ମନୋରଞ୍ଜନ

ପନିର ନୂହେଁ ଆଜି ଘରେ ବନାନ୍ତୁ ସ୍ୱାଦରେ ଭରା ପନିର ମଖନି

ଆବଶ୍ୟକୀୟ ସାମଗ୍ରୀ

  • ପନିର ୨୫୦ ଗ୍ରାମ
  • ଟମାଟୋ ଗୋଟିଏ
  • ପିଆଜ ଗୋଟିଏ
  • ଅଦା
  • ରସୁଣ
  • କଞ୍ଚାଲଙ୍କା
  • କାଜୁ
  • ତେଜପତ୍ର
  • ଲବଙ୍ଗ
  • ଡାଲଚିନି
  • ଅଳେଇଚ
  • ଲଙ୍କାଗୁଣ୍ଡ
  • ବଟର
  • କ୍ରିମ ଓ ମେଥିଗୁଣ୍ଡ
  • ଲୁଣ ସ୍ଵାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

ପନିର ମଖନି ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପ୍ୟାନରେ ଅଳ୍ପ ପାଣି ଗରମ୍ କରି ସେଥିରେ ଟମାଟୋ, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ତେଜପତ୍ର, ଲବଙ୍ଗ, ଡାଲଚିନି, ଅଳେଇଚ, ଲଙ୍କାଗୁଣ୍ଡ, କାଜୁ, ଅଳ୍ପ ବଟର ଓ ଲୁଣ ପକାଇ ଗୋଳାଇ କିଛି ସମୟ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ । ଏହିସବୁ ସିଝିଗଲା ପରେ ସେଥିରୁ ତେଜପତ୍ର, ଅଳେଇଚ କାଢ଼ି ଦେଇ ବାକି ସବୁକୁ ଭଲଭାବେ ପେଷ୍ଟ କରିଦିଅନ୍ତୁ । ବର୍ତ୍ତମାନ୍ ଏକ ପ୍ୟାନରେ ବଟର ଗରମ୍ କରନ୍ତୁ ତାପରେ ସେଥିରେ ଅଳ୍ପ କଟା ଅଦା ଓ କଞ୍ଚାଲଙ୍କା ପକାଇ ଭାଜନ୍ତୁ । ତାପରେ ଏଥିରେ ପନିର ପକାଇ ଅଳ୍ପ ଭାଜି ସେଥିରେ ଟିକେ ଲଙ୍କାଗୁଣ୍ଡ ପକାଇ ପେଷ୍ଟ କରି ରଖିଥିବା ମସଲାକୁ ପକାଇ ଦିଅନ୍ତୁ । ୫ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଫ୍ରାଏ କଲାପରେ ସେଥିରେ ଫ୍ରେସ୍ କ୍ରିମ ଓ ହାଲକା ମେଥିଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ଵାଦିଷ୍ଟ ପନିର ମଖନି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button