ସ୍ୱାସ୍ଥ୍ୟ

ସମସ୍ତ ମନୁଷ୍ୟ ମଧ୍ୟରେ ରହିଛି ଜୈବିକ ଶକ୍ତି, ଯାହା ବ୍ୟାକ୍ଟେରିଆ ଏବଂ ଭାଇରସ ଠାରୁ ଶରୀରକୁ କରିଥାଏ ରକ୍ଷା

କରୋନା ଭାଇରସ ହେଉ ଅବା ଅନ୍ୟ କୌଣସି ଭାଇରସ ସଂକ୍ରମଣ ହେଲ ଜ୍ୱର ହୋଇଥାଏ। ଆମ ଶରୀରରେ ଇମ୍ୟୁନିଟି ସିଷ୍ଟମ କମ୍‌ ହୋଇଗଲେ ହିଁ ଶରୀରକୁ କୌଣସି ଭାଇରସ ସଂକ୍ରମଣ କରିପାରନ୍ତି। କରୋନା ମଧ୍ୟ ଏକ ପ୍ରକାରର ବିଷାଣୁ। କିନ୍ତୁ ଏବେ ଏହି ଭାଇରସ ଯୋଗୁଁ ସମଗ୍ର ବିଶ୍ୱ ବହୁତ ଚିନ୍ତିତ ।

power

ଆଗ କାଳରୁ ବ୍ୟାକ୍ଟେରିଆଲ ସଂକ୍ରମଣ ସମଗ୍ର ଦୁନିଆରେ ରହିଥିଲା ଏବଂ ରହିବ। କେବଳ ମନୁଷ୍ୟ ନୁହେଁ, ସମସ୍ତ ଜୀବଜନ୍ତୁଙ୍କୁ ମଧ୍ୟ ଏହାର ସଂକ୍ରମଣ ହେବାର ଆଶଙ୍କା ରହିଛି। କିନ୍ତୁ ଆମ ମଧ୍ୟରେ ଏପରି ଏକ ଜୈବିକ ଶକ୍ତି ରହିଛି, ଯାହା ରୋଗ ପ୍ରତିରୋଧ କରିଥାଏ। ଏହିପାଇଁ ଏହାକୁ ରୋଗ ପ୍ରତିରୋଧକ ଶକ୍ତି କୁହାଯାଏ।

ସମସ୍ତ ସଜୀବଙ୍କ ଶରୀରରେ ଏକ ପ୍ରଭାବୀ ଇମ୍ୟୁନିଟି ସିଷ୍ଟମ ରହିଥାଏ, ଯାହା ରୋଗ କିମ୍ବା ଜୀବାଣୁ ସହିତ ଲଢିବାର କ୍ଷମତା ରଖିଥାଏ। ଏହି ଭାଇରସକୁ ଶରୀରରୁ ନଷ୍ଟ କରି ତାହାକୁ ସୁସ୍ଥ ବନାଇଥାଏ। ଇମ୍ୟୁନିଟ ସିଷ୍ଟମ ଗଡବଡ ହେଲେ ବାହାର ରୋଗବାହାକ, ବ୍ୟାକ୍ଟେରିଆ, ଭାଇରସ ଏବଂ ଫଙ୍ଗସ ଶରୀରକୁ ଏଣ୍ଟ୍ରି କରନ୍ତି। ତା’ ପରେ ଆମ ଶରୀରର ରୋଗାଗ୍ରସ୍ତ ହୋଇଯାଏ। ଏଥିପାଇଁ ଶରୀରର ରୋପ ପ୍ରତିରୋଧକ କ୍ଷମତାକୁ ବଢାଇବା ପାଇଁ ଇମ୍ୟୁନିଟିକୁ ମଜବୁତ କରିବା ଜରୁରୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button