ନୀତି

ଏହି ଉପାୟରେ କୁଣ୍ଡଳୀରୁ ଦୂର କରନ୍ତୁ ମଙ୍ଗଳ ଦୋଷ, ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷ ଶାସ୍ତ୍ର

କିଛି ବ୍ୟକ୍ତିଙ୍କ ଜାତକରେ ମଙ୍ଗଳ ଦୋଷ ରହିଥାଏ। ଯେଉଁକାରଣରୁ ବିବାହ କାର୍ଯ୍ୟରେ ସମସ୍ୟା ଦେଖାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଯେତେବେଳେ କୁଣ୍ଡଳୀର ଲଗ୍ନ, ଚତୁର୍ଥ, ସପ୍ତମ, ଅଷ୍ଟମ କିମ୍ବା ଦ୍ୱାଦଶ ଭାବରେ ରହିଥାଏ ସେହିସମୟରେ ମଙ୍ଗଳ ଦୋଷ ଲାଗିଥାଏ। ଯେଉଁଥିରେ ଲଗ୍ନ ଏବଂ ମଙ୍ଗଳ ଭାବର ଦୋଷ ଅଧିକ ଗମ୍ଭୀର ହୋଇଥାଏ। ମାନ୍ୟତା ଅନୁଯାୟୀ ପତି-ପତ୍ନୀଙ୍କ ମଧ୍ୟରେ ଯଦି ଜଣେ ମଙ୍ଗଳି ହୋଇଥାନ୍ତି ତେବେ ଜଣଙ୍କୁ ଅନ୍ୟଜଣଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଏହି କାରଣରୁ ବିବାହ ପୂର୍ବରୁ ଏହି ଦୋଷ ନିବାରଣ କରାଯାଇଥାଏ।

ଘରେ ବସି ଏପରି ଭାବେ ଦୂର କରନ୍ତୁ ମଙ୍ଗଳ ଦୋଷ

Manglik-dosh--ମଙ୍ଗଳ ଦୋଷରେ ବ୍ୟକ୍ତମାନେ ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଉଚିତ।

-ପ୍ରତିଦିନ ନିମ୍ବ ଗଛ ପୂଜା କରିବା ଉଚିତ।

-ମଦ, ମାଂସ ଠାରୁ ଦୂରେଇ ରହିବା ଉଚିତ।

-ଧଳା ରଙ୍ଗର ସୁରମା ୪୩ ଦିନ ପର୍ଯ୍ୟନ୍ତ ଲଗାନ୍ତୁ।

-ଭାଇ-ଭଉଣୀ ଏବଂ ପତ୍ନୀଙ୍କ ସହ ସମ୍ପର୍କ ଭଲ ରଖିବା ଉଚିତ।

-କ୍ରୋଧ ଠାରୁ ଦୂରେଇ ରୁହନ୍ତୁ।

ଏହାବ୍ୟତୀତ କିଛି ମହତ୍ତ୍ୱପୂର୍ଣ୍ଣ ଉପାୟ ରହିଛି ଯାହା ମାଙ୍ଗଳିକ ବ୍ୟକ୍ତି କରିବା ଉଚିତ

Manglik-Dosha-ମାଙ୍ଗଳିକ ବ୍ୟକ୍ତିଙ୍କ ବିବାହ ପ୍ରଥମେ କୌଣସି ଗଛ ସହିତ କରାଯାଇଥାଏ।

-ମାଙ୍ଗଳିକ ବ୍ୟକ୍ତିଙ୍କୁ ଲାଲ୍ମୁଙ୍ଗା ଷ୍ଟୋନ ପିନ୍ଧିବା ପାଇଁ ଉପଦେଶ ଦିଆଯାଇଥାଏ।

-ଭଗବାନ ବଜରଙ୍ଗବଲୀଙ୍କର ନିରନ୍ତର ଉପବାସ କରିବା ଉଚିତ।

-ନାଲି ରଙ୍ଗର ବସ୍ତ୍ରରେ ମସୁର ଡାଲି, ରକ୍ତ ଚନ୍ଦନ, ରକ୍ତ ଫୁଲ, ମିଠା ଏବଂ ଦ୍ରବ୍ୟ ରଖି ନଦୀରେ ପ୍ରବାହିତ କରିବା ଦ୍ୱାରା ମଙ୍ଗଳ ଦୋଷ ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button