ମନୋରଞ୍ଜନ

ପିଲାଙ୍କ ପାଇଁ ସନ୍ଧ୍ୟାରେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଚିଜ୍‌ ବଲ୍ସ

ସନ୍ଧ୍ୟା ସମୟରେ ଚା’ ଏବଂ ପକୁଡି ସହ ଏବେ କିଛି ନୂଆ ଟ୍ରାୟ କରନ୍ତୁ। ଏବେ ସନ୍ଧ୍ୟାରେ ପିଲାଙ୍କୁ ତିଆରି କରି ଖୁଆନ୍ତୁ ଟେଷ୍ଟି କ୍ରିସ୍ପୀ ଚିଜ୍‌ ବଲ୍ସ। ଥରେ ଏହାକୁ ଖାଇବା ପରେ ଆପଣ ଏବଂ ଆପଣଙ୍କ ପିଲା ପକୁଡି ଖାଇବା ନିଶ୍ଚିନ୍ତ ଭୁଲିଯିବେ। ତେବେ ଜାଣନ୍ତୁ କିପରି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ:

cheese carnମୋଜରେଲା ଚିଜ୍‌-୧କପ

ସ୍ୱିଟ୍‌ କର୍ଣ୍ଣ-୧କପ

ସିଝା ଆଳୁ-୧/୨ଟି

ଅରାରୋଟ-୧ ଚାମଚ

ଗୋଲମରିଚ ପାଉଡର-୧ ଚାମଚ

ଚାଟ୍‌ ମସଲା-୧ ଚାମଚ

cookଲୁଣ- ଖାଦ୍ୟନୁସାରେ

ମଇଦା ପେଷ୍ଟ-୩ଟି ବଡ ଚାମଚ

ବ୍ରେଡକ୍ରମ୍ବସ-୧କପ

ତେଲ- ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ:

Cheese_Ballସର୍ବପ୍ରଥମେ ଏକ ପାତ୍ରରେ ମୋଜରେଲା ଚିଜ୍‌, ସ୍ୱିଟ୍‌ କର୍ଣ୍ଣ, ଏକ ଚାମଚ ଅରାରୋଟ, ଆଳୁ, ଚାଟ ମସଲା, ଗୋଲମରିଚ ଏବଂ ଲୁଣ ପକାଇ ଭଲଭାବେ ଗୋଳାନ୍ତୁ। ଏବେ ଏହି ମିଶ୍ରଣକୁ ନେଇ ଲେମ୍ବୁ ଆକାରର ଗୋଲ କରନ୍ତୁ ଏବଂ ପୁଣି ଥରେ ଏହାର ଅରାରୋଟ ସାହାଯ୍ୟରେ କୋଟିଂ କରନ୍ତୁ। ଏହାପରେ ଏହାକୁ ମଇଦା ପେଷ୍ଟରେ ବୁଡାଇ ବ୍ରେଡ କ୍ରମ୍ବସ ଦ୍ୱାରା କୋଟିଂ କରନ୍ତୁ। ଏବେ ଏପରିଭାବେ ଛୋଟ ଛୋଟ ବଲ୍ସ ତିଆରି କରି ଏହାକୁ ୩୦ ମିନିଟ୍‌ ପଯ୍ୟର୍ନ୍ତ ଫ୍ରିଜ୍‌ରେ ରଖନ୍ତୁ। ଏବେ କଡେଇରେ ତେଳ ଗରମ କରି ରଖିଦିଅନ୍ତୁ। ତେଲ ଗରମ ହେବା ପରେ ସେଥିରେ ଏହି ବଲ୍ସ ପକାନ୍ତୁ। ଏବେ ଆଞ୍ଚ ସ୍ଲୋ କରି ବଲ୍ସର ରଙ୍ଗ ପାଚିବା ପର୍ଯ୍ୟନ୍ତ ଫ୍ରାଇ କରନ୍ତୁ। ଏବେ ଏକ ପ୍ଲେଟରେ ଟିଦସୁ ପେପର୍‌ ଲଗାନ୍ତୁ, ଯେଉଁଥିରେ ଏହି ବଲ୍ସକୁ କଡେଇରୁ କାଢି ରଖନ୍ତୁ। ଏବେ ଆପଣ ପିଲାଙ୍କୁ ଗରମଗରମ କର୍ଣ୍ଣ ଚିଜ୍‌ ବଲ୍ସ ଖାଇବାକୁ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button