ନୀତି

ଯଦି ବାଟରେ ବିଲେଇ ଆପଣଙ୍କ ରାସ୍ତା କାଟେ, ତାହେଲେ ଜାଣନ୍ତୁ କଣ କହୁଛି ଶାସ୍ତ୍ର

ଅଧିକାଂଶ ଲୋକମାନେ ରାସ୍ତାରେ ବିଲେଇ ପାସ୍‌ କରିବାକୁ ଅଶୁଭ ବୋଲି ମାନିଥାନ୍ତି। କିନ୍ତୁ ପ୍ରତ୍ୟେକ ଥର ରାସ୍ତାରେ ବିଲେଇ ପାସ୍‌ କରିବାର ଅଥଁ ନୁହେଁ ଆପଣଙ୍କ ସହ କିଛି ଖରାପ ହେବ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ବିଲେଇ ରାସ୍ତା ପାର୍‌ କରିବା ସହ ଭିନ୍ନ ଭିନ୍ନ ଭଲ ଏବଂ ଖରାପ ରହସ୍ୟ ଯୋଡି ହୋଇ ରହିଛି। ତେବେ ଜାଣନ୍ତୁ ଏନେଇ ଶାସ୍ତ୍ରରେ କଣ ଉଲ୍ଲେଖ କରାଯାଇଛି।

ରାସ୍ତାରେ ବିଲେଇ ପାସ୍‌ କଲେ:

cat1ଯଦି ଆପଣ କୁଆଡେ ଯାଉଥାନ୍ତି ଏବଂ ସେହି ସମୟରେ ଯଦି ଆପଣଙ୍କ ରାସ୍ତାରେ ପାସ୍‌ କରିଥାଏ ତେବେ ଆପଣ ତ ନିଶ୍ଚିନ୍ତ ଥରେ ରହିଯାଇଥାନ୍ତି। ସମସ୍ତଙ୍କ ମନରେ ତ ଥରେ ନିଶ୍ଚିନ୍ତ ଭୟ ଆସିଥାଏ। କିନ୍ତୁ ଯଦି ବିଲେଇ ଆପଣଙ୍କ ଡାହାର ପଟୁ ବାମ ପଟକୁ ଯାଇଥାଏ ଷତବେ ଆପଣ ଏହାକୁ ନିଜ ପାଇଁ ଶୁଭ ବୋଲି ମାନି ପାରିବେ। ଏହାର ଅର୍ଥ ଆପଣ ଯେକୌଣସି କାମ ପାଇଁ ଘରୁ ବାହାରିଥାନ୍ତି , ତାହା ନିଶ୍ଚିନ୍ତ ସଫଳ ହେବ।

କଳା ବିଲେଇ:

cat-କଳା ବିଲେଇ ରାସ୍ତାରେ ପାସ୍‌ କରିବା ଅଶୁଭ କୁହାଯାଇଥାଏ। କିନ୍ତୁ େଅନ୍ୟ କୌଣସି ରଙ୍ଗର ବିଲେଇ ରାସ୍ତାରେ ପାସ୍‌ କରିବା ଖରାପ ବା ଅଶୁଭ କୁ ହାଯାଇନଥାଏ।

ବିଲେଇ ସହ ଜଡିତ ଶୁଭ କଥା:

cat2ଶାସ୍ତ୍ର ଅନୁଯାୟୀ ଦୀପାବଳି ଦିନ ଯଦି ଆପଣଙ୍କ ଘରକୁ ବିଲେଇ ଆସିଥାଏ ତେବେ ଏହାକୁ ଶୁଭ କୁହାଯାଇଥାଏ। ମାନ୍ୟତାନୁଯାୟୀ ବିଲେଇ ଆପଣଙ୍କ ଘରର ସୁଖ-ସମୃଦ୍ଧି ଏବଂ ଶାନ୍ତିର ବାର୍ତ୍ତା ପହଞ୍ଚାଇବା ପାଇଁ ଆସିଥାଏ। ଯଦି ରାସ୍ତାରେ ଯିବା ସମୟରେ ବିଲେଇ ନିଜ ମୁହଁରେ କିଛି ଧରି ଯାଇଥାଏ ତେବେ ଏହା ମଧ୍ୟ ଶାସ୍ତ୍ରନୁଯାୟୀ ଶୁଭ ହୋଇଥାଏ।

ବିଲେଇକୁ ଚାଟିବାକୁ ଦିଅନ୍ତୁ ନାହିଁ ଗୋଡ:

catsଶାସ୍ତ୍ର ଅନୁଯାୟୀ ବିଲେଇ ଗୋଡ ଚାଟିବା ଅଶୁଭ ହୋଇଥାଏ। ମାନ୍ୟତା ଅନୁଯାୟୀ ଯଦି ବିଲେଇ ଆପଣଙ୍କ ଗୋଡ ଚାଟିଥାଏ ତେବେ ଆପଣ କୌଣସି ଅନ୍ୟଥା କାରଣରୁ ମୋକଦ୍ଦମା ବା କୌଣସି କେସ୍‌ ରେ ଫସି ପାରନ୍ତି। ଏଥିସହ ବିଲେଇ ପାଦ ଚାଟିବା ଦ୍ୱାରା ଆଗାମୀ ସମୟରେ ଆପଣଙ୍କୁ କୌଣସି ରୋଗ ବା ଦୁଘର୍ଟଣାର ସାମ୍ନା କରିବାକୁ ପଡିପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button