ସ୍ୱାସ୍ଥ୍ୟ

ପାଚନ ତନ୍ତ୍ରକୁ ମଜବୁତ କରିବା ସହ କୋଲେଷ୍ଟର କମ୍‌ କରେ ନାସପାତି, ଦୂର କରେ ବିଭିନ୍ନ ସମସ୍ୟା

ଆପଣମାନେ ହୁଏତ ପ୍ରତିଦିନ ସେଓ ଖାଉଥିବେ । କିନ୍ତୁ ପ୍ରତିଦିନ ନାସପାତି ଖାଉଥିବା ଲୋକ ଖୁବ୍‌ କମ୍‌। ସେଓ ଭଳି ଆଉ ଏକ ଫଳ ହେଉଛି ନାସପାତି। ଏଥିରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ନାସପାତି ଖାଇବା ଅନ୍ୟ ଫଳ ତୁଳନାରେ ଅଧିକ ଫାଇଦା ରହିଥାଏ। ଆସନ୍ତୁ ଜାଣିବା କ’ଣ ରହିଛି ନାସପାତିର ଫାଇଦା..

– ନାସପାତିରେ ଭରପୂର ମାତ୍ରାରେ ଫାଇବର ରହିଥାଏ। ଫାଇବର ଯୋଗୁଁ ପାଚନ ତନ୍ତ୍ର ମଜବୁତ ହୋଇଥାଏ। ନାସପାତିରେ ଥିବା ପୋକଟିନ ନାମକ ତତ୍ତ୍ୱ କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ରାମବାଣ ହୋଇଥାଏ।

fruit

– ନାସପାତି ଚୋପାର ମଧ୍ୟ ଅନେକ ଫାଇଦା ରହିଥାଏ। ଏହାର ଚୋପାରେ ୩-୪ ଗୁଣା ଅଧିକ ଫାଇଟୋନ୍ୟୁଟ୍ରିଏଣ୍ଟନ୍ସ ରହିଥାଏ। ଯାହା ଶରୀରର ଇମ୍ୟୁନିଟ୍‌ ବଢାଇଥାଏ। ଏହାକୁ ଖାଇବା ଦ୍ୱାରା କ୍ୟାନସର ଏବଂ ହୃଦ ସମ୍ବନ୍ଧୀୟ ରୋଗ ଆଶଙ୍କା କମ୍‌ ହୋଇଥାଏ।

– ନାସପାତିରେ ପ୍ରଚୁର ମାତ୍ରାରେ ଆଇରନ ରହିଥାଏ। ଯାହା ହିମୋଗ୍ଲୋବିନର ସ୍ତର ବଢାଇଥାଏ। ଏନିମିୟା ଗସ୍ତ ରୋଗୀଙ୍କୁ ସୁରକ୍ଷା ଦେଇଥାଏ ନାସପାତି।

ft

– ନାସପାତିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଭିଟାମିନର ଉଚିତ ମାତ୍ରା ରହିଛି, ଯାହା ରୋଗ ପ୍ରତିରକ୍ଷା ପ୍ରଣାଳୀକୁ ସୁଧାରିଥାଏ ଏବଂ ବିଭିନ୍ନ ରୋଗ ସହିତ ଲଢିବା ପାଇଁ ଶକ୍ତି ଯୋଗାଇଥାଏ।

– ନାସପାତିରେ ପୋକଟିନ୍‌ ରହିଛି, ଯାହା କୋଲେଷ୍ଟ୍ରଲକୁ କମ୍‌ କରିବାରେ ସହାୟକ ହୋଇଥାଏ।

– ଯଦି ଆପଣଙ୍କୁ ଭୋକ ବାରମ୍ବାର ଲାଗୁଛି, ତେବେ ନାସପାତି ଖାଆନ୍ତୁ। ଏଥିରେ ଥିବା ଫାଇବର ଆପଣଙ୍କ ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ। ଫାଇବର ଛଡା ଏଥିରେ ଭିଟାମିନ ସି, ଆଇରନ, ଏବଂ ମ୍ୟାଗ୍ନେସିୟମ ଭରପୂର ମାତ୍ରାରେ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button