ସ୍ୱାସ୍ଥ୍ୟ

ପିମ୍ପୁଡି କିମ୍ବା ଜନ୍ଦା କାମୁଡ଼ି ଦେଲେ ତୁରନ୍ତ ଲଗାନ୍ତୁ ଘିକୁଆଁରୀ ରସ, କିଛି ସେକେଣ୍ଡ ମଧ୍ୟରେ ପାଇବେ ଉପଶମ, ଜାଣନ୍ତୁ ଆହୁରି ୭ଟି ଘରୋଇ ଉପଚାର

ଆମ ଶରୀରର ଯେକୌଣସି ସ୍ଥାନକୁ ପିମ୍ପୁଡି କିମ୍ବା ଜନ୍ଦା କାମୁଡ଼ି ଦେଲେ, ବହୁତ କୁଣ୍ଡାଇ ହୋଇଥାଏ। ପୋଡ଼ାଜଳା ହେବା ସହ ସ୍ଥାନଟି ପୂରା ଫୁଲିଯାଇଥାଏ। ସାଧାରଣତଃ ଆମେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବାର ବାଟ ତୁରନ୍ତ ଖୋଜି ପାଇପାରି ନ ଥାଉ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏହାର କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ପିମ୍ପୁଡି କାମୁଡ଼ିଥିବା ସ୍ଥାନରେ ଉପଯୋଗ କଲେ ସେଥିରୁ ଉପଶମ ମିଳିପାରିବ।

a1

୧. ପିମ୍ପୁଡି କାମୁଡ଼ିଥିବା ସ୍ଥାନରେ ଘିକୁଅାଁରୀ ରସ ନେଇ ଲଗାନ୍ତୁ। କିଛି ସମୟ ଭିତରେ ଆପଣଙ୍କୁ ଆରାମ ମିଳିବ।

୨. କଟନ୍‌ ବଲ୍‌କୁ ଭିନେଗାରରେ ବୁଡ଼ାଇ ତାହାକୁ ପିମ୍ପୁଡି କାମୁଡ଼ିଥିବା ସ୍ଥାନରେ ଲଗାନ୍ତୁ। ଦେଖିବେ ସେହି ସ୍ଥାନରେ ଜଳାପୋଡ଼ା ହେବା ବନ୍ଦ ହୋଇଯିବ।

୩. ସୋଆ ଏବଂ ସୈନ୍ଧବ୍ୟ ଲୁଣର ଏକ ପେଷ୍ଟ ପ୍ରସ୍ତୁତ କରି ଲେପ ଲଗାଇବା ଦ୍ୱାରା ଯନ୍ତ୍ରଣା ଦୂର ହୋଇଥାଏ।

a2

୪. ନାଲି ପିମ୍ପୁଡି କାମୁଡ଼ିଦେଲେ ଯଦି ସ୍ଥାନଟି ଲାଲ୍‌ ପଡ଼ିଯାଏ, ତା’ହେଲେ ସେଠି ବରଫ ଘଷିଲେ ଉପଶମ ମିଳିଥାଏ।

୫. ୬/୭ଟି ତୁଳସୀ ପତ୍ରକୁ ପେଶି ଦିଅନ୍ତୁ। ଏହାକୁ ପିମ୍ପୁଡି କି ଜନ୍ଦା କାମୁଡ଼ିଥିବା ସ୍ଥାନରେ ନେଇ ଲେପ ଦିଅନ୍ତୁ। ଏହାଦ୍ୱାରା ତ୍ୱଚା କୁଣ୍ଡେଇ ହେବା, ଜ୍ୱଳନ, ଫୁଲିଯିବା ଆଦି ସମସ୍ୟାରୁ ଆରାମ ମିଳିପାରିବ।

a3

୬. ଯଦି ଆପଣଙ୍କୁ ପିମ୍ପୁଡି, ମହୁମାଛି କି ଜନ୍ଦା କାମୁଡ଼ି ଦିଅନ୍ତି, ସେହି ସମୟରେ ଟୁଥ୍‌ପେଷ୍ଟ(ଯେଉଁଥିରେ ମିଣ୍ଟର ମାତ୍ରା ଅଧିକ ଥିବ) ଆଣି ଲଗାଇ ଦିଅନ୍ତୁ। ଏହାଦ୍ୱାରା ଯନ୍ତ୍ରଣା ଲାଘବ ହେବ।

୭. କେଇ ବୁନ୍ଦା ନଡ଼ିଆ ତେଲକୁ ଆଙ୍ଗୁଠିରେ ନେଇ ଜ୍ୱଳନ ବା କୁଣ୍ଡେଇ ହେଉଥିବା ସ୍ଥାନରେ ମସାଜ କରନ୍ତୁ। କିଛି ସମୟ ପରେ ଆପଣଙ୍କ ଜ୍ୱଳନ ଦୂର ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button