ବିନା କାରଣରେ କମୁଛି କି ଆପଣଙ୍କ ଓଜନ? ତେବେ ହୋଇଯାଆନ୍ତୁ ସାବଧାନ

ଅନେକ ଥର ହାଇପୋଥାଇରଏଡ ବ୍ୟକ୍ତିମାନଙ୍କ ଓଜନ ବହୁତ ଜଲଦି ହ୍ରାସ ପାଇଥାଏ। ଯଦି ଦୁର୍ବଳ ଲାଗିବା, ମୁଣ୍ଡବିନ୍ଧା, ବାରମ୍ବାର ଭୋକ ଲାଗିବା, ଧ୍ୟାନ କେନ୍ଦ୍ରିତ କରିବାରେ ସସମ୍ୟା ଦେଖାଯିବା ଭଳି ଲକ୍ଷଣ ସହ ଖୁବ୍ ଶୀଘ୍ର ଓଜନ ହ୍ରାସ ପାଇଥାଏ ତେବେ ଏହା ହାଇପୋଥାଇରଏଡର ଲକ୍ଷଣ ହୋଇପାରେ। କିନ୍ତୁ କେବେ ହାଇପୋଥାଇରଏଡ ବ୍ୟକ୍ତିମାନଙ୍କ ଓଲଟା ପତିକ୍ରିୟା ମଧ୍ୟ ଦେଖାଯାଇଥାଏ। ଅର୍ଥାତ କିଛି ବ୍ୟକ୍ତିଙ୍କ ବହୁତ ଜଲଦି ବଢିବାକୁ ଲାଗିଥାଏ।
-ଅନେକ ଥର ଚିନ୍ତା କାରଣରୁ ମଣିଷ କମ ଭୋକ ଲାଗିଥାଏ। କମ ଖାଇବା କାରଣରୁ ମଧ୍ୟ ମଣିଷ ଶରୀରକୁ ଆବଶ୍ୟକ ଇନ୍ଧନ ମିଳିପାରିନଥାଏ। ଏଭଳି ପରିସ୍ଥିତିରେ ଶରୀରର ମୋଟାପଣ ଗ୍ଲୁକୋଜରେ ପରିବର୍ତ୍ତନ ହୋଇଥାଏ ଏବଂ ଶରୀର ଏହାକୁ ଇନ୍ଧନ ରୂପେ ବ୍ୟବହାର କରିଥାଏ। ଏହି କାରଣରୁ ମଧ୍ୟ ଓଜନ କମ ହେବାରେ ଲାଗିଥାଏ।
-ଅତ୍ୟଧିକ ଓଜନ ହ୍ରାସ ହେବାର କାରଣ ହେଉଛି ମାନସିକ ରୂପେ ଦୁର୍ବଳ ହେବା। ଯଦି କୌଣସି ବ୍ୟକ୍ତି ମାନସିକ ରୂପେ ସମସ୍ୟାରେ ରହିଥାନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଥାଏ ତେବେ ଏଭଳି ବ୍ୟକ୍ତିଙ୍କର ଓଜନ ଖୁବ୍ ଶୀଘ୍ର ବଢିବାକୁ ଲାଗିଥାଏ କିମ୍ବା କମିଥାଏ।
-ଅନେକ ଘଟଣାରେ ଅଧିକ ପ୍ରେସର ନେବା କାରଣରୁ ମଧ୍ୟ ଓଜନ ହ୍ରାସ ପାଇଥାଏ। ଯେତେବେଳେ ଆମେ କମ ଖାଦ୍ୟ ଖାଇଥାଉ ସେତେବେଳେ ମଧ୍ୟ ଆମ ଶରୀରକୁ ଉଚିତ କ୍ୟାଲୋରୀ ବା ଶକ୍ତି ମିଳିପାରିନଥାଏ। ଏହାବ୍ୟତୀତ ଲିଭର କିମ୍ବା ହୃଦରୋଗ ସମସ୍ୟା କାରଣରୁ ମଧ୍ୟ ଓଜନ କମ ହୋଇପାରେ। ଏହିକାରଣରୁ ଓଜନ କମ ହେଲେ କେବେ ବି ଅଣଦେଖା କରନ୍ତୁ ନାହିଁ।
-ଅନେକଥର ପେଟ ଏବଂ ଆନ୍ତ୍ରିକ ସମ୍ବନ୍ଧିତ ରୋଗ କାରଣରୁ ଶରୀର ଖାଦ୍ୟକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିପାରିନଥାଏ। ଏବଂ ଯେଉଁ ଖାଦ୍ୟ ଶରୀର ଭିତରକୁ ଯାଇଥାଏ ତାହାର ପ୍ରୟୋଗ ଆବଶ୍ୟକତା ଅନୁଯାୟୀ ହୋଇପାରିନଥାଏ। ଏହିକାରଣରୁ ମଧ୍ୟ ଓଜନ ଅତ୍ୟଧିକ ହ୍ରାସ ପାଇଥାଏ।
