ମନୋରଞ୍ଜନ

ହୋଲି ପର୍ବରେ ଘରକୁ ଆଣନ୍ତୁ ଏହି ଜିନିଷ, ହେବ ଧନର ବର୍ଷା

ରଙ୍ଗର ପର୍ବ ହୋଲି ପିଲାମାନଙ୍କ ଠାରୁ ଆରମ୍ଭ କରି ବଡ ଲୋକମାନେ ସମସ୍ତେ ଖେଳିବାକୁ ପସନ୍ଦ କରିଥାନ୍ତି। କିଛି ଲୋକଙ୍କ ଘରେ ମଧ୍ୟ ହୋଲିକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ନବବିବାହିତ ଦମ୍ପତିଙ୍କ ପାଇଁ ଏହି ଦିନ ବିଶେଷ ପୂଜାର ଆୟୋଜନ ମଧ୍ୟ କରାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ହୋଲି ପର୍ବ ଶୁଭ ହୋଇଥାଏ। ଯଦି ଆପଣ ବାସ୍ତୁଶାସ୍ତ୍ର ଅନୁଯାୟୀ ଉଲ୍ଲେଖ କରାଯାଇଥିବା ନିୟମ ପାଳନ କରନ୍ତି ତେବେ କେବେ ବି ଆପଣଙ୍କ ଜୀବନରେ ଦରିଦ୍ରତା ଏବଂ ଟଙ୍କାର ଅଭାବ ଦେଖାଯାଇନଥାଏ। ତେବେ ଆସନ୍ତୁ ଜାଣିବା ହୋଲି ସହ ଜଡିତ କିଛି ଖାସ୍‌ ବାସ୍ତୁ ଟିପ୍ସ ବିଷୟରେ।

Holi-Festival--ଯଦି ଆପଣ ନିଜ ଘରେ ସର୍ବଦା ଖୁସି ଲାଗିରହିବା ପାଇଁ ଚାହୁଁଛନ୍ତି ତେବେ ଆପଣ ସର୍ବପ୍ରଥମେ ଘରର ମୁଖ୍ୟ ଠାକୁରଙ୍କୁ ରଙ୍ଗ ଲଗାନ୍ତୁ। ଏଥିସହ ଭଗବାନ ଗଣେଶଙ୍କୁ ଗୋଲାପୀ ରଙ୍ଗ ଅର୍ପଣ କରନ୍ତୁ। ଏହାପରେ ଘରର ବୟସ୍କ ଲୋକଙ୍କ ମଥାରେ ଗୋଲାପୀ ରଙ୍ଗ ଲଗାଇ ହୋଲି ଖେଳିବା ଆରମ୍ଭ କରନ୍ତୁ।

-ହୋଲି ଆଉ ମାତ୍ର କିଛି ଦିନ ବାକି ରହିଛି। ଏ ଥିପାଇଁ ଘର ପରସ୍କାର ରଖିବା ନିଶ୍ଚିନ୍ତ ଜରୁରୀ। ଘରେ ଥିବା ପୁରୁଣା ଜିନିଷ ବାହାର କରିଦିଅନ୍ତୁ। ଏପରି କରିବା ଦ୍ୱାରା ଦାରିଦ୍ର୍ୟତା ଦୂର ହେବା ସହ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ।

beach--ଶାସ୍ତ୍ର ଅନୁଯାୟୀ ହୋଲି ଦିନ ଘରେ ମୋତି ଶଙ୍ଖ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ମାନ୍ୟତା ଅନୁଯାୟୀ ଘରକୁ ମୋତି ଶଙ୍ଖ ଆଣିବା ଦ୍ୱାରା ଜୀବନରେ ଧନ ବୃଦ୍ଧି ହୋଇଥାଏ।

-ହୋଲି ଦିନ ଅବୀରରେ ରୂପାର କଏନ୍‌ ରଖିବା ଦ୍ୱାରା ମଧ୍ୟ ଜୀବନରେ ଧନର ବୃଦ୍ଧି ହୋଇଥାଏ। ଏହାବ୍ୟତୀତ ଅଟକି ରହିଥିବା ଟଙ୍କା ଏହି ଉପାୟରେ ଜଲଦି ମିଳିବାର ସମ୍ଭାବନା ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button