ସ୍ୱାସ୍ଥ୍ୟ

ଏହି ତେଲର ଏପରି କରନ୍ତୁ ବ୍ୟବହାର, ହୃଦଘାତ ସହିତ ଶାରୀରିକ ସମସ୍ୟାକୁ ମଧ୍ୟ କରିଥାଏ ଦୂର

ମଣିଷ ଜୀବନରେ ଆଜିକାଲି ଏକ ବଡ ସମସ୍ୟା ହୋଇ ଠିଆ ହେଉଛି ହୃଦଘାତ। କେତେବେଳେ ଯେ କେଉଁ ସମୟରେ ଏହା ଘଟିଯାଏ ତାହା କେହି ମଧ୍ୟ ଜାଣି ପାରନ୍ତି ନାହିଁ। ହେଲେ ଏହା ପାଇଁ ଚିନ୍ତିତ ହୁଅନ୍ତୁ ନାହିଁ, କିଛି ଘରୋଇ ଉପଚାରକୁ ଆପଣେଇ ଆପଣ ଏହି ସମସ୍ୟାକୁ ଦୂରେଇ ପାରିବେ। କ’ଣ ଆପଣ ଜାଣନ୍ତି କି ବାଦାମ ତେଲ ସେବନ କଲେ ହୃଦଘାତର ଆଶଙ୍କା ହ୍ରାସ ପାଇଥାଏ।

-ବାଦାମ ତେଲରେ ଖାଦ୍ୟ ରାନ୍ଧିଲେ ବା କ୍ଷୀରରେ ମିଶାଇ ପିଇଲେ ଅନେକ ଫାଇଦା ମିଳିଥାଏ।

Almond-Oil-ପ୍ରଥମତଃ ଦେହରେ ବାଦାମ ତେଲ ମାଲିସ କଲେ ହାଡ଼ ମଜଭୁତ ହୋଇଥାଏ ଏବଂ ଦେହରେ ସ୍ଫୁର୍ତ୍ତି ଆସିଥାଏ। ପ୍ରତିଦିନ ଗୋଟିଏ ଚାମଚ ବାଦାମ ତେଲ ସେବନ କରିଲେ ବି ସେହି ସମାନ ଲାଭ ମିଳିଥାଏ।

-ବାଦାମ ତେଲରେ ଓମେଗା -୬ ଫ୍ୟାଟି ଏସିଡ୍ ରହିଛି। ଏହାର ଉପଯୋଗ କରିଲେ ମସ୍ତିଷ୍କ ଅଧିକ କ୍ଷିପ୍ର ହୋଇଥାଏ।

mahila-ଗର୍ଭାବସ୍ଥାରେ ମଧ୍ୟ ବାଦାମ ତେଲ ସେବନ କରିଲେ, ତାହା ଉଭୟ ମାଆ ଓ ଶିଶୁପାଇଁ ଲାଭଦାୟକ ହୋଇଥାଏ।

-ଯଦି ମୁହଁରେ ଶୁଷ୍କତା ଥାଏ ,ତେବେ ବାଦାମ ତେଲ ଲଗାଇଲେ,ତାହା ଦୂରୀଭୂତ ହୋଇଥାଏ।

-ଏହାଛଡା ବାଦାମ ତେଲ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ନିୟମିତ ଭାବେ ବାଦାମ ତେଲ ସେବନ କରିଲେ ଶାରୀରିକ ଦୁର୍ବଳତା ମଧ୍ୟ ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button