ସ୍ୱାସ୍ଥ୍ୟ

ଚର୍ମରୋଗ ଠାରୁ ଆରମ୍ଭ କରି ପ୍ରଜନନ କ୍ଷମତା ବଢ଼ାଇବା ପର୍ଯ୍ୟନ୍ତ ସବୁ ସମସ୍ୟାରୁ ମୁକ୍ତି ଦେବ ଏହି ୪ଟି ଉପାୟ

ଖରାପ ଜୀବନ ଶୈଳୀ ଓ ଅସନ୍ତୁଳିତ ଖାଦ୍ୟପେୟ ଯୋଗୁ ଏବେକାର ଲୋକଙ୍କ ଇମ୍ୟୁନିଟି ସିଷ୍ଟମ୍‌ କ୍ରମଶଃ ଦୁର୍ବଳ ହୋଇଯାଉଛି। ଏହି କାରଣରୁ ଲୋକମାନେ ଜଲଦି ରୋଗରେ ପଡ଼ୁଛନ୍ତି। ମୋଟାପଣ, ଚର୍ମରୋଗ, ଦାନ୍ତ ରୋଗ ଓ ଯୌନ ସମସ୍ୟାରେ ଏବେ ଅଧିକାଂଶ ଲୋକ ପୀଡ଼ିତ ହେଉଛନ୍ତି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ବହୁତ ଉପାୟ ଥିଲେ ବି କେତେକ ସହଜ ଘରୋଇ ଉପଚାର ଦ୍ୱାରା ମଧ୍ୟ ଏଥିରୁ ମୁକ୍ତି ମିଳିପାରିବ। ଆସନ୍ତୁ ଜାଣିବା ଏହି ରୋଗରୁ ଉପଶମ ପାଇଁ କ’ଣ ଉପାୟ ରହିଛି…

ଦେହ ହାତ କୁଣ୍ଡାଇ ହେଉଥିଲେ:

Image result for itching hand

ଶୀତଦିନେ ଦେହ ହାତ କୁଣ୍ଡାଇ ହେବ ଏକ ସାଧାରଣ କଥା। ଏଥିରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଏକ ଛୋଟ ପାତ୍ରରେ ଅଳ୍ପ ନିମ ତେଲ ନେଇ ସେଥିରେ କିଛି କ୍ଷୀର ମିଶାନ୍ତୁ। କ୍ଷୀର ଛିଡ଼ିଗଲା ପରେ ଏହି ମିଶ୍ରଣକୁ କୁଣ୍ଡେଇ ହେଉଥିବା ସ୍ଥାନରେ ଲଗାନ୍ତୁ। ରାତିରେ ଶୋଇବା ବେଳେ ଏହାକୁ ଲଗାଇବା ଅଧିକ ଲାଭଦାୟକ ହୋଇଥାଏ।

ହଳଦିଆ ଦାନ୍ତକୁ ଚମକାଇବାକୁ ଏମିତି କରନ୍ତୁ:

 

ବିଡି ସିଗାରେଟ୍‌ ଓ ତମାଖୁ ସେବନ ଦ୍ୱାରା ଦାନ୍ତ ହଳଦିଆ ହେବାକୁ ଲାଗିଥାଏ, ଯାହା ଦେଖିବାକୁ ଖରାପ ଲାଗିଥାଏ। ଦାନ୍ତକୁ ଧଳା କରିବାକୁ ବଜାରରେ ମିଳୁଥିବା ଉତ୍ପାଦରେ ଅଧିକ ପରିମାଣରେ କେମିକାଲ ଥାଏ, ଏଣୁ ଏହା ଦାମୀ ହୋଇଥାଏ। କିନ୍ତୁ କୌଣସି କାମରେ ଆସିନଥାଏ। ଏଣୁ ଘରୋଇ ଉପାୟରେ ଦାନ୍ତ ଚମକାଇବାକୁ ଚାହୁଁଥିଲେ ଏକ ଗିନାରେ ଅଳ୍ପ ପେଷ୍ଟ ନିଅନ୍ତୁ ଓ ସେଥିରେ ଅଳ୍ପ ଲୁଣ ମିଶାଇ ଗୋଳାଇଦିଅନ୍ତୁ। ପରେ ସେଥିରେ ରସୁଣ ବଟା ଓ ଚାରି ଚିମୁଟା ବେକିଂ ସୋଡ଼ାକୁ ମିଶାଇ ଏକ ବହଳିଆ ପେଷ୍ଟ ବନାଇଦିଅନ୍ତୁ। ସକାଳେ ଓ ସନ୍ଧ୍ୟାରେ ଏଥିରେ ଦାନ୍ତ ଘଷନ୍ତୁ। ଦେଖିବେ ଅଳ୍ପ ଦିନ ଭିତରେ ଦାନ୍ତ କେମିତି ଚମକି ଉଠିବ।

ମୁହଁର ଦାଗ ଦୂରେଇବା ପାଇଁ:

 

ମୁହଁର କଳାଦାଗ ଦୂରେଇବା ପାଇଁ ଡାଲଚିନିକୁ ବ୍ୟବହାର କରିପାରିବେ। ଡାଲଚିନି ପାଉଡରରେ କିଛି ବୁନ୍ଦା ମହୁ ମିଶାଇ ଏକ ପେଷ୍ଟ ବନାନ୍ତୁ। ରାତିରେ ଏହାକୁ ମୁହଁରେ ଲଗାଇ ୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। କିଛି ମାସ ଭିତରେ ଚେହେରା ଚମକି ଉଠିବ।

ପ୍ରଜନନ କ୍ଷମତା ବଢ଼ାଇବାକୁ:

Image result for couple in bed

ଶରୀର ଦୁର୍ବଳ ରହିଲେ କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ। ଦୁର୍ବଳତା ଯୋଗୁ ପ୍ରଜନନ କ୍ଷମତା ମଧ୍ୟ ହ୍ରାସ ପାଏ। ପ୍ରଜନନ କ୍ଷମତା ବଢ଼ାଇବା ପାଇଁ ପ୍ରତିଦିନ କ୍ଷୀର ପିଇବା ଉଚିତ। କ୍ଷୀର ସହ ଗୋନ୍ଦ କତିରା ମିଶାଇ ପିଇବା ଦ୍ୱାରା ମାନସିକ ଚିନ୍ତା ଦୂର ହେବା ସହ ପ୍ରଜନନ କ୍ଷମତା ବଢ଼ିଥାଏ। ଏଥିରେ ଫୋଲିକ ଏସିଡ୍‌ର ମାତ୍ରା ଅଧିକ ରହିଥାଏ ଯାହା ଶରୀରର ରକ୍ତ ଅଭାବ ଦୂର କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button