ମନୋରଞ୍ଜନ

ଏମିତି ବନାନ୍ତୁ ମାର ହାତରନ୍ଧା ଭଳି ମସଲା ବାଇଗଣ, ହାତ ଚାଟି ରହିଯିବେ ଆପଣ

ଆପଣ ସମସ୍ତେ ଅନୁଭବ କରିଥିବେ ଯେତେବେଳେ ବି ଘରେ ବାଇଗଣର କୌଣସି ଆଇଟମ୍‌ ହୋଇଥିବ , ସେତେବେଳେ ଗରେ କିଛି ଲୋକ ନାକ ଟେକି ଦିଅନ୍ତି। କିନ୍ତୁ ଏହାର ସ୍ୱାଦ ବହୁତ ଭଲ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଏକଦମ୍‌ ଜବରଦସ୍ତ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ମସଲା ବାଇଗଣ’ ରେସିପି। ତେବେ ଆସନ୍ତୁ ଜାଣିବା ଏହାକୁ ବନାଇବାର ପ୍ରସ୍ତୁତି।

ଆବଶ୍ୟକ ସାମଗ୍ରୀ

ବାଇଗଣ – ୮ରୁ୧୦ଟି

ଟମାଟୋ – ୩ ରୁ ୪ଟି

ପିଆଜ – ୨ଟି

ଧନିଆ ପାଉଡର – ୧/୨ ଛୋଟ ଚାମଚ

ଲାଲ ଲଙ୍କା ପାଉଡର – ୧/୨ ଛୋଟ ଚାମଚ

ହଳଦି – ୧/୨ ଛୋଟ ଚାମଚ

ଭଜା ପେଷା ହୋଇଥିବା ଜୀରା ଗୁଣ୍ଡ – ୧/୨ ଛୋଟ ଚାମଚ

ଅଦା-ରସୁଣ ପେଷ୍ଟ – ୧ ବଡ ଚାମଚ

ତେଜପତ୍ର – ୨ରୁ୩

ଡାଲଚିନି – ୧

ଲବଙ୍ଗ – ୨ରୁ୩

ତେଲ – ଆବଶ୍ୟକ ଅନୁଯାୟୀ

ଧନିଆ ପତ୍ର – ଅଳ୍ପ

ଲୁଣ – ସ୍ୱାଦାନୁସାରେ

masala bainganପ୍ରସ୍ତୁତି ପ୍ରଣାଳୀ

ବାଇଗଣକୁ ଭଲଭାବେ ଧୋଇ ପୋଛି ଦିଅନ୍ତୁ। ଏହାପରେ ଏହାକୁ ୨ ଭାଗରେ କାଟି ଦିଅନ୍ତୁ। ଗ୍ରାଇଣ୍ଡରରେ ଟମାଟୋ ଏବଂ କଞ୍ଚା ଲଙ୍କାକୁ ବାଟି ଦିଅନ୍ତୁ। ଏକ କଡାରେ ତେଲ ଗରମ କରି ତେଜପତ୍ର, ଡାଲଚିନି ଏବଂ ଲବଙ୍ଗ ପକାନ୍ତୁ। ଏହାପରେ ପିଆଜକୁ ପକାଇ ଭାଜନ୍ତୁ।ଏହାପରେ ଏଥିରେ ଧନିଆ ପାଉଡର, ଲୁଣ, ହଳଦି, ଜୀରା ଏବଂ ବାକି ସମସ୍ତ ମସଲା ପକାନ୍ତୁ। ଅଦା-ରସୁଣ ପେଷ୍ଟ ପକାଇ ଭାଜନ୍ତୁ। ଏହାପରେ ପେଶି ରଖିଥିବା ଟମାଟୋ ପକାଇ ଭାଜନ୍ତୁ ଏବଂ ତେଲ ଛାଡିବା ଯାଏଁ ଭାଜନ୍ତୁ। ୧/୨ କପ୍‌ ପାଣି ପକାଇ ଏହାକୁ ଫୁଟାନ୍ତୁ ଯେତେପଯ୍ୟର୍ନ୍ତ ବାଇଗଣ ଭିତରକୁ ମସଲା ନ ଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button