ମନୋରଞ୍ଜନ

ଖିରି ନୁହେଁ ଏବେ ଖାଆନ୍ତୁ ସିମେଇ ଉପମା, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ସିମେଇ ଖାଇବାକୁ ଖୁବ୍‌ ସ୍ୱାଦିଷ୍ଟ ଲାଗିଥାଏ। ଘରେ କିଛି ଖାସ୍‌ ସମୟରେ ସିମେଇ ତିଆରି କରାଯାଇଥାଏ। ଯଦି ଆପଣଙ୍କୁ ସିମେଇ ଖାଇବା ଖୁବ୍‌ ପସନ୍ଦ ତେବେ ଆଜି ଆମେ ଆପଣଙ୍କୁ ସିମେଇରେ ପ୍ରସ୍ତୁତ କିଛି ନୂଆ ରେସିପି ବିଷୟରେ ଜଣାଇବୁ। କଣ ଆପଣ କେବେ ସିମେଇ ଉପମା ଖାଇଛନ୍ତି କି? ଯଦି ନା ତେବେ ଆଜି ହିଁ ସିଖନ୍ତୁ କିପରି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ:

semiya-upma୧ କପ ସିମେଇ

୨ ଚାଚମ ତେଲ

୧ ଚାମଚ ଜୀରା

୧ ଚାମଚ ସୋରିଷ

୨ ରୁ ୩ ଚାମଚ ଲଙ୍କାଗୁଣ୍ଡ

୧ ବା ୨ଟି କଞ୍ଚା ଲଙ୍କା

୭ ରୁ ୮ଟି ଭୃସଙ୍ଗ ପତ୍ର

ଅଳ୍ପ ସିମଲା ଲଙ୍କା ଏବଂ ଅଳ୍ପ କଟା ଗାଜର

semiya upma୧ କପ ସ୍ୱିଟ୍‌ କର୍ଣ୍ଣ

୧ କପ ବାଦାବ

୨ କପ ପାଣି

୧ ଚାମଚ ଟମାଟ ସସ୍‌

ହଳଦୀ ପାଉଡର

ଲଙ୍କା ଗୁଣ୍ଡ

ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତ ପ୍ରଣାଳୀ:

semiyaପ୍ରଥମେ ୧କପ ସିମେଇ ନେଇ ଏହାକୁ ହାଲୁକା ଭାଜି ଦିଅନ୍ତୁ। ଏବେ ଗରମ ତେଲରେ ଜୀରା, ସୋରିଷ, ଶୁଖିଲା ଲଙ୍କା, କଞ୍ଚା ଲଙ୍କା, ଭୃସଙ୍ଗ ପତ୍ର, ବାଦାମ, ଗାଜର, ସ୍ୱିଟ୍‌ କର୍ଣ୍ଣ, ସିମଲା ଲଙ୍କା, ବିନ୍ସ ପକାଇ ୨ ରୁ ୩ ମିନିଟ୍‌ ଭାଜି ଦିଅନ୍ତୁ। ଏବେ ଏଥିରେ ସିମେଇ ପକାନ୍ତୁ ଏବଂ ଖାଦ୍ୟ ଅନୁଯାୟୀ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଟମାଟ ସସ୍‌ ଏବଂ ଅଳ୍ପ ଲେମ୍ବୁ ରସ ପକାଇ ମଧ୍ୟମ ଆଞ୍ଚରେ ରଖନ୍ତୁ। ଏବେ ସେଥିରେ ୨ କପ ପାଣି ପକାଇ ୭ ରୁ ୮ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ସିମେଇ ଯେପରି ସବୁ ପାଣି ସୁଖାଇଦେବ ତାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଟେଷ୍ଟି ସିମେଇ ଉପମା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button