ମୁହଁରୁ ଭାତୁଡି ଦୂର କରିବାକୁ ଚାହୁଁଛନ୍ତି କି ? ବ୍ୟବହାର କରନ୍ତୁ ଏହି ଦୁଇଟି ଫଳର ଚୋପା

ଅନେକ ଲୋକ ନିଜ ଚେହେରାରେ ଥିବା ଭାତୁଡି ସମସ୍ୟାକୁ ନେଇ ଚିନ୍ତିତ ରହିଥାନ୍ତି। ଏହା ଯୁବତୀମାନଙ୍କ ସୁନ୍ଦରତାକୁ କମ୍ କରିଦିଏ। ଏଥିପାଇଁ ଯୁବତୀମାନେ ବେଶି ଚିନ୍ତିତ ଥାନ୍ତି। ସାଧାରଣତଃ ପିଗମେଣ୍ଟ କୋଷିକା ଯୋଗୁଁ ଭାତୁଡି ହୋଇଥାଏ। ଏମିତିରେ ଏହାକୁ ଭଲ କରିବା ପାଇଁ ଆପଣ ବଜାରରେ ମିଳୁଥିବା ମହଙ୍ଗା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରିଥାନ୍ତି। ଯାହା ଫାଇଦାଯୁକ୍ତ ହୋଇନଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, କିଛି ଘରୋଇ ଉପାୟ ଅବଲମ୍ବନ କରି ଭାତୁଡିକୁ ଆପଣ ଦୂର କରିପାରିବେ। ଆପଣ କଦଳୀ ଏବଂ ଆଳୁର ଚୋପାକୁ ବ୍ୟବହାର କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

କଦଳୀ ଚୋପାରେ ଅକ୍ସିକରଣ ପ୍ରତିରୋଧ ତତ୍ତ୍ୱ ଭରି ରହିଥାଏ। ଯାହା ଭାତୁଡିକୁ ଦୂର କରିବାରେ ସହାୟକ ହୋଇଥାଏ। ଭାତୁଡିରୁ ମୁକ୍ତି ପାଇବା ପାଇଁ କଦଳୀ ଚୋପାକୁ ରାତି ସାରା ଭାତୁଡି ଉପରେ ଲଗାଇ ରଖିଦିଅନ୍ତୂୁ। ଏପରି କରିବା ଦ୍ୱାରା ଆପଣ ମୁକ୍ତି ପାଇପାରିବେ।
କେବଳ କଦଳୀ ନୁହେଁ ଆଳୁ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିପାଇଁ ଆପଣ ଆଳୁ ଚୋପାକୁ ନେଇ ପେଷ୍ଟ କରି ଭାତୁଡିରେ ଲଗାନ୍ତୁ। ଏପରି କିଛି ଦିନ ଗଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
