ସ୍ୱାସ୍ଥ୍ୟ
ଗରମ ଦିନରେ ଶରୀରର ନିଅନ୍ତୁ ଖାସ୍ ଯତ୍ନ, ବ୍ୟବହାର କରନ୍ତୁ ଘର ତିଆରି ବଡି ୱାସ୍

ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଗଲାଣି। ଗରମ ଋତୁରେ ଝାଳ ବାହାରିବା, ପୋଡା ଜଳା, କୁଣ୍ଡେଇ ହେବା ଆଦି ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏହାସହିତ ତ୍ୱଚାରେ ବ୍ୟାକ୍ଟେରିଆ ବଢିବାର ଆଶଙ୍କା ଅଧିକା ରହିଥାଏ। ଯାହା ରୋଗ ମଧ୍ୟ ସୃଷ୍ଟି କରିଥାଏ। ଏମିତିରେ ଆପଣ ଏକ ଏମିତି ବଡି ୱାସ୍ ବ୍ୟବହାର କରିବା ଉଚିତ, ଯାହା ଶରୀରରେ ବ୍ୟାକ୍ଟେରିଆ ମୁକ୍ତ କରିଥାଏ ଏବଂ ଦୁର୍ଗନ୍ଧ ଦୂର କରିଥାଏ। ଏଥିପାଇଁ ଆଜି ଆପଣଙ୍କ ପାଇଁ ଏକ ଘର ତିଆରି ବଡି ୱାସ୍ ନେଇ ଆସିଛୁ। ଯାହା ଏହି ଗରମ ଦିନରେ ଆପଣଙ୍କ ପାଇଁ ବହୁତ ବଢିଆ ପ୍ରମାଣିତ ହୋଇଥାଏ।
ଆବଶ୍ୟକ ସାମଗ୍ରୀ
ମହୁ – ୧/୨ କପ
ଆଲମଣ୍ଡ ଅଏଲ – ୫ ଟେବୁଲ ଚାମଚ
ରୋଜ ଆସେନସିଆଲ ଅଏଲ – ୧୦ ବୁନ୍ଦା
ଲେମନ ଗ୍ରାସ ଆସେନସିଆଲ ଅଏଲ – ୫ ବୁନ୍ଦା
କ୍ୟାଷ୍ଟାଇଲ ସପ – ୩/୪ କପ
ପ୍ରସ୍ତୁତି ପ୍ରଣାଳୀ
- ଏକ ପାତ୍ର ନିଅନ୍ତୁ। ସେଥିରେ ସବୁ ଜିନିଷକୁ ପକାଇ ଏକ ଚାମଚ ସାହାଯ୍ୟରେ ମିକ୍ସ କରନ୍ତୁ।
- ଏହାକୁ ଗାଢ଼ା କରିବା ଯାଏଁ ଚଲାନ୍ତୁ। ଏବେ ଆପଣଙ୍କ ବଡି ୱାସ୍ ପ୍ରସ୍ତୁତ ହୋଇଯାଇଛି।
- ଏହି ମିଶ୍ରଣକୁ ଏୟାର ଟାଇଟ କଣ୍ଟେନରରେ ଭରନ୍ତୁ। ଏହାପରେ ଏହାକୁ ବ୍ୟବହାର କରିପାରିବେ।
- ହୋମମେଡ ବଡି ୱାସକୁ ବ୍ୟବହାର କରିବା ପାଇଁ ଏହାକୁ ଶୁଖିଲା ହାତରେ କଣ୍ଟେନରରୁ ବାହାର କରନ୍ତୁ।
- ଏହାକୁ ସାବୁନ କିମ୍ବା ସ୍କ୍ରବ ଭଳି ବ୍ୟବହାର କରିପାରିବେ।
- ଗାଧୋଇବା ପରେ ଶରୀରକୁ ନରମ ଟାୱେଲରେ ସଫା କରନ୍ତୁ।
- ଏହାସହିତ ମାଇଲଡ଼ ମଶ୍ଚରାଇଜର ନିଶ୍ଚୟ ଲଗାନ୍ତୁ।



