ସ୍ୱାସ୍ଥ୍ୟ

ହୃଦୟକୁ ସଠିକ୍‌ ଭାବେ ସଂଚାଳନ କରିବା ପାଇଁ ଦିନକୁ ମାତ୍ର ୨ ଥର ଖାଆନ୍ତୁ ଦହି, ମିଳିବ ଅନେକ ଫାଇଦା

ଆପଣ ଶୁଣିଥିବେ କି, ଘରୁକୌଣସି ଶୁଭକାର୍ଯ୍ୟରେ ବାହାରକୁ ଗଲେ, ଘରର ଗୁରୁଜନ ଦହି ଖାଇବାକୁ ଦେଇଥାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଦହି ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ ବିଭିନ୍ନ ପ୍ରକାରର ଲାଭ ମିଳିଥାଏ। ଦିନକୁ ମାତ୍ର ଦୁଇ ଥର ଦହି ଖାଆନ୍ତୁ, ଆପଣଙ୍କୁ ମିଳିବ ବିଭିନ୍ନ ଫାଇଦା।

– ହୃଦୟକୁ ସଠିକ୍‌ ଭାବେ ସଂଚାଳିତ କରିବା ଶରୀରର କିଛି ପୌଷ୍ଟିକ ତତ୍ତ୍ୱର ଆବଶ୍ୟକତା ହୋଇଥାଏ। ଯାହା ଦହି ପୂରଣ କରିଥାଏ। ଦହିରେ ଥିବା ଭିଟାମିନି ବି ହୃଦ ସମ୍ବନ୍ଧୀୟ ରୋଗରୁ ବଞ୍ଚାଇଥାଏ। ଏହା ସହିତ ହାର୍ଟବିଟ୍‌କୁ ସନ୍ତୁଳିତ କରିଥାଏ ଦହି।

bp

– ବ୍ଲଡ ପ୍ରେସରକୁ ନିୟନ୍ତ୍ରିତ ରଖିବାରେ ବେଶି ସହାୟକ ହୋଇଥାଏ ଦହି। ବୈଜ୍ଞାନିକ ରିସର୍ଚ୍ଚ ଅନୁସାରେ ଦହିରେ ବହୁମାତ୍ରାରେ ପୋଟାସିୟମ ମାତ୍ରା ରହିଥାଏ। ତେଣୁ ଯଦି ଆପଣଙ୍କର ବ୍ଲଡ ପ୍ରେସର ରହିଥାଏ ,ତେବେ ଆପଣ ନିୟମିତ ଦହି ଖାଆନ୍ତୁ।

– ହାଡକୁ ମଜବୁତ କରିବା ପାଇଁ ଦହି ସେବନ କରିବା ଫାଇଦାଯୁକ୍ତ ହୋଇଥାଏ। ବୟସ୍କ ଠାରେ ଦେଖାଦେଉଥିବା ଅଷ୍ଟିଓପାରୋସିସି ରୋଗକୁ କମ୍‌ କରିବା ପାଇଁ ସକ୍ରିୟ ରୂପେ କାର୍ଯ୍ୟ କରିଥାଏ। ଦହିରେ ଥିବା କ୍ୟାଲିସିୟ ଏବଂ ପ୍ରୋଟିନର ମାତ୍ରା ହାଡକୁ ବିକାଶ କରିବା ସହ ମଜବୁତ କରିଥାଏ।

immuniy

– ଇମ୍ୟୁନିଟି ସିଷ୍ଟମକୁ ମଜୁବତ କରିଥାଏ ଦହି। ହଦିରେ ଥିବା ପ୍ରୋବାୟୋଟିକ ବ୍ୟାକ୍ଟେରିଆଲ ଇମ୍ୟୁନ ସେଲ୍ସକୁ ମଜବୁତ କରେ। ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ।

yy

– ଏହାଛଡା ଶରୀରର ଭିଟାମିନର ଅଭାବକୁ ପୂରଣ କରିଥାଏ ଦହି। ଦହିରେ ଥିବା ବେଫିଡୋ ବ୍ୟାକ୍ଟେରିଆ ଶାରୀରିକ କ୍ରିୟାକୁ ସଂପନ୍ନ କରିଥାଏ। ଏଥିରେ ଥାଏମିନ, ନିୟାସିନ, ଫଲେଟ, ଭିଟାମିନ ବି୬, ଭିଟାମିନ ବି ୧୨, ପୋଟାସିୟମ ଭଳି ପୋଷକ ତତ୍ତ୍ୱ ନିର୍ମାଣ କରି ଶରୀରରେ ପୂର୍ତ୍ତି କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button