ମନୋରଞ୍ଜନ

ପିଲାଙ୍କ ପାଇଁ ବନାନ୍ତୁ ‘ଛୋଲେ ଟିକ୍କି ଚାଟ୍‌’, ପାଟିରୁ ଛାଡିବନି ଚଟପଟା ସ୍ୱାଦ

ସବୁବେଳେ ଦେଖାଯାଏ ଯେ ପିଲାମାନଙ୍କୁ କିଛି ସ୍ପେଶାଲ କରି ଖୁଆଇବା ପାଇଁ କିଛି ନୂ କରିବାକୁ ପଡିଥାଏ। ପିଲାମାନଙ୍କୁ ଏମିତି ସ୍ୱାସ୍ଥ୍ୟକର ଖାଦ୍ୟ ବନାଇ ଦିଅନ୍ତୁ ଯେଉଁଥିରେ ସେମାନଙ୍କ ସ୍ୱାସ୍ଥ୍ୟ ଠିକ ରହିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ପିଲାଙ୍କ ପସନ୍ଦର ଖାଦ୍ୟ ‘ଛୋଲା ଟିକ୍କା ଚାଟ୍‌’। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଛୋଲେ – ୧ କପ୍‌

ଗାଜର – ୧

ପିଆଜ – ୧

ଟମାଟୋ – ୧

କଞ୍ଚା ଲଙ୍କା – ୨

ତେଲ – ୨ ବଡ ଚାମଚ

ଦହି – ୧ କପ୍‌

ମିଠା ସୁଣ୍ଠି – ୨ ବଡ ଚାମଚ

ଧନିଆ ଚଟଣୀ – ୨ ବଡ ଚାମଚ

ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

-ଛୋଲେକୁ ୩ରୁ୪ ଘଣ୍ଟା ପାଣିରେ ଭିଜାଇ ରଖନ୍ତୁ।

-ଏହାପରେ ଅଳ୍ପ ପାଣି ନେଇ ଗାଇଡିଂ କରିଦିଅନ୍ତୁ।

-ଗାଜର, ପିଆଜ, ଟମାଟୋ ଏବଂ କଞ୍ଚା ଲଙ୍କାକୁ ଛୋଲେ ପେଷ୍ଟରେ ମିଶାନ୍ତୁ।

-ଲୁଣ ପକାଇ ଭଲଭାବେ ମିକ୍ସ କରି ଏହାକୁ ତାଓ୍ଵାରେ ଛୋଟ ଛୋଟ ଟିକ୍କା ଭଳି ବନାନ୍ତୁ।

-ଏହା ଭଲଭାବେ ଭାଜି ହୋଇଗଲା ପରେ କାଢ଼ି ଦିଅନ୍ତୁ।

-ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଛୋଲେ ଟିକ୍କା।

-ଆପଣ ଏହାକୁ ଦହି କିମ୍ବା ଚଟଣୀ ସହିତ ପରଷନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button