ମନୋରଞ୍ଜନ

ଆଜି ସଂଧ୍ୟାରେ ବନାଇ ଖାଆନ୍ତୁ ବାନାନା ପକୋଡି, ମିଳିବ ଚଟପଟା ସ୍ୱାଦ

ସବୁବେଳେ କିଛି ନୂଆ ଖାଇବାକୁ ଲୋକେ ଭଲ ପାଇଥାନ୍ତି। ଶୀତୁଆ ପାଗରେ କିଛି ଗରମ ଖାଦ୍ୟ ମିଳିଗଲେ ତାର ମଜା କିଛି ଅଲଗା ପ୍ରକାର ହୋଇଯାଏ। ଆପଣଙ୍କ ପାଟିର ସ୍ୱାଦକୁ ଦ୍ୱିଗୁଣିତ କରିବାକୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚଟପଟା ‘ବାନାନା ପକୋଡି’। ଏହି ରେସିପି ଆପଣଙ୍କୁ ବହୁତ ଖାସ୍‌ ଏବଂ ନୂଆ ସ୍ୱାଦ ଦେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କିପରି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ଚାରୋଟି କଞ୍ଚା କଦଳୀ

-୧୫୦ ଗ୍ରାମ ଅଟା

-କଞ୍ଚା ଲଙ୍କା ୨ଟି ଛୋଟ କଟା ହୋଇଥିବା

-ବିଟ୍‌ ଲୁଣ

-ପାନ ମଧୁରୀ

-ଗୋଲମରୀଚ ପାଉଡର

-ଛାଣିବା ପାଇଁ ଘିଅ ବା ତେଲ

-ଧନିଆ ପତ୍ର

pakodaପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ କଦଳୀର ସିଝାଇ ଦିଅନ୍ତି। ଧ୍ୟାନ ରଖନ୍ତୁ ଏହାକୁ ଅଧିକ ସମୟ ପଯ୍ୟର୍ନ୍ତ ଯେପରି ନ ଫୁଟାନ୍ତି।

-ଥଣ୍ଡା ହେବା ପରେ ଏହାର ଚୋପା ଛଡାଇ ତାହାକୁ ପତଳା ପତଳା ଗୋଲ ଗୋଲ କରି କାଟି ରଖିଦିଅନ୍ତୁ।

-ଏବେ ଏକ ପରିବର୍ତ୍ତନରେ ବେସନ ନେଇ ସେଥିରେ କଞ୍ଚା ଲଙ୍କା, ଗୋଲମରୀଚ ପାଉଡର, ପାନ ମଧୁରୀ ଏବଂ ଲୁଣ ପକାଇ ଘୋଳ ପ୍ରସ୍ତୁତ କରନ୍ତୁ।

-ଏବେ ଏକ କଡାରେ ତେଲ ଗରମ କରନ୍ତୁ। ପ୍ରସ୍ତୁତ କରି ରଖିଥିବା ଘୋଳରେ କଦଳୀ ଖଣ୍ଡକୁ ବୁଡାଇ ତେଲରେ ଛାଣନ୍ତୁ।

-ଏହା କୁରାକୁରା ଛାଣି ହୋଇଗଲା ପରେ ଏହାକୁ ବାହାରକୁ ବାହାର କରିଦିଅନ୍ତୁ।

-ଏବେ ଆପଣଙ୍କର ବାନାନା ପକୋଡି ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ଧନିଆ ଚଟଣୀ ସହିତ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button