ମନୋରଞ୍ଜନ

ଆଜି ଗୁଡ଼ ଫ୍ରାଇଡେରେ ବିନା ଓଭନ ବିନା ମଇଦା ବିନା ଅଣ୍ଡାରେ ବନାନ୍ତୁ ସ୍ପଞ୍ଜି ଟେଷ୍ଟି ଚକୋଲେଟ କେକ

ଆଜି ଗୁଡ଼ ଫ୍ରାଇଡେ। ତାହେଲେ ଘରେ କିଛି ସ୍ପେଶାଲ ହେବା ତ ନିହାତି ଦରକାର। ଲକଡାଉନ ପାଇଁ ଏବେ ସମସ୍ତେ ଘରେ, ଏହି ସମୟରେ ଆପଣ କିଛି ନୂଆ କରି ଘର ସବୁ ସଦସ୍ୟଙ୍କୁ ଦିଅନ୍ତୁ। ଦେଖିବେ କେମିତି ସମସ୍ତଙ୍କ ପ୍ରିୟ ପାତ୍ର ହୋଇଯିବେ। ଆଜି ଗୁଡ଼ ଫ୍ରାଇଡେ ଥିବାରୁ ଆପଣଙ୍କୁ ସ୍ପଞ୍ଜି ଚକୋଲେଟ କେକ ଶିଖାଇବୁ। ତାହା ପୁଣି ବିନା ଅଣ୍ଡା, ବିନା ଓଭନ, ବିନା ବେକିଂ ସୋଡା, ବିନା ମଇଦାରେ। ତାହେଲେ ଆସନ୍ତୁ ଜାଣିବା ଟେଷ୍ଟି ସ୍ପଞ୍ଜି ଚକୋଲେଟ କେକ ଆପଣ କେମିତି ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ

ବିସ୍କୁଟ – ୧ କିମ୍ବା ୨ ଛୋଟ ପ୍ୟାକେଟ
କ୍ଷୀର – ୨ କପ
ତେଲ – ୨ ଚାମଚ
ଚିନି – ଅଳ୍ପ
ଇନୋ – ଗୋଟେ ପ୍ୟାକେଟ
ଡେରିମିଳ୍କ ଚକୋଲେଟ – ୧

cakeପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଆପଣ ବିସ୍କୁଟକୁ ପ୍ୟାକେଟରୁ ବାହାର କରି ଭାଙ୍ଗି ଦିଅନ୍ତୁ ବା ଖଣ୍ଡ ଖଣ୍ଡ କରିଦିଅନ୍ତୁ। ଆପଣ ବିସ୍କୁଟକୁ ଗ୍ରାଇଣ୍ଡିଂ ମଧ୍ୟ କରିପାରିବେ। ଏହାପରେ ଏହାକୁ ଏକ ପାତ୍ରକୁ କାଢି ସେଥିରେ ଅଳ୍ପ ଚିନି, ତେଲ ଏବଂ କ୍ଷୀର ପକାଇ ଗୋଳାନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଏହି ପେଷ୍ଟ ଯେପରି ଅଧିକ ପତଳା କିମ୍ବା ଅଧିକ ବହଳିଆ ନ ନୁହେ। ଆପଣଙ୍କୁ ଏହା ଅଧିକ ବହଳିଆ ଲାଗିଲେ ଆପଣ ଏଥିରେ ଆଉ ଗୋଟେ ଚାମଚ କ୍ଷୀର ବି ପକାଇପାରିବେ। ଏହାପରେ ଏଥିରେ ଇନୋ ପକାଇ ଏହାକୁ ଭଲଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଏକ କେକ ଟିନ ବା ଏକ ବଡ ପାତ୍ର ନିଅନ୍ତୁ ଯେଉଁଥିରେ ଆପଣ କେକ ତିଆରି କରିବେ। ଏହି ପାତ୍ରରେ ଟିକେ ତେଲ ଲଗାଇ ଦିଅନ୍ତୁ।

ଏବେ ସେଥିରେ ମିଶ୍ରଣକୁ ଭର୍ତ୍ତି କରନ୍ତୁ। ଏହାପରେ ଏକ ଇଟାଲୀ ଛାଞ୍ଚ କିମ୍ବା ପ୍ରେସର କୁକରରେ ଏହି ମିଶ୍ରଣକୁ ରଖନ୍ତୁ। ପ୍ରାୟ ୨୫-୩୦ ମିନିଟ ପର୍ଯ୍ୟନ୍ତ ଧୀମା ଆଞ୍ଚରେ କେକକୁ ବେକ ହେବାକୁ ରଖିଦିଅନ୍ତୁ। ଏହାପରେ ଏକ ଛୁରୀ ଭର୍ତ୍ତି କରି ଦେଖନ୍ତୁ କେକ ହୋଇଛି କି ନାହିଁ। ଏବେ କେକକୁ ଥଣ୍ଡା କରି ସଜେଇ ଦିଅନ୍ତୁ। କେକ ଉପରେ ଚକଲେଟକୁ ମେଲଟ କରି ସଜାଇ ଦିଅନ୍ତୁ। ଆପଣ ଏହାକୁ ଡ୍ରାଏ ଫରୁଟ୍ସରେ ମଧ୍ୟ ସଜାଇ ପାରିବେ। ଏବେ ଆପଣଙ୍କ କେକ ପ୍ରସ୍ତୁତ ହୋଇଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button