ୍ଭବ ହୋଇପାରୁଛି ଗରମ ରଖିବା ପାଇଁ ଚେଷ୍ଟା କରନ୍ତୁ।



