ସ୍ୱାସ୍ଥ୍ୟ

ମାଢ଼ିରୁ ରକ୍ତ ବାହାରୁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ରକ୍ତସ୍ରାବ ବନ୍ଦ ହେବା ସହ ମଜଭୁତ ହେବ ଦାନ୍ତ

ମାଢ଼ିରୁ ରକ୍ତ ବାହାରିବା ଏକ ସାଧାରଣ କଥା। ସାଧାରଣତଃ କୌଣସି ଫଳକୁ କାମୁଡ଼ିବା ବେଳେ ମାଢ଼ିରୁ ରକ୍ତ ବାହାରିଥାଏ। ଏହା ଦ୍ୱାରା ପାଟିରେ ପୀଡ଼ା ହେବା ସହ ଅନ୍ୟମାନଙ୍କ ସାମ୍ନାରେ ଲାଜ ବି ଲାଗିଥାଏ। ଆପଣଙ୍କ ମାଢ଼ିରୁ ବି ଯଦି ରକ୍ତ ବାହାରୁଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। ଆପଣ ଚାହିଁଲେ କେତେକ ଘରୋଇ ଉପାୟରେ ମଧ୍ୟ ଏହି ସମସ୍ୟାକୁ ଦୂରେଇ ପାରିବେ। ଆସନ୍ତୁ ଜାଣିବା ମାଢ଼ିରୁ ରକ୍ତସ୍ରାବ ରୋକିବା ଉପାୟ…

bleeding_gums

 

  • ତ୍ରିଫଳା ଚା’ପିଇବା ଦ୍ୱାରା ମାଢ଼ିରୁ ରକ୍ତ ବାହାରିବା ସମସ୍ୟା ଦୂର ହୋଇଥାଏ। ତ୍ରିଫଳାରେ ଥିବା ଆଷ୍ଟ୍ରିଜେଣ୍ଟ ଉପାଦାନ ମାଢ଼ିରୁ ବ୍ଲିଡିଂ ରୋକିବାରେ ସାହାଯ୍ୟ କରେ।
  • କମଳା ରସରେ ଚିନି, ଚିମୁଟେ ଜିରା ଗୁଣ୍ଡ ମିଶାଇ ପିଇବା ଦ୍ୱାରା ମଧ୍ୟ ମାଢ଼ିରୁ ରକ୍ତ ବହେ ନାହିଁ।
  • ଲେମ୍ବୁ ପାଣି ପିଇବା ଦ୍ୱାରା ମଧ୍ୟ ମାଢ଼ିରୁ ରକ୍ତସ୍ରାବ ବନ୍ଦ ହୋଇଥାଏ।

Image result for remedies for bleeding gums

  • କଞ୍ଚା ସେଓ ମଧ୍ୟ ମାଢ଼ିରୁ ରକ୍ତ ବାହାରିବା ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ। ଖାଇବାର ଅଧ ଘଣ୍ଟା ପରେ କଞ୍ଚା ସେଓ ଖାଇବା ଦ୍ୱାରା ଦାନ୍ତ ସଫା ହୋଇଥାଏ ଓ ମାଢ଼ି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଆପଣ ଚାହିଁଲେ ନାସପାତି ବି ଖାଇପାରିବେ।
  • ଦିନରେ ଦୁଇ ତିନି ଥର ରସବେରୀ ଖାଆନ୍ତୁ। ମାତ୍ର ଏହାକୁ ଖାଲି ପେଟରେ ଖାଇବା ଆବଶ୍ୟକ। ମାତ୍ର ଏହାକୁ କେବେ ବି ଡାଏରୀ ପ୍ରଡକ୍ଟ ସହ ସେବନ କରନ୍ତୁ ନାହିଁ।
  • ମାଢ଼ିରୁ ରକ୍ତ ବାହାରୁଥିଲେ ନଡ଼ିଆ ତେଲରେ ମାଢ଼ିର ମସାଜ୍‌ କରିପାରିବେ। ଏହା ଦାନ୍ତ ମାଢ଼ିକୁ ମଜଭୁତ କରିଥାଏ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button