ସ୍ୱାସ୍ଥ୍ୟ

ସକାଳୁ ଖାଲିପେଟରେ ଗୁଡ଼ ସହ ପିଅନ୍ତୁ ଗରମ ପାଣି, ଓଜନ କମିବା ସହ ଭଲ ହେବ ଏସବୁ ସାଂଘାତିକ ରୋଗ

ସକାଳୁ ଗୁଡ଼ ସେବନ କରିବା ଶରୀର ପାଇଁ ହିତକାରକ ହୋଇଥାଏ। ଆଉ ଯଦି ଆପଣ ଖାଲିପେଟରେ ଗରମ ପାଣି ସହ ଗୁଡ଼ ଖାଉଛନ୍ତି ତେବେ ଏହାର ଫାଇଦା ଦ୍ୱିଗୁଣ ବଢ଼ିଯାଏ। ସକାଳୁ ଖାଲିପେଟରେ ଉଷୁମ ପାଣିରେ ଗୁଡ଼ ଖାଇଲେ ଆପଣ ସବୁଦିନ ପାଇଁ ନିରୋଗ ରହିବେ। ଏହା ପେଟ ସମ୍ବନ୍ଧୀୟ ସମସ୍ତ ରୋଗ ଦୂର କରିଥାଏ। ଗୁଡ଼ ଓ ଗରମ ପାଣି ଦ୍ୱାରା ପାଚନ ଶକ୍ତି ତ୍ୱରାନ୍ଵିତ ହୋଇଥାଏ ବୋଲି ଆୟୁର୍ବେଦରେ ମଧ୍ୟ କୁହାଯାଇଛି। ତେବେ ଆସନ୍ତୁ ଜାଣିବା ସକାଳୁ ଉଷୁମ ପାଣି ସହ ଗୁଡ଼ ଖାଇବା ଦ୍ୱାରା ଆଉ କି କି ଲାଭ ମିଳିଥାଏ…

 

ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଯଥା: ଗ୍ୟାସ୍‌, ପେଟ ପୀଡ଼ା, ଏସିଡିଟି, କୋଷ୍ଠକାଠିନ୍ୟ ଆଦି ସମସ୍ୟାକୁ ଦୂର କରିବାରେ ଗୁଡ଼ ଓ ଗରମ ପାଣି ସାହାଯ୍ୟ କରେ। ନିୟମିତ ଏହାକୁ ସେବନ କରିବା ଦ୍ୱାରା ପାଚନ ଶକ୍ତି ତ୍ୱରାନ୍ଵିତ ହୋଇଥାଏ।

gas problem

ଗୁଡ଼ରେ ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ଭିଟାମିନ୍‌ ବି୧, ବି୬ ଓ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ରହିଥାଏ। ପ୍ରତିଦିନ ଏହା ସେବନ କରିବା ଦ୍ୱାରା ଅତିରିକ୍ତ ଫ୍ୟାଟ୍‌ ବର୍ନ ହୋଇଥାଏ। ପେଟ କମାଇବାରେ ମଧ୍ୟ ଗୁଡ଼ ଓ ଗରମ ପାଣି ସାହାଯ୍ୟ କରେ।

jaggery for weight loss

ପଥୁରୀର ଚିକିତ୍ସା ପାଇଁ ମଧ୍ୟ ଏହା ରାମବାଣ ସଦୃଶ୍ୟ କାମ କରେ। କିଡ୍‌ନୀରେ ପଥୁରୀ ହୋଇଥିଲେ ନିୟମିତ ଗରମ ପାଣି ସହ ଗୁଡ଼ ଖାଆନ୍ତୁ, ଖୁବ୍‌ କମ୍‌ ଦିନ ମଧ୍ୟରେ ପଥର ତରଳିଯିବ ଓ ପେଟ ପୀଡ଼ା ମଧ୍ୟ ବନ୍ଦ ହୋଇଯିବ।

Image result for weight loss

ଶରୀରର ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରିବାରେ ମଧ୍ୟ ଗୁଡ଼ ସାହାଯ୍ୟ କରେ। ଗରମ ପାଣି ସହ ଗୁଡ଼ ଖାଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳେ। ଗୁଡ ଓ ଗରମ ପାଣି ଇନ୍‌ଫେକସନ୍‌ ସହ ଲଢ଼ିବାରେ ସହାୟକ ହୋଇଥାଏ। ଇମ୍ୟୁନିଟି ସିଷ୍ଟମ୍‌ ମଜଭୁତ ହେବା ଦ୍ୱାରା କୌଣସି ରୋଗ ଶୀଘ୍ର ଶରୀର ଭିତରେ ପ୍ରବେଶ କରିପାରେ ନାହିଁ।

 

ଯଦି ଆପଣ ନିଦ୍ରାହୀନତା ସମସ୍ୟା ଭୋଗୁଛନ୍ତି ତେବେ ସକାଳେ ଖାଲିପେଟରେ ଗୁଡ଼ ଓ ଗରମ ପାଣି ସେବନ କରନ୍ତୁ। ଏହାଦ୍ୱାରା ଶରୀରରେ ହାପି ହରମୋନ୍‌ର ପରିମାଣ ବୃଦ୍ଧିପାଏ। ଅନିଦ୍ରା ରୋଗର ଘରୋଇ ଉପଚାର ଭାବେ ଏହା କାମ କରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button