ମନୋରଞ୍ଜନ

ସନ୍ଧ୍ୟା ସମୟକୁ କରନ୍ତୁ ଖାସ, ଘରେ ବନାନ୍ତୁ ‘ପନିର-ପପକର୍ଣ୍ଣ ପକୋଡା’

କରୋନା ପ୍ରଭାବରୁ ଏବେ ଦେଶ ବ୍ୟାପି ଲକ ଡାଉନ ପରିସ୍ଥିତି । ଏମିତି ପରିସ୍ଥିତିରେ ବିଭିନ୍ନ ପ୍ରଫେସନରେ ଥିବା ଲୋକ ମାନଙ୍କ ଅଫିସ ଓ ବ୍ୟବସାୟ ଆଦି ବନ୍ଦ ହେବା କାରଣରୁ ଲୋକେ ଘରେ ହିଁ ସମୟ କାଟିବାକୁ ବାଧ୍ୟ ହେଉଛନ୍ତି । ଏମିତି ସମୟରେ ସାଧାରଣତଃ ଘରେ ତିଆରି ସ୍ୱାଦିଷ୍ଟ ଖାଦ୍ୟ ମାନ ଖାଇବାକୁ ଇଛା ହବ ନିଶ୍ଚିତ । ତେଣୁ ସନ୍ଧ୍ୟା ସମୟର ଜଳଖିଆକୁ ଟିକେ ଝଟକା କରିବା ପାଇଁ ଘରେ ପ୍ରସ୍ତୁତ କରି ‘ପନିର ପପକର୍ନ’ର ମଜା ନିଅନ୍ତୁ । ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୧. କେତେ ଖଣ୍ଡ ପନିର

୨. ଗୋଟେ ଚାମଚ ହଳଦୀ

୩. ଗୋଟେ ଚାମଚ ଲଙ୍କା ଗୁଣ୍ଡ

୪. ଗୋଟେ ଚାମଚ ଅଦା ରସୁଣ ପେଷ୍ଟ

୫. ଗୋଟେ ଚାମଚ ଗୋଲମରିଚ ଗୁଣ୍ଡ

paneer

୬. ଲୁଣ ସ୍ୱାଦ ଅନୁସାରେ

୭. ଅଧା କପ କର୍ଣ୍ଣ ଫ୍ଲୋର

୮. ଗୋଟେ କପ ବ୍ରେଡକମ ପାଉଡର

୯. ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ:

-ଗୋଟେ ବଡ଼ ବାଉଲରେ କିଛି ପନିର ଖଣ୍ଡ ନିଅନ୍ତୁ । ଏବେ ସେଥିରେ ଗୋଟେ ଚାମଚ ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ଯାଇଥିବା ପତ୍ର ଓ ସ୍ୱାଦ ଅନୁସାରେ ପକାନ୍ତୁ । ଏଗୁଡ଼ିକୁ ଭଲଭାବେ ମିକ୍ସ କରନ୍ତୁ ।

– ସମସ୍ତ ମସଲାକୁ ଭଲ ଭାବେ ମିଶାଇ କିଛି ଦିନ ପାଇଁ ଛାଡ଼ି ଦିଅନ୍ତୁ ।

– ଏବେ ଆଉ ଏକ ବାଉଲରେ କର୍ଣଫ୍ଲୋର, ପେଷ୍ଟ ଗୋଟେ ଚାମଚ, ଗୋଲମରିଚ ଗୁଣ୍ଡ ଲୁଣ, ପାଣି ଭଲ ଭାବେ ମିକ୍ସ କରିଦିଅନ୍ତୁ ।

– ଏବେ ମେରିନେଟ ହୋଇଥିବା ପନିର ଖଣ୍ଡ ଗୁଡିକୁ ଘୋଳାରେ ବୁଡାଇ ଗରମ ତେଲରେ ଛାଣି ଦିଅନ୍ତୁ ।

– ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ତେଲରେ ଛାଣନ୍ତୁ ।

– ଏବେ କୌଣସି ଘରେ ପ୍ରସ୍ତୁତ ଚଟଣି ସହ ଗରମ ଗରମ ‘ପନିର -ପପକର୍ଣ ପକୋଡା’ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରସନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button