ମନୋରଞ୍ଜନ

ସନ୍ଧ୍ୟାକୁ କରନ୍ତୁ ସ୍ପେଶାଲ, ଘରେ ପ୍ରସ୍ତୁତ କରନ୍ତୁ ଚି଼ଲ୍ଲୀ ନ୍ୟୁଟରେଲା

ଏବେ କରୋନା ଭାଇରସ ପାଇଁ ସ୍କୁଲ କଲେଜ ଅଫିସ ବନ୍ଦ ହୋଇଯାଇଛି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ସମସ୍ତେ ଘରେ ରହୁଛନ୍ତି। ଆଉ ଏହି ସମୟରେ ଘରେ ଅନେକ କିଛି ନୂଆ ନୂଆ ଡ଼ିସ ଖାଇବାକୁ ଇଚ୍ଛା ହେଉଛି। ଛୋଟ ପିଲାଙ୍କ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଚାଇନିଜ ଖାଦ୍ୟକୁ ବହୁତ ପସନ୍ଦ କରୁଛନ୍ତି। ଏହି ସମୟରେ ବଜାର ଖାଦ୍ୟ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇପାରେ। ଏଥିପାଇଁ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଚାଇନିଜ ଡ଼ିସ ‘ଚିଲି ନ୍ୟୁଟରେଲା’। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ସୋୟାବିନ ବଡି – ୧/୨ କପ

ସିମ୍ଲା ଲଙ୍କା – ୧

ପିଆଜ – ୧

ଅଦା, ରସୁଣ, କଞ୍ଚାଲଙ୍କା ପେଷ୍ଟ – ୧ ଛୋଟ ଚାମଚ

ଟମାଟୋ – ୧

ତେଲ – ୧ ବଡ ଚାମଚ

କ୍ଷୀର – ୧/୨ କପ

ଲୁଣ – ସ୍ୱାଦଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

-ସୋୟା ବଡିକୁ କିଛି ସମୟ ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖିବା ପରେ ଭଲଭାବେ ଚିପୁଡ଼ି ରଖିଦିଅନ୍ତୁ।

-ଏକ ପ୍ୟାନରେ ତେଲ ଗରମ କରି ଅଦା ରସୁଣ ପେଷ୍ଟ ପକାଇ ଭାଜନ୍ତୁ .

-ପିଆଜକୁ ମୋଟା ଆକାରରେ କାଟି ପ୍ୟାନରେ ପକାନ୍ତୁ। ଏହା ଭଲଭାବେ ଭାଜି ହେବ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।

-ଟମାଟୋକୁ କାଟି ପ୍ୟାନରେ ପକାଇ ନରମ ହେବା ପର୍ଯ୍ୟନ୍ତ ଭାଜନ୍ତୁ।

-ଏହାପରେ ଏହି ମସଲାରେ ସୋୟା ବଡି ପକାଇ କିଛି ସମୟ ଭାଜନ୍ତୁ।

-ଚି଼ଲ୍ଲୀ ପନିର ମସଲାକୁ ୧ ବଡ ଚାମଚ ପାଣିରେ ମିଶାଇ ଲଗାତାର ଚଳାଇ ତରକାରୀରେ ପକାନ୍ତୁ।

-ଏଥିରେ ଲୁଣ ଏବଂ କ୍ଷୀର ପକାଇ କିଛି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button