ସ୍ୱାସ୍ଥ୍ୟ

କେବଳ ନିମ୍ବ ପତ୍ର ନୁହେଁ, ନିମ୍ବ କାଠିରେ ମଧ୍ୟ ରହିଛି ଔଷଧୀୟ ଗୁଣ

ନିମ୍ବ ପାଟିକୁ ପିତା ଲାଗିଥାଏ, କିନ୍ତୁ ଏଥିରେ ସବୁ ପ୍ରକାର ରୋଗର ଚିକିତ୍ସା ଲୁଚି ରହିଥାଏ। ନିମ୍ବ ଗଛ ଆପଣଙ୍କୁ ଯେକୌଣସି ସ୍ଥାନରେ ବି ମିଳିଯାଇପାରିବ। ଏଥିରେ ଥିବା ଅନେକ ଗୁଣକାରୀ ତତ୍ତ୍ୱ ରୋଗ ଦୂର କରି ମଣିଷକୁ ସୁସ୍ଥ କରିଥାଏ। ନିମ୍ବ ଏମିତି ଏକ ମହୋଷୌଧି, ଯେଉଁଥିରୁ ଔଷଧ ପ୍ରସ୍ତୁତ କରାଯାଇଥାଏ। ଆସନ୍ତୁ ଜାଣିବା, ନିମ୍ବ କାଠିର ଫାଇଦା ବିଷୟରେ।

1

୧. ଆପଣଙ୍କୁ ବାରମ୍ବାର ଖାଇବାର ଅଭ୍ୟାସ ଅଛି ଯଦି ନିମ୍ବ କାଠି ଚୋବାନ୍ତୁ। କାରଣ, ଏହାକୁ ଚୋବାଇଲେ ଏଭଳି ଅଭ୍ୟାସ ଦୂର ହୋଇଯାଇଥାଏ।

୨. ଦାନ୍ତ ପୋକ କାଟିଲେ, ନିୟମିତ ରୂପେ ନିମ୍ବ କାଠି ଚୋବାନ୍ତୁ। ନିମ୍ବ କାଠି ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।

୩. ନିମ୍ବ କାଠି ଦ୍ୱାରା ପାଚନ ତନ୍ତ୍ରକୁ ବି ଠିକ୍‌ ରଖାଯାଇପାରିବ।

3

୪. ଯେଉଁମାନଙ୍କର ଦୁଇଟି ଥୋଡି ରହିଛି, ସେମାନେ ନିମ୍ବ କାଠିକୁ ବାରମ୍ବାର ଚୋବାଇବା ଦରକାର। ଏହାଦ୍ୱାରା ମୁହଁର କସରତ ହୋଇଥାଏ ଏବଂ ଦୁଇଟି ଥୋଡିକୁ କମ୍‌ କରାଯାଇପାରେ।

୫. ମଧୁମେହ ରୋଗୀଙ୍କ ପାଇଁ ସବୁଦିନ ନିମ୍ବ ପିତା ଖାଇବା ଲାଭଦାୟକ ହୋଇଥାଏ। ଏହା ସେମାନଙ୍କ ଭିତରେ ଇନ୍‌ସୁଲିନ ସୃଷ୍ଟି ହେବାର କ୍ରିୟାକୁ ଆହୁରି ସକ୍ରିୟ କରିଥାଏ।

12

୬. ନିମ୍ବ କାଠି ଚୋବାଇଲେ, ଏଥିରୁ ବାହାରୁଥିବା ରସ ରକ୍ତକୁ ସଫା କରିଥାଏ।

୭. ନଖ ମଝିରୁ ଫାଟିଗଲେ କିମ୍ବା ନଖ ଭାଙ୍ଗିଗଲେ ନିମ୍ବ କାଠି ଫଳପ୍ରଦ ହୋଇଥାଏ। ଏହାକୁ ନେଇ ନଖରେ ଘଷିଲେ, ଏଭଳି ସମସ୍ୟା ଆଉ ଦେଖାଦେଇ ନ ଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button