ଫ୍ରିଜର ଫ୍ରଣ୍ଟ ଗେଟରେ ରଖୁଛନ୍ତି କି ଅଣ୍ଡା, ତେବେ ଜାଣିରଖନ୍ତୁ ସ୍ୱାସ୍ଥ୍ୟ ସହିତ ଆପଣ କରୁଛନ୍ତି ମଜାକ୍

ଯଦି ଆପଣ ଫ୍ରିଜର ଗେଟ୍ ପାଖରେ ବା ଫ୍ରଣ୍ଟ ଡୋରରେ ଅଣ୍ଡା ରଖୁଥାନ୍ତି ତେବେ ଆପଣ ନିଜ ସ୍ୱାସ୍ଥ୍ୟ ସହିତ ମଜାକ୍ କରୁଛନ୍ତି ବୋଲି ଜାଣନ୍ତୁ। ଫ୍ରିଜର ଗେଟ ପାଖରେ ଅଣ୍ଡା ରଖିବା ପାଇଁ ସବୁଠାରୁ ସଠିକ୍ ଏବଂ ସୁରକ୍ଷିତ ସ୍ଥାନ ହୋଇଥାଏ। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସେଠାରେ ରଖାଯାଉଥିବା ଅଣ୍ଡା ଖରାପ ହୋଇଯାଇଥାଏ ଅର୍ଥାତ ଖାଇବା ଉପଯୋଗୀ ହୋଇନଥାଏ ଏବଂ ସେହି ଖରାପ ଅଣ୍ଡାକୁ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ମଧ୍ୟ ପକାଇପାରେ।
ଏମିତି ଏଥିପାଇଁ ହୋଇଥାଏ କାରଣ ଫ୍ରିଜର ଫ୍ରଣ୍ଟ ଗେଟରେ ରଖାଯାଉଥିବା ଜିନିଷର ଟେମ୍ପରେଚର ଲଗାତର ପରିବର୍ତ୍ତନ ହେଉଥାଏ। ଏହି କାରଣରୁ ଅଣ୍ଡା ଖରାପ ହୋଇଯାଏ।
ଏବେ ପ୍ରଶ୍ନ ଯଦି ଏମିତି ହୋଇଥାଏ ତେବେ ଅଣ୍ଡା ରଖିବେ କେଉଁଠି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଫ୍ରିଜର ଫ୍ରଣ୍ଟ ଗେଟକୁ ଛାଡି ଫ୍ରିଜ ଭିତରେ କେଉଁଠି ବି ଆପଣ ଅଣ୍ଡା ରଖିପାରିବେ। ଯଦି ଏଠାରେ ଅଣ୍ଡା ଭାଙ୍ଗିଯିବାର ଭୟ ଥାଏ ତେବେ କୌଣସି ଡବା ମଧ୍ୟରେ ରଖି ଆପଣ ତାକୁ ଫ୍ରିଜ୍ ଭିତରେ ରଖିପାରିବେ। ଏମିତିରେ ଅଣ୍ଡା ଖରାପ ହେବ ନାହିଁ କି ଭାଙ୍ଗିବ ନାହିଁ ଏବଂ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଖରାପ ହେବନାହିଁ।



