ମନୋରଞ୍ଜନ

ସ୍ୱାଦରେ ଏକଦମ୍‌ ଜବରଦସ୍ତ, ସଂଧ୍ୟାକୁ କରନ୍ତୁ ଖାସ, ଏମିତି ବନାନ୍ତୁ ‘ଆସାମୀ ରୁଟି’

ଭୋଜନରେ ରୁଟି ନ ରହିଲେ ଖାଦ୍ୟ ଅଧୂରା ରହିଯାଏ। କିଛି ଲୋକ ତ ଏମିତି ଅଛନ୍ତି ଯେଉଁମାନେ ରୁଟି ନଖାଇଥିଲେ ସେମାନଙ୍କ ପେଟ ପୂରି ନଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ୍‌ ଏବଂ ସ୍ପେଶାଲ ରେସିପି ‘ଆସାମୀ ରୁଟି’ ନେଇ ଆସିଛୁ। ଯାହା ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଜବରଦସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ଚାଉଳ

-ମୁଗ

-ତେଲ ଆବଶ୍ୟକ ଅନୁଯାୟୀ

-ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଉଣାଳୀ

-ଚାଉଳ ଏବଂ ମୁଗକୁ ପେଶି ଦିଅନ୍ତୁ।

-ଏହାକୁ ଅଳ୍ପ ରଖି ବାକି ସବୁଥିରେ ଘିଅ ଏବଂ ଲୁଣ ମିଶାଇ ଚକଟନ୍ତୁ।

-ଏହାପରେ ଏହାକୁ ସମାନ ମାତ୍ରାରେ ଗୋଲା କରିଦିଅନ୍ତୁ।

-ଏବେ ଏହାକୁ ଅଳ୍ପ ରଖିଥିବା ମୁଗ ଏବଂ ଚାଉଳ ଦେଇ ହାତରେ ଚାପି ଚାପି ଗୋଲ ଗୋଲ ରୁଟି ବନାନ୍ତୁ।

-ଏହାପରେ ଏହାକୁ ତାଓ୍ଵାରେ ପକାଇ ସାମାନ୍ୟ ସେକି ଦିଅନ୍ତୁ। ଏହାପରେ ଆଞ୍ଚରେ ସେକି ଦିଅନ୍ତୁ।

-ଏବେ ଆପଣଙ୍କର ଆସାମୀ ରୁଟି ପ୍ରସ୍ତୁତ ହୋଇଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button