ସ୍ୱାସ୍ଥ୍ୟ

କାଶ ଯୋଗୁ ରାତିରେ ଶୋଇ ପାରୁନାହାନ୍ତି ନା, ଏଥିରୁ ମୁକ୍ତି ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଏହି ୪ଟି ପାନୀୟ

ଶୀତଦିନେ କାଶ ହେବା ଏକ ସାଧାରଣ କଥା। କିନ୍ତୁ କଫ ମିଶା କାଶ ଲାଗିରହିଲେ, ଏହା ଆପଣଙ୍କ ଶ୍ୱାସ ସମସ୍ୟାକୁ ବଢ଼ାଇ ଦେଇଥାଏ। ଏଥିଯୋଗୁ ଗଳା ଦରଜ ହୋଇଯିବା ସହ ରାତିରେ ଭଲ ନିଦ ମଧ୍ୟ ହୋଇ ନ ଥାଏ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ସିରପ ବ୍ୟବହାର କରିଥାଆନ୍ତି, ଯାହାକି ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ। ଯଦିଓ ଏହାକୁ ସେବନ କଲେ କାଶ ଭଲ ହୋଇଯାଇଥାଏ, କିନ୍ତୁ ଏହା ଶରୀର ଭିତରକୁ ଯାଇ କ୍ଷତି ପହଞ୍ଚାଇଥାଏ।

t44

ତେବେ ଏ ସବୁ ମଧ୍ୟରୁ ଆପଣଙ୍କ ପାଇଁ ସବୁଠାରୁ ଭଲ ହୋଇଥାଏ ଘରୋଇ ଉପଚାର। ଆଜି ଆମେ ଆପଣଙ୍କୁ ଘରେ ପ୍ରସ୍ତୁତ ହୋଇପାରୁଥିବା କିଛି ଔଷଧୀୟ ଚା’ ବିଷୟରେ କହିବାକୁ ଯାଉଛୁ।

୧. ପ୍ରଥମେ ପାଣିରେ ହଳଦୀ ମିଶାଇ ସେଥିରେ ଚା’ ପତି ପକାଇ ଦିଅନ୍ତୁ। ଏହାପରେ ଅଦା ଖଣ୍ଡେ ପକାଇ ଭଲ ଭାବେ ସିଝାନ୍ତୁ। ଏହାକୁ ଥଣ୍ଡା କରି ଶୋଇବା ପୂର୍ବରୁ ପିଅନ୍ତୁ। ଆପଣଙ୍କୁ ଉପଶମ ମିଳିପାରିବ।

tr5

୨. ଗୁଡକୁ ଭଲ ଭାବେ କୁଟି ତାହାକୁ ଗରମ ପାଣିରେ ପକାନ୍ତୁ। ଏହାପରେ ଅଳ୍ପ ଜୁଆଣି ପକାଇ ଭଲ ଭାବେ ସିଝାନ୍ତୁ। କିଛି ସମୟ ପରେ ପିଅନ୍ତୁ, ଦେଖିବେ କାଶରୁ ମୁକ୍ତି ମିଳିପାରିବ।

୩. ଦୁଇ କପ୍‌ ପାଣି ନେଇ ଗରମ କରନ୍ତୁ। ଏଥିରେ ଅଦା ଏବଂ ମହୁ ପକାଇ ସିଝାନ୍ତୁ। କିଛି ସମୟ ପରେ ତେନ୍ତୁଳି ପକାନ୍ତୁ। କିଛି ସମୟ ପରେ ଛାଣିକି ପିଅନ୍ତୁ। ଆପଣଙ୍କୁ ଶାନ୍ତି ମିଳିବ।

tu7

୪. ତୁଳସୀକୁ ଅଦା ସହିତ ମିଶାଇ ପାଣିରେ ପକାନ୍ତୁ। ପୁଣି ଏଥିରେ ଗୋଲମରିଚ ପକାଇ ଭଲ ଭାବେ ମିଶାନ୍ତୁ। ଏହି ପାଣି ପିଇବା ଦ୍ୱାରା ଉପଶମ ମିଳିପାରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button