ନୀତି

ଏହି ୫ ସହଜ ଉପାୟ ଦ୍ୱାରା ଘରୁ ଦୂର କରନ୍ତୁ ନକାରାତ୍ମକତା, ମିଳିବ ବାସ୍ତୁଦୋଷ ଠାରୁ ମୁକ୍ତି

ହିନ୍ଦୁଧର୍ମରେ ବାସ୍ତୁଶାସ୍ତ୍ରର ବହୁତ ବଡ ମହତ୍ତ୍ୱ ରହିଛି। ବାସ୍ତୁ ଅନୁସାରେ ରେ ଥିବା ଅନେକ ଜିନିଷ ମଣିଷ ଜୀବନରେ ଗଭୀର ପ୍ରଭାବ ପକାଇଥାଏ। ଏହି ପ୍ରଭାବ ସକାରାତ୍ମକ ଏବଂ ନକାରାତ୍ମକ ଉଭୟ ମଧ୍ୟ ହୋଇପାରେ। ନକାରାତ୍ମକ ପ୍ରଭାବ ଘରେ ବାସ୍ତୁଦୋଷ ଉତ୍ପନ୍ନ କରି ଅନେକ ସମସ୍ୟାର କାରଣ ସାଜିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ବାସ୍ତୁରେ କୁହାଯାଇଥିବା କିଛି ଉପାୟ ଜଣାଇବୁ ଯାହା ସାହାଯ୍ୟରେ ଆପଣ ବାସ୍ତୁ ଦୋଷ ଠାରୁ ମୁକ୍ତି ପାଇପାରିବେ ଏବଂ ନକାରାତ୍ମକ ଶକ୍ତିକୁ ଦୂର କରିପାରିବେ। ତେବେ ଆସନ୍ତୁ ଜାଣବା ଏହି ବାସ୍ତୁ ଉପାୟ ବିଷୟରେ।

-ଘର ବାହାରେ ରଙ୍ଗୋଲୀ ବନାଇବା ଦ୍ୱାରା ଘରେ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ରଙ୍ଗୋଲୀ କରିବା ଦ୍ୱାରା ମନ ପ୍ରସନ୍ନ ରହିଥାଏ ଏବଂ ନକାରାତ୍ମକ ବିଚାର ଦୂର ହୋଇଥାଏ।

rangoli-ନକାରାତ୍ମକତା ଶେଷ କରିବା ପାଇଁ ଘରେ କର୍ପୁର, ଦେଶୀ ଘିଅ ଏବଂ ଚନ୍ଦନ ଚଳାଇ ତାର ଧୂଆ ଉତ୍ପନ୍ନ କରନ୍ତୁ। ଏହାର ଧୂଆଁ ଦ୍ୱାରା ବାତାବରଣରେ ଥିବା ସୂକ୍ଷ୍ମ ହାନିକାରକ କୀଟାଣୁ ନଷ୍ଟ ହୋଇଯାଇଥାଏ।

-ଘରେ ସକାରାତ୍ମକ ବାତାବରଣ ସଦୈବ ରଖିବା ପାଇଁ ଘର ପୋଛିବା ସମୟରେ ପାଣିରେ ଲୁଣ ମିଶାଇବା ଉଚିତ। ଲୁଣରେ ଏହି କ୍ଷମତା ରହିଥାଏ ଯେ ନକାରାତ୍ମକ ଉର୍ଜାକୁ ଗ୍ରହଣ କରି ସକାରାତ୍ମକ ଉର୍ଜାର ସଞ୍ଚାର କରିଥାଏ।

cleaning-ଘରେ ପ୍ରତିଦିନ ସକାଳୁ ଗୋମୁତ୍ର ଛିଞ୍ଚିବା ଉଚିତ। ଗୋମୂତ୍ର ଗନ୍ଧରେ ବାତାବରଣ ପବିତ୍ର ହୋଇଥାଏ ଏବଂ ସ୍ୱାସ୍ଥ୍ୟ ଲାଭ ହୋଇଥାଏ।

-ସ୍ୱସ୍ତିକ କିମ୍ବା ଶ୍ରୀଗଣେଶ ଚିହ୍ନ ମୁଖ୍ୟ ଦ୍ୱାରରେ ଲଗାଇବା ଦ୍ୱାରା ଘରେ ସୁଖ-ସମ୍ରୁଦ୍ଧି ଆସିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button