ମନୋରଞ୍ଜନ

ଚା ସହିତ ନିଅନ୍ତୁ ‘ବେସନ ପାମ୍ପଡ’ର ମଜା, ଜାଣନ୍ତୁ ଏହାକୁ ବନାଇବାର ଜବରଦସ୍ତ ତରିକା

ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ଗ୍ରୁହିଣୀମାନେ ଚା ସହିତ କଣ ସ୍ନାକ୍ସ ଦେବେ ତା ପାଇଁ ଚିନ୍ତାରେ ପଡିଥାନ୍ତି। ସବୁ ମହିଳା ଚିନ୍ତାରେ ପଡନ୍ତି ଯେ ଏମିତି କଣ ଅଛି ଯେ ଯାହାକୁ ବନାଇଲେ ଚା’ର ମଜାକୁ ବଢ଼ିଆ ଭାବରେ ଉଠାଇହେବ। ଏମିତିରେ ଚା’ ସହିତ ଆଜି ଏମିତି କିଛି ଜିନିଷ ବିଷୟରେ ଆପଣଙ୍କୁ ଜଣାଇବୁ ଯାହାର ମଜା ଲମ୍ବା ସମୟ ଧରି ଉଠାଇପାରିବେ। ତେବେ ଆମେ କହୁଛୁ ବେସନ ପାମ୍ପଡ ବିଷୟରେ। ଏବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ଏକ କପ୍‌ ବେସନ

-୧/୪ ଚାମଚ ଜୀରା

-୧/୪ ଚାମଚ ଜୁଆଣୀ

-୧/୪ ଚାମଚ ହଳଦି ପାଉଡର

-ହେଙ୍ଗୁ ଚିମୁଟାଏ

-୧/୮ ଚାମଚ ଲାଲ ଲଙ୍କା ପାଉଡର

-ଲୁଣ ସ୍ୱାଦାନୁସାରେ

-ଦୁଇ ଚାମଚ ତେଲ

-ପାଣୀ ଆବଶ୍ୟକ ଅନୁସାରେ

besanପ୍ରସ୍ତୁତି ପ୍ରଣାଳୀ

-ଓଭନକୁ ୪୦୦ ଡିଗ୍ରୀ ପ୍ରୀ ହିଟରେ ରଖନ୍ତୁ।

-ଏବେ ଏକ ପାତ୍ରରେ ବେସନ, ଜୁଆଣୀ, ଜୀରା, ହଳଦୀ ହେଙ୍ଗୁ, ଲାଲ ଲଙ୍କା ପାଉଡର ଏବଂ ଲୁଣକୁ ପକାଇ ଭଲଭାବେ ମିକ୍ସ କରନ୍ତୁ।

-ଏହାସହିତ ବେକିଂ ପାଉଡର ଏବଂ ତେଲ ମଧ୍ୟ ପକାଇ ମିକ୍ସ କରନ୍ତୁ।

-ଏହାକୁ ମିଶ୍ରଣ କରି ଭଲଭାବେ ଚକଟନ୍ତୁ ନରମ ହେବା ପର୍ଯ୍ୟନ୍ତ।

-ଏହି ଚକଟାକୁ ଗୋଲା କରି ବେଲି ଦିଅନ୍ତୁ।

-ଏହାକୁ ଏତେ ପତଳା କରି ବେଲନ୍ତୁ ନାହିଁ ଏବଂ ଏହାକୁ ପାମ୍ପଡ ଆକାରରେ ହିଁ ବେଲନ୍ତୁ।

-ଏକ ଟୁଥପିକ ସାହାଯ୍ୟରେ ଏଥିରେ ଛେଦ କରିଦିଅନ୍ତୁ।

-ଓଭନରେ ୧୨-୧୩ ମିନିଟ ପର୍ଯ୍ୟନ୍ତ ବେକ୍‌ କରନ୍ତୁ।

-ଏହା ସାମାନ୍ୟ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ରଖନ୍ତୁ।

-ଏବେ ତାହାକୁ ବାହାରକୁ କାଢ଼ି ଥଣ୍ଡା କରନ୍ତୁ। ଏହାପରେ ଏହାକୁ ଏକ ଡବାରେ କାଢ଼ି ରଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button