ମନୋରଞ୍ଜନ

ରବିବାର ଡିନରରେ ପ୍ରସ୍ତୁତ କରନ୍ତୁ ଗାର୍ଲିକ୍‌ ଚିକେନ୍‌, ଟେଷ୍ଟ ଏମିତି ଯେ ପାଟିରୁ ଛାଡ଼ିବନି

ଚିକେନ୍‌ର ବିଭିନ୍ନ ପ୍ରକାରର ଆଇଟମ୍‌ ଆପଣ ଘରେ ତିଆରି କରି ଖାଇଥିବେ ନିଶ୍ଚୟ। କିନ୍ତୁ ଆମେ ଆଜି ଆପଣଙ୍କୁ ଏକ ଏଭଳି ଚିକେନ୍‌ ଆଇଟମ୍‌ ବିଷୟରେ କହିବାକୁ ଯାଉଛୁ ଯାହା ଖୁବ୍‌ କମ୍‌ ସମୟରେ ତିଆରି କରିପାରିବେ। ଆଜି ରବିବାରରେ ଘରେ ରାତି ଡିନରରେ ବନାନ୍ତୁ ଗାର୍ଲିକ୍‌ ଚିକେନ୍‌। ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ବେଶ୍‌ ହିତକର ହୋଇଥାଏ। ଆସନ୍ତୁ ଜାଣିବା ଗାର୍ଲିକ ଚିକେନ୍‌ର ପ୍ରସ୍ତୁତି ପ୍ରଣାଳୀ…

garlic chicken

ଆବଶ୍ୟକୀୟ ସାମଗ୍ରୀ:

୧/୪ କପ୍‌ ଅଲିଭ ଅଏଲ
୨ କୋଲା କଟା ରସୁଣ
୧/୪ କପ୍‌ ବ୍ରେଡକ୍ରମସ୍‌
୧/୪ କପ୍‌ ଚିଜ୍‌
୪ ବୋନ୍‌ଲେସ୍‌ ଚିକେନ୍‌
ଆବଶ୍ୟକ ଅନୁସାରେ ଲୁଣ

Garlic Chicken

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଓଭେନ୍‌କୁ ୪୨୫ ଡିଗ୍ରୀ ଫାରେନ୍‌ହାଇଟ୍‌ ବା ୨୨୦ ଡିଗ୍ରୀ ସେଲ୍‌ସିୟସ୍‌ରେ ପ୍ରି ହିଟ୍‌ କରନ୍ତୁ।
ଏବେ ଏକ କଡ଼େଇରେ କିଛି ଅଲିଭ୍‌ ଅଏଲ୍‌କୁ ଗରମ କରି ସେଥିରେ କଟା ରସୁଣ ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ହାଲ୍‌କା ଭାଜିଦିଅନ୍ତୁ। ଏହାକୁ ଆଉ ଏକ ପାତ୍ରରେ କାଢ଼ି ରଖନ୍ତୁ।
ଆଉ ଏକ ପାତ୍ରରେ ବ୍ରେଡ୍‌କ୍ରମସ୍‌, ଚିଜ୍‌ ଓ ସ୍ୱାଦ ଅନୁସାରେ ଲୁଣକୁ ଗୋଳାଇ ଦିଅନ୍ତୁ।
ଏବେ ରସୁଣ ଓ ଅଲିଭ ଅଏଲ୍‌ର ମିଶ୍ରଣକୁ ଚିକେନ୍‌ ଉପରେ ବ୍ରଶିଂ କରି ବ୍ରେଡକ୍ରମ୍ସ ଓ ଚିଜ୍‌ରେ ଗୋଳାଇ ବେକିଂ ଡିସ୍‌ରେ ରଖନ୍ତୁ।
ଏହାକୁ ୧୬୫ ଡିଗ୍ରୀ ଫାରେନ୍‌ହାଇଟ୍‌ ବା ୭୪ ଡିଗ୍ରୀ ସେଲସିୟସ୍‌ରେ ଓଭେନ୍‌ରେ ୩୦ରୁ ୩୫ ମିନିଟ୍‌ ପର୍ଯ୍ୟନ୍ତ ବେକ୍‌ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଗାର୍ଲିକ୍‌ ଚିକେନ୍‌। ଏହାକୁ ଆପଣ ରୁଟି, ପରଟା କିମ୍ବା ନାନ୍‌ ସହ ମଧ୍ୟ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button