ମନୋରଞ୍ଜନ

ହୋଲିରେ ରଙ୍ଗ ଖେଳିବା ପୂର୍ବରୁ ଏହିସବୁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ନଚେତ୍‌ ଅନେକ ସମସ୍ୟାର ସାମ୍ନା କରିପାରନ୍ତି

ଅଧିକାଂଶ ଲୋକମାନେ ହୋଲି ପର୍ବ ଅତ୍ୟନ୍ତ ଆନନ୍ଦର ସହ ସେଲିବ୍ରେଟ କରିଥାନ୍ତି। କିନ୍ତୁ ଏହି ମଜାମସ୍ତିରେ ମଧ୍ୟ କେଶ ଏବଂ ଧ୍ୟାନ ଦେବା ନିଶ୍ଚିନ୍ତ ଆବଶ୍ୟକ। କାରଣ ଆପଣଙ୍କର ଏହି ଅଣଦେଖା ବଡ ସମସ୍ୟା ସୃଷ୍ଟି କରିପାରେ। ଏଥିସହ ଆପଣମାନେ ନିଶ୍ଚୟ ଚାହୁଁଥିବେ ରଙ୍ଗ ଖେଳରେ କେବେବି ଆପଣଙ୍କର କିଛି ଅସୁବିଧା ନହେଉ। ତେବେ ଆସନ୍ତୁ ଜାଣିବା ହୋଲି ଖେଳିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।

holi tips-ସର୍ବପ୍ରଥମେ ଆପଣ ଏହି କଥା ଉପରେ ଧ୍ୟାନ ରଖନ୍ତୁ ଆପଣ କେମିକାଲ ରଙ୍ଗଠାରୁ ଦୂରେଇ ରୁହନ୍ତୁ। ଏହି ରଙ୍ଗ ଆପଣଙ୍କ ତ୍ୱଚା, କେଶ ଏବଂ ଆଖି ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ। ଏହିକାରଣରୁ ଏହିସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ।

-ଯଦି ଆପଣ କାହାକୁ ରଙ୍ଗ ଲଗାଉଛନ୍ତି ତେବେ ଏହି କଥା ଉପରେ ଧ୍ୟାନ ରଖନ୍ତୁ କାହାକୁ ଜବରଦସ୍ତ କରନ୍ତୁ ନାହିଁ। କାରଣ ଏପରି କରିବା ଦ୍ୱାରା ଆପଣଙ୍କ ଆଖି ଭିତରକୁ ରଙ୍ଗ ଯାଇପାରେ।

holi1-ଯଦି ଆପଣଙ୍କ ଆକିରେ ରଙ୍ଗ ପଶିଯାଏ ତେବେ ସର୍ବପ୍ରଥମେ ସଫାା ପାଣିରେ ଆଖିକୁ ଧୁଅନ୍ତୁ ଏବଂ ବାରମ୍ବାର ଆଖିରେ ପାଣି ପକାନ୍ତୁ।

-ରଙ୍ଗ ଖେଳିବା ସମୟରେ ନିଶ୍ଚିନ୍ତ ସନ୍‌ଗ୍ଲାସ୍‌ ବ୍ୟବହାର କରନ୍ତୁ। କାରଣ ଏହା ଆପଣଙ୍କ ଆଖିକୁ ରଙ୍ଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।

-ଯଦି ଆପଣଙ୍କ ଆଖିରେ ଅଧିକ ଜଳାପୋଡା ହୋଇଥାଏ କିମ୍ବା ଆଖି ଲାଲ୍‌ ପଡିଯାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button