ମନୋରଞ୍ଜନ

ଅଧିକ ରୋମାଣ୍ଟିକ ଫିଲ୍ମ ଦେଖୁଥିବା ପିଲା ଖୁବ୍‌ କମ୍‌ ବୟସରୁ ହୋଇଥାନ୍ତି ସେକ୍ସ ଆଡିକ୍ଟେଡ୍‌: ରିସର୍ଚ୍ଚ

ଅଧିକ ରୋମାଣ୍ଟିକ ସିନ୍‌ ଥିବା ଫିଲ୍ମ ଦେଖୁଥିବା ଶିଶୁଙ୍କ ଠାରେ ଯୌନ ସମ୍ବନ୍ଧ ତଥା ସେକ୍ସୁଆଲ ଆକ୍ଟିଭିଟିର ସମ୍ଭାବନା ଅଧିକ ରହିଥାଏ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଛି।

kid

ରିସର୍ଚ୍ଚ ମୁତାବକ ସେକ୍ସି ଫିଲ୍ମ ଦେଖୁଥିବା ପିଲା ସେକ୍ସି ଫିଲ୍ମ ଦେଖୁନଥିବା ପିଲାଙ୍କ ତୁଳନାରେ ଅଧିକ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଏମାନେ ନାବଳକ ହେବା ପୂର୍ବରୁ ହିଁ ସମ୍ବନ୍ଧ ବନାଇବାକୁ ଇଚ୍ଛା କରିଥାନ୍ତି। କେବଳ ଏତିକି ନୁହେଁ ଏମାନଙ୍କ ଠାରେ ଅସୁରକ୍ଷିତ ଯୌନ ସମ୍ବନ୍ଧ ସ୍ଥାପନ କରିବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ।

kid2

ଏକ ମିଡିଆ ରିପୋର୍ଟ ଅନୁସାରେ ଛଅ ବର୍ଷ ପର୍ଯ୍ୟନ୍ତ କରାଯାଇଥିବା ଏହି ଅଧ୍ୟୟନରେ ୧୨୦୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଉପରେ ସେକ୍ସି ଫିଲ୍ମର ପ୍ରଭାବ କ’ଣ ତାହା ଉପରେ ନିରୀକ୍ଷଣ କରାଯାଇଥିଲା। ଆମେରିକାର ଦାର୍ଥମାଓଥ କଲେଜ ଓ ଆବି ଲିଗ ୟୁନିଭର୍ସିଟିର ରିସର୍ଚ୍ଚକର୍ତ୍ତା ୧୯୯୮ରୁ ୨୦୧୪ ପର୍ଯ୍ୟନ୍ତ ୬୮୪ ଫିଲ୍ମକୁ ସର୍ଭେ କରିଥିଲେ ଓ ଏଥିରେ ଦେଖାଯାଇଥିବା ସେକ୍ସ ସିନ୍‌ ଆଧାରରେ ସେମାନଙ୍କ ତାଲିକା କରିଥିଲେ। ‘ଆଇଜ ଓ୍ଵାଇଡ୍‌ ସଟ’ ଭଳି ଫିଲ୍ମକୁ ଅଧିକ ସେକ୍ସ ଦୃଶ୍ୟ ଥିବା ଶ୍ରେଣୀରେ ରଖାଯାଇଥିବା ବେଳେ ଲର୍ଡ ଅଫ ଦ ରିଙ୍ଗସ:ଦ ରିଟର୍ଣ୍ଣ ଅଫ ଦ କିଙ୍ଗକୁ କମ୍‌ ସେକ୍ସ ଦୃଶ୍ୟ ଯୁକ୍ତ ଶ୍ରେଣୀରେ ରଖିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button