ସ୍ୱାସ୍ଥ୍ୟ

ଆପଣ ଯଦି ଡାଇବେଟିସ୍‌ ରୋଗୀ, ତା’ହେଲେ ସକାଳ ଜଳଖିଆରେ ନିଶ୍ଚୟ ଖାଆନ୍ତୁ ଚୁଡା, ଜାଣନ୍ତୁ ଏହାର ଆଉ କିଛି ଫାଇଦା

ସକାଳ ଜଳଖିଆ ହାଲୁକା ହେବା ଦରକାର। କିଛି ଲୋକ ସକାଳ ଜଳଖିଆରେ ପରଟା, ବ୍ରେଡ୍‌, ବଟର ଆଦି ଖାଇବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଏଥିରେ ଫ୍ୟାଟ ବଢ଼ିଥାଏ। ତେଣୁ ଜଳଖିଆରେ ଭିଟାମିନ୍‌ ଏବଂ ମିନେରାଲ୍ସ ଭରପୂର ମାତ୍ରାରେ ରହିବା ଦରକାର। ଏଥିପାଇଁ ସବୁଠାରୁ ବେଷ୍ଟ ଅପଶନ ହୋଇଥାଏ ଚୁଡା। ଆସନ୍ତୁ ଜାଣିବା ଚୁଡା ଖାଇବାର ଫାଇଦା ବିଷୟରେ।

c2

• ଯଦି ଆପଣ ଚୁଡାରେ ପରିବା ମିଶାଇ ଖାଇବେ, ଏଥିରୁ ଆପଣଙ୍କ ଶରୀରକୁ ଭିଟାମିନ୍‌, ଖଣିଜ ଏବଂ ଫାଇବରର ମାତ୍ରା ଅଧିକ ମିଳିପାରିବ। ଏହାଛଡ଼ା ଚୁଡାରେ ଗଜାମୁଗ, ସୋୟାବିନ୍ସ, ଡ୍ରାଏ ଫ୍ରୁଟ୍‌ସ ଏବଂ ଅଣ୍ଡା ମିଶାଇଲେ ଏକ ହାଇ ପ୍ରୋଟିନ୍‌ ଡିସ୍‌ ତିଆରି ହୋଇଥାଏ।

• ଚୁଡାରେ ଭରପୂର ମାତ୍ରାରେ ଆଇରନ୍‌ ମିଳିଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ହେମୋଗ୍ଲୋବିନ୍‌ ଏବଂ ଇମ୍ୟୁନିଟ୍‌ ପାଓ୍ଵାର୍‌ ବଢ଼ିଥାଏ।

c4

• ଏଥିରେ ଭଲ ମାତ୍ରାରେ କାର୍ବୋହାଇଡ୍ରେଟ୍‌ ରହିଥାଏ, ଯେଉଁଥିରୁ ଶରୀରକୁ ଶକ୍ତି ମିଳିଥାଏ। ଆଉ ଏହା ରୋଗ ଦାଉରୁ ବି ଆମକୁ ରକ୍ଷା କରିଥାଏ।

• ଏଥିରେ କମ୍‌ ମାତ୍ରାରେ ଗ୍ଲୁଟେନ୍‌ ଥିବାରୁ ପେଟ ସମ୍ବନ୍ଧୀୟ ରୋଗ ହୋଇ ନ ଥାଏ।

c5

• ଡାଇବେଟିସ୍‌ ରୋଗୀଙ୍କ ପାଇଁ ଚୁଡା ଖାଇବା ବେଶ୍‌ ଲାଭଦାୟକ ହୋଇଥାଏ। ଏହା ଖାଇବାରେ ଭୋକ କମ୍‌ ହୋଇଥାଏ ଏବଂ ରକ୍ତଚାପ ଠିକ୍‌ ରହିଥାଏ।

• ଚୁଡାରେ ଅଧିକ ମାତ୍ରାରେ କ୍ୟାଲୋରୀ ମିଳିଥାଏ। ଭେଜିଟେବୁଲ୍‌ ଚୁଡାରେ ୨୪୪ କିଲୋ କ୍ୟାଲୋରୀ ଏବଂ ବାଦାମ ଚୁଡାରେ ୫୪୯ କିଲୋ କ୍ୟାଲୋରୀ ରହିଥାଏ।

Jpeg

• ଚୁଡା ହଜମ ହେବା ପାଇଁ ଶରୀରକୁ ଅଧିକ ପରିଶ୍ରମ କରିବାକୁ ପଡ଼ି ନ ଥାଏ। ଏହା ସହଜରେ ହଜମ ହୋଇଯାଉଥିବା ଖାଦ୍ୟ।

• କିଛି ବିଶେଷଜ୍ଞଙ୍କ କହିବା ହେଲା, ବ୍ରେକ୍‌ଫାଷ୍ଟରେ ଚୁଡା ଖାଇଲେ ଶରୀରକୁ ଅନେକ ମାତ୍ରାରେ ଫାଇଦା ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button