ସ୍ୱାସ୍ଥ୍ୟ

କଖାରୁ ଖାଇବାକୁ ଖୁବ୍‌ କମ୍‌ ଲୋକ ପସନ୍ଦ କରିଥାଆନ୍ତି। ସେମାନେ ଏହାକୁ ଦେଖିଲା ମାତ୍ରେ ମୁହଁ ଟେକନ୍ତି। କିନ୍ତୁ କଖାରୁ ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଫଳପ୍ରଦ। କଖାରୁରେ ଭିଟାମିନ୍‌ ଏ, ଖଣିଜ ଲବଣ, ଜିଙ୍କ୍‌, ଆଇରନ୍‌ ଆଦି ପ୍ରଚୁର ମାତ୍ରାରେ ଥାଏ। ଏହା ପୋଷକ ତତ୍ତ୍ୱର ଗନ୍ତାଘର। ଆଜି ଆମେ ଆପଣଙ୍କୁ କଖାରୁ ମଞ୍ଜିର ଫାଇଦା ବିଷୟରେ କହିବୁ। ଆସନ୍ତୁ ଜାଣିବା ସେ ବିଷୟରେ। k84 ୧. ସୁସ୍ଥ ହୃଦୟ ପାଇଁ ପ୍ରତିଦିନ ଏକ-ଚତୁର୍ଥାଂଶ କପ୍‌ କଖାରୁ ମଞ୍ଜି ଖାଇବା ଦ୍ୱାରା ଏହା ସାରାଦିନର ମାଗ୍ନେସିୟମ୍‌ର ଆବଶ୍ୟକତାକୁ ପୂରଣ କରିଥାଏ। ଏହା ହୃଦୟକୁ ସୁସ୍ଥ ଏବଂ ସକ୍ରିୟ ରଖିବାରେ ବେଶ୍‌ ଲାଭଦାୟକ ହୋଇଥାଏ। ଏପରି କି, ରକ୍ତଚାପକୁ ନିୟନ୍ତ୍ରିତ କରିବା ଏବଂ ଆକସ୍ମିକ ଆଘାତରୁ ସୁରକ୍ଷିତ ରଖିବାରେ ଏହା ସହାୟକ ହୋଇଥାଏ। k99 ୨. ଇମ୍ୟୁନ୍‌ ସିଷ୍ଟମକୁ ବଢ଼ାଇବାରେ କଖାରୁ ମଞ୍ଜିରୁ ପଯ୍ୟର୍ାପ୍ତ ପରିମାଣରେ ଜିଙ୍କ୍‌ ମିଳିଥାଏ। ଏହା ଇମ୍ୟୁନ୍‌ ସିଷ୍ଟମକୁ ବଢ଼ାଇବାରେ ଉପକାରୀ ସାବ୍ୟସ୍ତ ହୋଇଥାଏ। ସଂକ୍ରମଣଜନିତ ବିଭିନ୍ନ ରୋଗ, ଥଣ୍ଡା, କାଶ, ମୁଣ୍ଡବିନ୍ଧା ଆଦିରୁ ଶରୀରକୁ ସୁରକ୍ଷିତ ରଖିଥାଏ। ଏହାସହ ଡିପ୍ରେଶନକୁ ଦୂର କରିବାରେ ବି ସାହାଯ୍ୟ କରିଥାଏ। k8 ୩. ପ୍ରୋଷ୍ଟେଟ୍‌ ଗ୍ରନ୍ଥିକୁ ଠିକ୍‌ ରଖିଥାଏ ମିନେରାଲ ଏବଂ ଜିଙ୍କ୍‌ରେ ଭରପୂର କଖାରୁ ମଞ୍ଜି ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ। କାରଣ, ମିନେରାଲ ଏବଂ ଜିଙ୍କ୍‌ ପ୍ରୋଷ୍ଟେଟ୍‌ର ବିକାଶକୁ ରୋକିବାରେ ସାହାଯ୍ୟ କରିଥାଏ। k1 ୪. ନିଦ ପାଇଁ ବଢ଼ିବା ଔଷଧ ଶୋଇବା ପୂର୍ବରୁ କିଛି କଖାରୁ ମଞ୍ଜି ଖାଇବା ବହୁତ ଭଲ ହୋଇଥାଏ। ଆପଣ ଚାହିଁଲେ, କୌଣସି ଫଳ ସହିତ ଏହାକୁ ନେଇପାରିବେ। କଖାରୁ ମଞ୍ଜି ସେବନ କରିବା ଦ୍ୱାରା ଚିନ୍ତା କମ୍‌ ହୋଇଥାଏ ଏବଂ ଭଲ ନିଦ ଆସିଥାଏ। ୫. ଶକ୍ତି ଜାଗ୍ରତ କରାଏ ଯେଉଁ ଲୋକଙ୍କର ଏନର୍ଜି ଲେବୁଲ୍‌ କମ୍‌ ହୋଇଥାଏ, ସେମାନଙ୍କ ପାଇଁ କଖାରୁ ମଞ୍ଜି ରାମବାଣ ଭଳି କାମ କରିଥାଏ। ଏହା ଶରୀରରେ ରକ୍ତ ଏବଂ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। k2 ୬. ପୁରୁଷଙ୍କ ପାଇଁ ଲାଭକାରୀ ପୁରୁଷମାନେ କଖାରୁ ମଞ୍ଜି ସେବନ କରିବା ଉଚିତ। କାରଣ, ଏଥିରେ ଭରପୂର ମାତ୍ରାରେ ଜିଙ୍କ୍‌ ଥାଏ। ତେଣୁ ଜିଙ୍କ୍‌ ଅଭାବରୁ ଶରୀରରେ ଦେଖାଦେଉଥିବା ରୋଗକୁ ଏହା ଦୂର କରିଥାଏ। ଶରୀରରେ ଜିଙ୍କ୍‌ ପରିମାଣ କମିଲେ, ପୁରୁଷଙ୍କଠାରେ ଲିଙ୍ଗର ଶିଥିଳତା, ଶୀଘ୍ରପତନ, ନପୁଂସକତା ଆଦି କେତେକ ଯୌନ ସମ୍ବନ୍ଧୀୟ ରୋଗ ଦେଖାଦେଇଥାଏ। ସେହିପରି ଜିଙ୍କ୍‌ ଅଭାବ ହେଲେ ପୁରୁଷର ସେକ୍ସୁଆଲ ହର୍ମୋନ୍‌ ଟେଷ୍ଟୋଷ୍ଟେରୋନ୍‌ କମ୍‌ ତିଆରି ହୋଇଥାଏ, ଯଦ୍ଦ୍ଵାରା ଶୁକ୍ରାଣୁ କମିବାର ସମସ୍ୟା ଦେଖାଦେଇଥାଏ।

ଆଜିକାଲି ଦୁନିଆରେ କେତେବେଳେ କାହାକୁ କଣ ରୋଗ ମାଡିବସିଛୁଛି ତାହା ସମସ୍ତଙ୍କୁ ଅଜଣା। କାହିଁକିନା ଏମିତି ଘଟଣା ଆପଣ ଶୁଣିଛନ୍ତି ଯେ ଲୋକ ଛିଡା ହୋଇଥିବା ବେଳେ ତଳେ ପଡିଯାଏ ଏବଂ ତାଙ୍କର ମ୍ରୁତ୍ୟୁ ହୋଇଯାଏ। ଏଥିମଧ୍ୟରୁ ଅନେକ କାରଣ ହାଟଆଟାକ କାରଣରୁ ମଧ୍ୟ ହୋଇଥାଏ। କଣ ଆପଣ ଜାଣିଛନ୍ତି ହାର୍ଟ ଆଟାକର ଅଧିକ ଭୟ ବାଥରୁମରେ ଥାଏ। ଏହା ଏକ ଏମିତି ସ୍ଥାନ ଯେଉଁଠାରେ ମଣିଷ ପ୍ରତ୍ୟେକ ଦିନ ସମୟ ବିତାଇଥାଏ। ଏମିତିରେ ଏହା ସହ ଜଡିତ ଅନେକ ସୂଚନା ଆଜି ଆମେ ଆପଣଙ୍କୁ ଜଣାଇବୁ, ଯାହା ଆପଣଙ୍କର ଜାଣିବା ନିହାତି ଜରୁରୀ। ତେବେ ଆସନ୍ତୁ ଜାଣିବା ଯେ କାହିଁକି ଅଧିକ ହାର୍ଟ ଆଟାକର ଭୟ ବାଥରୁମରେ ରହିଥାଏ।

ମୁଣ୍ଡରେ ଥଣ୍ଡା ପାଣି

bathingଡାକ୍ତର ପରାମର୍ଶ ଦିଅନ୍ତି ଯେ ମୁଣ୍ଡ ଓଦା କଲାବେଳେ ଧୀରେ ଧୀରେ ମୁଣ୍ଡରେ ପାଣି ଢ଼ାଳିବା ଉଚିତ। ଆଉ ଯଦି ଆପଣ ସିଧାସଳଖ ମୁଣ୍ଡରେ ଥଣ୍ଡା ପାଣି ଢ଼ାଳିଦେଲେ ତେବେ ଏହାର ପ୍ରଭାବ ସିଧା ଆପଣଙ୍କ ରକ୍ତଚାପ ଉପରେ ପଡିଥାଏ।

bathବ୍ଲଡ ପ୍ରେସର

ଗାଧୋଇବା ସମୟରେ ମଧ୍ୟ ଆମ ଶରୀରରେ ରକ୍ତଚାପ ପ୍ରଭାବିତ ହୋଇପାରେ। ଏହା ପଛର ଅନେକ କାରଣ ହୋଇପାରେ ଯେ ଅଚାନକ ଗରମ ପାଣି କିମ୍ବା ଥଣ୍ଡା ପାଣି ବ୍ୟବହାର କରିବା, ବଡିକୁ ସଫା କରିବାରେ ଅଧିକ ପ୍ରେସର ଦେବା, ଦୁଇ ଗୋଡ ସାହାରାରେ ଅଧିକ ସମୟ ପଯ୍ୟର୍ନ୍ତ ବସି ରହିବା, ଜଲଦି ଜଲଦି ଗାଧୋଇବା, ବାଥଟବରେ ଅଧିକ ସମୟ ପଯ୍ୟର୍ନ୍ତ ବସି ରହିବା ଆଦି ଅଭ୍ୟାସ ସବୁ ହାର୍ଟ ରେଟ ଉପରେ ପ୍ରଭାବ ପଡିଥାଏ। ଏହା ବ୍ଲଡ୍‌ ଫ୍ଲୋକୁ ପ୍ରଭାବିତ କରି ଧମନୀ ଉପରେ ଚାପକୁ ବଢ଼ାଇଥାଏ। ଯାହା ଦ୍ୱାରା ହାର୍ଟ ଆଟାକ କିମ୍ବା କାର୍ଡିଆକ୍‌ ଆରେଷ୍ଟ ହେବାର ସମସ୍ୟା ରହିଥାଏ।

toiletଟଏଲେଟ ପ୍ରେସର

ଟଏଲେଟ ସିଟ୍‌ ଉପରେ ବସିବା କିମ୍ବା ଇଣ୍ଡିଆନ ଷ୍ଟାଇଲ ଟଏଲେଟର ବ୍ୟବହାର କରିବା ସମୟରେ ଅଧିକ ପ୍ରେସର ଲଗାଇବା କିମ୍ବା ଅଧିକ ସମୟ ପଯ୍ୟର୍ନ୍ତ ବସି ରହିବା ଦ୍ୱାରା ରକ୍ତ ପରିସଞ୍ଚରଣକୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ହ୍ରୁଦୟର ଧମନୀ ଉପରେ ପଡିଥାଏ। ଯାହା ହାର୍ଟ ଆଟାକ କିମ୍ବା କାର୍ଡିୟାକ ଆରେଷ୍ଟର କାରଣ ସାଜିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button