ସ୍ୱାସ୍ଥ୍ୟ

ବେକ ଯନ୍ତ୍ରଣା ପାଇଁ ଆପଣାନ୍ତୁ ଏହି ବ୍ୟାୟାମ, ଯନ୍ତ୍ରଣାରୁ ମିଳିବ ମୁକ୍ତି

ଆଜିକାଲି ଅଫିସ ହେଉ ଅବା କର୍ମସ୍ଥଳରେ ଗୋଟେ ମୁଦ୍ରାରେ ବସିବା ଦ୍ୱାରା ପ୍ରାୟ ସମସ୍ତଙ୍କର ବେକ ଯନ୍ତ୍ରଣା ଦେଖିବାକୁ ମିଳୁଛି। ଏହି ଯନ୍ତ୍ରଣା ଯୋଗୁଁ ବହୁତ କଷ୍ଟ ମଧ୍ୟ ସହିବାକୁ ପଡୁଛି। ଅଧିକ ସମୟ ପର୍ଯ୍ୟନ୍ତ ଗୋଟେ ପୋଜିସନରେ ବସିବା ଯୋଗୁଁ ବେକରେ ଯନ୍ତ୍ରଣା ହେବାକୁ ଲାଗିଥାଏ। ବେଳେ ବେଳେ ବେକ ଯନ୍ତ୍ରଣା ଏପରି କଷ୍ଟ ଦେଇଥାଏ, ଯାହାକୁ ସହିବା କଷ୍ଟକର ହୋଇପଡେ। କିନ୍ତୁ ଏପରି କିଛି ବ୍ୟାୟାମ ରହିଛି, ଯାହାକୁ ଆପଣ ନିଜର ଦିନଚର୍ଯ୍ୟାରେ ସାମିଲ କରିବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ପାଇବା ସହ ଆରାମ ମଧ୍ୟ ପାଇବେ। ଆସନ୍ତୁ ଜାଣିନେବା…

– ପ୍ରଥମେ ଧୀରେ ଧୀରେ ନିଜ ବେକକୁ ଗୋଟେ ଦିଗକୁ ୫ ରୁ ୭ ସେକେଣ୍ଡ ମୋଡି ରଖନ୍ତୁ। ମୁହଁକୁ ଉପରକୁ ରଖି ପୁଣି ଧୀରେ ଧୀରେ ଅନ୍ୟ ଦିଗକୁ ମୋଡନ୍ତୁ। ଏପରି ୫ରୁ ୭ ସେକେଣ୍ଡ ପର୍ଯ୍ୟନ୍ତ ଏପରି ଆସନରେ ରୁହନ୍ତୁ। ଏପରି ୫ ଥର କରନ୍ତୁ ଆରାମ ମିଳିବ।

neck 1

– ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସବୁଠାରୁ ସରଳ ଉପାୟ ହେଉଛି ନିଜ ବେକକୁ ତଳକୁ ଝୁଲାଇ ନିଜ ଗାଲକୁ ଛାତିରେ ସ୍ପର୍ଶ କରନ୍ତୁ। ଏପରି ଅବସ୍ଥାରେ ୫ ସେକେଣ୍ଡ ରୁହନ୍ତୁ। ତା ପରେ ପୂର୍ବ ସ୍ଥିତିକୁ ଫେରିଆସନ୍ତୁ। ଏପରି ବ୍ୟାୟାମକୁ ପାଞ୍ଚ ଥର କରନ୍ତୁ।

– ନିଜ ବେକକୁ କାନ୍ଧ କଡକୁ ଝୁଲାଇ ରଖନ୍ତୁ। ଏପରି ୫ ସେକେଣ୍ଡ ଝୁଲାଇ ରଖିବା ପରେ ପୁଣି ମୁଣ୍ଡକୁ ଉପରକୁ ଉଠନ୍ତୁ। ପୁଣି ଥରେ ବେକକୁ ଅନ୍ୟ କାନ୍ଧ ପଟକୁ ୫ ସେକେଣ୍ଡ ପର୍ଯ୍ୟନ୍ତ ଝୁଲାଇ ରଖନ୍ତୁ। ଏପରି ବ୍ୟାୟାମକୁ ପାଞ୍ଚଥର କରନ୍ତୁ ମୁକ୍ତି ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button