ବାସ୍ତୁ ଅନୁଯାୟୀ ଏହି ଉପାୟରେ ଘରେ ଲଗାନ୍ତୁ ଦର୍ପଣ, ହେବ ଧନର ବର୍ଷା

ବିବାହରେ ଯିବା କିମ୍ବା ଘରୁ ବାହାରକୁ ଯିବା ସମୟରେ ନିଶ୍ଚିନ୍ତ ଦର୍ପଣର ଆବଶ୍ୟକତା ପଡିଥାଏ। ବିନା ଦର୍ପଣରେ ବାହାରକୁ ବାହାରିବା ଅସମ୍ଭବ ହୋଇପଡେ। ଦର୍ପଣ କେବଳ ଆମକୁ ଆମର ତ୍ୱଚା ଦେଖିବାରେ ସାହାଂଯ୍ୟ କରିନଥାଲ ବରଂ ଭାଗ୍ୟର ଖୋଲିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯେପରି ଦର୍ପଣ ଆମପାଇଁ ଆବଶ୍ୟକ ଠିକ୍ ସେହିଭଳି ବାସ୍ତୁ ଅନୁଯାୟୀ ମଧ୍ୟ ଏହାର ଭିନ୍ନ ମହତ୍ତ୍ୱ ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଦର୍ପଣ ଘରର ସଠିକ ଦିଗରେ ରହିଥାଏ ତେବେ ଘରେ ଖୁସି ଦେଖାଯାଇଥାଏ। ଠିକ୍ ସେହିଭଳି ଭୁଲ୍ ଦିଗରେ ଦର୍ପଣ ରଖିବା ଦ୍ୱାରା ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଘରର କେଉଁ ଦିଗରେ ଦର୍ପଣ ଲଗାଇବା ଅନୁଚିତ।
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର କୌଣସି କୋଣରେ ଦର୍ପଣ ଲଗାଇବା ସମୟରେ ଦର୍ପଣ ଉପରେ ଶୁଭ ବସ୍ତୁର ପ୍ରତିବିମ୍ବ ଦେଖାଯିବା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଦର୍ପଣକୁ କେବେ ବି ନିଜ ଇଛା ଅନୁସାରେ କାଟି ଘରେ ଲଗାନ୍ତୁ ନାହିଁ। କାରଣ ଏପରି କରିବା ଦ୍ୱାରା ଯଦି ସଠିକ୍ ରିଫ୍ଲେକ୍ଟ ନପଡିଥାଏ ତେବେ ଅଶୁଭ ପରିଣାମ ଭୋଗ କରିବାକୁ ପଡିପାରେ।
ଘରେ ଦର୍ପଣ ଲଗାଇବା ସମୟରେ ଏହା ଯେପରି ଅଧିକ ଉଚ୍ଚ କିମ୍ବା ନିଚ୍ଚାରେ ନଲାଗେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏପରି କରିବା ଦ୍ୱାରା ପରିବାର ସଦସ୍ୟଙ୍କ ମୁଣ୍ଡ ବିନ୍ଧା ହେବାର ସମସ୍ୟା ଦେଖାଯାଇଥାଏ। ଏଥିସହ ଶୋଇବା ଘରର ବେଡ୍ ସିଧାରେ ଦର୍ପଣ ରଖିବା ଅଦନୁଚିତ। କାରଣ ଏପରି କରିବା ଦ୍ୱାରା ପତି-ପତ୍ନୀଙ୍କ ବୈବାହିକ ସମ୍ପର୍କରେ ଚିନ୍ତା ଦେଖାଯାଇଥାଏ।
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଗୋଲ ଆକୃତିର ଦର୍ପଣ ରଖିବା ଶୁଭ ହୋଇନଥାଏ। ସେହିଭଳି ଆୟତାକାର ବା ବର୍ଗାକାର ଆକୃତିର ଦର୍ପଣ ରଖିବା ଶୁଭ ହୋଇଥାଏ। ଏଥିସହ ଭାଙ୍ଗିଯାଇଥିବା ଦର୍ପଣ ମଧ୍ୟ ଘରେ ରକିବା ଅନୁଚିତ କାରଣ ଏପରି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ବାସ କରିଥାଏ।
ଏହାବ୍ୟତୀତ ଯଦି ଘରର ଭୁଲ ଦିଗରେ ଦର୍ପଣ ଲାଗିଥାଏ ବା ତାକୁ କାଢିବା ସମ୍ଭବ ହୋଇନଥାଏ ତେବେ ତାହାର ଚାରି କୋଣରେ ଏବଂ ମଧ୍ୟ ଭାଗରେ ଏକ ଉର୍ଜାଯୁକ୍ତ ପରାମିଡ ଲଗାଇ ନକାରାତ୍ମକ ଶକ୍ତିକୁ ରୋକିବା ପାଇଁ ଚେଷ୍ଟା କରିପାରିବେ।



