ପେଟ ସମ୍ବନ୍ଧିତ ଅନେକ ସମସ୍ୟା ମଧ୍ୟରେ ପେଟରେ ଗ୍ୟାସ୍ ହେବା ଏକ ସାଧାରଣ ସମସ୍ୟା। ଛୋଟ ବୟସର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ପ୍ରତ୍ୟେକ ବୟସର ବ୍ୟକ୍ତିଙ୍କୁ କେବେ କେବେ ଏହି ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ପେଟରେ ଗ୍ୟାସ ହେବାର ଅନେକ କାରଣ ରହିଥାଏ, ଯେପରି ଅତ୍ୟଧିକ ଭୋଜନ କରିବା, ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋକରେ ରହିବା, ରାଗ କିମ୍ବା ଚଟପଟା ଭୋଜନ କରିବା, ଠିକ୍ ଭାବେ ଖାଦ୍ୟ ଚୋବାଇ ନଖାଇବା, ଅଧିକ ଚିନ୍ତା କରିବା, ମଦ୍ୟପାନ କରିବା ଏବଂ କିଛି ଔଷଧ ସେବନ କରିବା ଦ୍ୱାରା ମଧ୍ୟ ଗ୍ୟାସ ସମସ୍ୟା ଦେଖାଯାଇଥାଏ। gasପେଟରେ ଗ୍ୟାସ ସମସ୍ୟା ହେବା ଦ୍ୱାରା ଏହିସବୁ ଲକ୍ଷଣ ଦେଖାଯାଇଥାଏ -ଭୋକ ନଲାଗିବା -ପେଟ ଫୁଲିବା -ବାନ୍ତି ଲାଗିବା, ବଦହଜମୀ ହେବା Bloatingପେଟରେ ଗ୍ୟାସ ହେବା ଦ୍ୱାରା ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣନ୍ତୁ ଏହି ଘରୋଇ ଉପାୟ -ଲେମ୍ବୁ ରସରେ ୧ଚାମଚ ବେକିଂ ସୋଢା ମିଶାଇ ସକାଳ ସମୟରେ କାଲି ପେଟରେ ସେବନ କରନ୍ତୁ। -ଆପଣ କ୍ଷୀରରେ ଗୋଲମରିଚ ମିଶାଇ ମଧ୍ୟ ସେବନ କରିପାରିବେ। -ପାଣିରେ ଡାଲଚିନି ଫୁଟାଇ ସେହି ପାଣିକୁ ଥଣ୍ଡା କରି ସେଥିରେ ମହୁ ମିଶାଇ ସେବନ କରିପାରିବେ। -ଦିନରେ ଦୁଇ ରୁ ତିନି ଥର ଗୁଜୁରାତି ସେବନ କରିବା ପାଚନ ପ୍ରକ୍ରିୟାରେ ସହାୟକ ହେଇଥାଏ। -ପ୍ରତ୍ୟେକ ଦିନ ଅଦାର ଛୋଟ ଖଣ୍ଡ ପାଟି ଭିତରେ ରଖିବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ। water-ପ୍ରତ୍ୟେକ ଦିନ ନଡିଆ ପାଣି ପିଇବା ଗ୍ୟାସ ସମସ୍ୟା ପାଇଁ ସବୁଠାରୁ ଭଲ ବିକଳ୍ପ -ପୋଦିନା ପତ୍ର ଫୁଟାଇ ପିଇବା ଦ୍ୱାରା ମଧ୍ୟ ଗ୍ୟାସ ସମସ୍ୟା ଦୂର ହୋଇଥାଏ। -ଏହା ବ୍ୟତୀତ ସପ୍ତାହରେ ଗୋଟିଏ ଦିନ ଉପବାସ କରିବା ଦ୍ୱାରା ପେଟ ସଫା ରହିଥାଏ ଏବଂ ଗ୍ୟାସ ସମସ୍ୟା ଦେଖାଯାଇଥାଏ।

କାକୁଡି ଖାଇବାକୁ ପ୍ରାୟତଃ ସମସ୍ତେ ଭଲପାଆନ୍ତି। ଖରାଦିନେ ଏହାକୁ ଖାଇବା ଶରୀର ପାଇଁ ଉତ୍ତମ ହୋଇଥାଏ। କାକୁଡି ଖାଇଲେ ମଧ୍ୟ ଓଜନ କମ୍ ହୋଇଥାଏ ତାହା ଆମେ ସମସ୍ତେ ଜାଣିଛେ। କାକୁଡି କେବଳ ଶରୀର ପାଇଁ ନୁହେଁ ବରଂ ତ୍ୱଚା ଏବଂ କେଶ ପାଇଁ ସୁନ୍ଦର ହୋଇଥାଏ। କାକୁଡି ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା, ଗ୍ୟାସ୍, ଏସିଡିଟି, ଛାତି ଜଳାପୋଡା ସମସ୍ୟାରୁ ମୁକ୍ତି ମିଳିଥାଏ। ଏସବୁ ଛଡା କାକୁଡି ଖାଇଲେ ବହୁତ କିଛି ଫାଇଦା ମିଳିଥାଏ…
– କାକୁଡିରେ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ସ୍କିନ ଭଲ ରହିଥାଏ। ଏଥିରେ ଥିବା ଭିଟାମିନ ଏ ଆପଣଙ୍କ ଆଖି ପାଇଁ ଲାଭଦାୟକ ହୋଇଥାଏ।

– କାକୁଡିରେ ଅଧିକ ମାତ୍ରାରେ କ୍ୟାଲସିୟମ ରହିଥାଏ, ଯାହା ଆପଣଙ୍କ ହାଡକୁ ମଜବୁତ କରିଥାଏ। ଏହାଛଡା ପ୍ରଚୁର ମାତ୍ରାରେ ଫାଇବର କାକୁଡିରେ ରହିଥାଏ, ଯାହା ପେଟଜନିତ ସମସ୍ୟାରୁ ମୁକ୍ତି ଦିଏ।
– ମଧୁମେହ ରୋଗୀ କାକୁଡି ଖାଇବା ଦ୍ୱାରା ସୁଗାଲ କଣ୍ଟ୍ରୋଲ ହୁଏ। କାକୁଡିରେ ଥିବା ଫସଫରସ ଦାନ୍ତକୁ ମଜବୁତ କରିଥାଏ।
– କାକୁଡି ଖାଇଲେ ଛାତି ଜଳପୋଡା ସମସ୍ୟା ମୁକ୍ତି ମିଳିବା ସହ ସନବର୍ନ ହେଲେ ଶୀତଳତା ପ୍ରଦାନ କରିଥାଏ।

– ଝିଅମାନେ ମାସିକ ଧର୍ମ ହେବା ସମୟରେ ବହୁତ ଚିନ୍ତିତ ରହିଥାନ୍ତି। ଏଥିପାଇଁ ପ୍ରତିଦିନ କାକୁଡି ଖାଇବା ଦ୍ୱାରା ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ହଦିକୁ କାକୁଡିରେ ପକାଇ ପୁଦିନା, କଳାଲୁଣ, ଗୋଲମରିଚ, ଜିରା, ହିଙ୍ଗ ପକାଇ ଖାଆନ୍ତୁ ଆରାମ ମିଳିବ।
– କାକୁଡି ଖାଇବା ଦ୍ୱାରା ଶରୀରର ବିଷାକ୍ତ ପଦାର୍ଥ ବାହାରକୁ ବାହାରିପଡେ।



