ସ୍ୱାସ୍ଥ୍ୟ

ହୋମିଓପାଥିକ ଔଷଧ ଖାଇବା ବେଳେ ଧ୍ୟାନରେ ରଖନ୍ତୁ ଏହିସବୁ ନିୟମ, ନଚେତ ଭୋଗିବେ ଅନେକ ସମସ୍ୟା

ଆପଣଙ୍କୁ କୌଣସି ରୋଗ ହେଲେ, କେତେକ ଲୋକମାନେ ଆପଣଙ୍କୁ ଏଲୋପାଥିକ ଔଷଧ ଖାଇବା ପାଇଁ ପରାମର୍ଶ ଦେଇଥିବା ବେଳେ କେତେକ ହୋମିଓପାଥିକ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି। ହୋମିଓପାଥିକ ଚିକିତ୍ସା କରିବା ଦ୍ୱାରା ରୋଗ ମୂଳରୁ ସମାପ୍ତ ହୋଇଯାଇଥାଏ। ଏହାଛଡା ଏହି ଔଷଧ ଖାଇବା ଦ୍ୱାରା କୌଣସି ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ହୋଇନଥାଏ। କିନ୍ତୁ ଏହି ଔଷଧ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ସହିତ କିଛି ନିୟମ ମଧ୍ୟ ମାନିବା ଜରୁରୀ। ଆସନ୍ତୁ ଜାଣିବା କ’ଣ ନିୟମ ମାନିବେ…

homeo

– ହୋମିଓପାଥିକ ଔଷଧ ଖାଇବା ପରେ ଔଷଧ ଡବାକୁ କେବେ ବି ଖୋଲା ଛାଡନ୍ତୁ ନାହିଁ।

– ଯଦି ଆପଣ ହୋମିଓପାଥିକ ଔଷଧ ଖାଉଛନ୍ତି ତେବେ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ। ନଚେତ ଏହାର ପ୍ରଭାବ ପଡିବ ନାହିଁ।

– କେବେ ବି ହୋମିଓପାଥିକ ଔଷଧକୁ ହାତରେ ଧରି ଖାଆନ୍ତୁ ନାହିଁ। ସବୁବେଳେ ଔଷଧରେ ଥିବା ଠିପିର ବ୍ୟବହାର କରନ୍ତୁ।

homeopathy

– ଏହି ଔଷଧ ଖାଇବାର ୧୦ ମିନିଟ୍‌ ପର୍ଯ୍ୟନ୍ତ କିଛି ବି ଖାଦ୍ୟପଦାର୍ଥ ଖାଆନ୍ତୁ ନାହିଁ।

– ହୋମିଓପାଥିକ ଖାଉଥିବା ସମୟରେ କଫି ଏବଂ ଚା’ ପିଅନ୍ତୁ ନାହିଁ।

– ଏହାକୁ ଖାଇବା ସମୟରେ ଗୋଳିକୁ ଜିଭ ତଳେ କିମ୍ବା ଚୁଚୁମି ଚୁଚୁମି ଖାଆନ୍ତୁ। ଏହାକୁ ସେମିତି ଢୋକିବା ଉଚିତ ନୁହେଁ।

– ଯଦି ଆପଣ ହୋମିଓପାଥିକ ଔଷଧ ଖାଉଛନ୍ତି, ତେବେ ନିଜ ଡାଏଟରୁ ଖଟାଜାତୀୟ ଜିନିଷ କାଢିଦିଅନ୍ତୁ। ଖଟା ଜିନିଷ ଖାଇବା ଦ୍ୱାରା ହୋମିଓପାଥିକ ଔଷଧର ପ୍ରଭାବ କିଛି ଶରୀର ଉପରେ ପଡେନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button