ସ୍ୱାସ୍ଥ୍ୟ

ରାତିରେ ଶୋଇବା ପୂର୍ବରୁ ଫଲୋ କରନ୍ତୁ ଏହି ୬ଟି ଷ୍ଟେପ୍‌ସ, ସକାଳୁ ଉଠିଲେ ଚମକି ଉଠିବ ଆପଣଙ୍କ ତ୍ୱଚା

ସାଧାରଣତଃ ଆମେ ସମସ୍ତେ ଦିନରେ ନିଜ ତ୍ୱଚାର ଉଚିତ ଯତ୍ନ ନେଇଥାଉ। କିନ୍ତୁ ରାତି ସମୟରେ ଥକ୍କାପଣ ଯୋଗୁ ଏହାକୁ ଅଣଦେଖା କରିଥାଉ। ହେଲେ ଆପଣ ଜାଣିଛନ୍ତି କି? ରାତିରେ ଯେତେବେଳେ ଆମେ ଶୋଇଯାଉ, ସେହି ସମୟରେ ବି ଆମ ଶରୀରର ଅଙ୍ଗପ୍ରତ୍ୟେଙ୍ଗ ନିଜ କାମ ସୂଚାରୁ ରୂପେ କରିଚାଲନ୍ତି, ଯଦ୍ଦ୍ଵାରା ଆପଣ ସକାଳୁ ଉଠି ଫରକ୍‌ ଅନୁଭବ କରିପାରନ୍ତି। କିନ୍ତୁ ଦୂଷିତ ଜଳବାୟୁ ଏବଂ ପରିବେଶ ଯୋଗୁ ଏହାର ସିଧା ପ୍ରଭାବ ଆମ ତ୍ୱଚା ଉପରେ ପଡ଼ିଥାଏ, ଯାହାଫଳରେ ତ୍ୱଚା ରୁକ୍ଷ ତଥା ମଳିନ ପଡ଼ିଯାଏ। ଯଦି ଆପଣ ତ୍ୱଚାରେ ପ୍ରାକୃତିକ ଚମକ ଆଣିବାକୁ ଚାହୁଁଛନ୍ତି ଅଥବା ଆକର୍ଷଣୀୟ ତ୍ୱଚା ପାଇବାକୁ ଚାହୁଁଛନ୍ତି, ତା’ହେଲେ ଆଜି ଆମେ ଆପଣଙ୍କୁ କିଛି ଷ୍ଟେପ୍‌ସ ଫଲୋ କରିବାକୁ କହିବୁ। ଏହାକୁ ଆପଣାଇ ଆପଣ ସୁନ୍ଦର ତଥା ଯୁବା ଭଳି ତ୍ୱଚା ପାଇପାରିବେ।

r1

୧. ରାତିରେ ଶୋଇବା ପୂର୍ବରୁ ଆପଣ ସବୁବେଳେ ଥଣ୍ଡା ପାଣିରେ ମୁହଁକୁ ଧୋଇ ବିଛଣାକୁ ଯାଆନ୍ତୁ। ଏହା ଭଲ କ୍ଲିଞ୍ଜର ରୂପେ କାମ କରିଥାଏ।

୨. ନଡ଼ିଆ ତେଲ ମୁହଁରେ ଲଗାନ୍ତୁ। ଏହା ତ୍ୱଚାରେ ପଡ଼ିଥିବା କୁଞ୍ଚନକୁ ଦୂର କରିବା ସହ ଚେହେରାର ନମନୀୟତାକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ।

r2

୩. ରାତିରେ ଗାଧୋଇବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ହାଲୁକା ଗରମ କରିଦିଅନ୍ତୁ। ଏହା ସଂକ୍ରମଣ ଭଳି ସମସ୍ୟାକୁ ଦୂର କରିବାରେ ଲାଭପ୍ରଦ ହୋଇଥାଏ।

୪. ଶୋଇବା ପୂର୍ବରୁ ଭଲ କ୍ଲିଞ୍ଜିଂ ମିଲ୍କରେ ମେକ୍‌ଅପ ହଟାନ୍ତୁ। ଏପରି ନ କଲେ, ଆପଣଙ୍କ ସ୍କିନ୍‌ ନିଃଶ୍ୱାସ ନେଇପାରିବ ନାହିଁ। ଫଳରେ ମୁହଁରେ ଦାଗ, ବ୍ରଣ ଆଦି ସମସ୍ୟା ଦେଖାଦେବ।

r55

୫. ଗୋଲାପଜଳ ଓ ଗ୍ଲିସରିନ ମିଶାଇ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ସଫା, ସୁନ୍ଦର ତଥା ମୁଲାୟମ ରହିଥାଏ।

୬. ବିନା କୌଣସି ଚିନ୍ତା ନ ନେଇ ରାତିରେ ଆପଣ ୭ରୁ ୮ ଘଣ୍ଟା ଭଲ ନିଦରେ ଶୁଅନ୍ତୁ। ଏହା ତ୍ୱଚାକୁ ସୁସ୍ଥ ରଖିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button