ଜାଣନ୍ତୁ ଋତୁ ପରିବର୍ତ୍ତନରେ ତ୍ୱଚା ଅଧିକ କୁଣ୍ଡେଇ ହେବା ସହ କାହିଁକି ଫୁଲିଯାଇଥାଏ

ଏକଜିମା ତ୍ୱଚା ସମ୍ବନ୍ଧୀୟ ରୋଗ, ଯେଉଁଥିରେ ଶରୀରରେ ଗୋଲ ଗୋଲ ଆକାରର ନାଲି ଦାଗ ହୋଇଯାଇଥାଏ। ଏଥିସହ ବାରମ୍ବାର କୁଣ୍ଡେଇ ହେବା ସହ ପୋଡା ମଧ୍ୟ ହୋଇଥାଏ। ଏହାମଧ୍ୟରୁ ଅନେକ ଥର ବ୍ୟାକ୍ଟେରିଆଲ ଇଂଫେକ୍ସନ କାରଣରୁ ମଧ୍ୟ ଏପରି ହୋଇଥାଏ। ଏହା ଏକ ପ୍ରକାର ଏଲର୍ଜି ବ୍ୟତୀତ ଋତୁ ପରିବର୍ତ୍ତନ ହେଉଥିବାରୁ ମଧ୍ୟ ପ୍ରଭାବିତ ହୋଇଥାଏ। ଏହି ସମସ୍ୟା ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କୁ କୌଣସି ବି ଋତୁରେ ହୋଇପାରେ। ତେବେ ଆସନ୍ତୁ ଜାଣିବା ଏପରି ଏଲର୍ଜି କାହିଁକି ହୋଇଥାଏ।

ଏକଜିମା ୪ପ୍ରକାରର
୧. କଣ୍ଟେକ୍ଟ
୨. ଏଟୋପିକ
୩. ଡିସ୍କାୟଡ଼
୪. ସେବୋରହୋଇକ
କଣ୍ଟେକ୍ଟ
-ସଂକ୍ରମଣ ବ୍ୟାପିବା ଏବଂ ବଢ଼ାଇବାର କାରକ ତ୍ୱଚାର ସମ୍ପର୍କରେ ଆସି ଏହାର କାରଣ ହୋଇଥାଏ। ଏଥିରେ କୌଣସି ପ୍ରକାର ଧାତୁ, ଅଳଙ୍କାର, ପାଉଡର, ସାବୁନ, ସୌନ୍ଦର୍ଯ୍ୟ ପ୍ରସାଧନ, ପରଫ୍ୟୁମ, କ୍ରିମ କିମ୍ଭା ଲୋସନ, ସାମ୍ପୁ ଆଦିରେ ଥିବା ରସାୟନ ଏଲର୍ଜି ସୃଷ୍ଟି କରିବା ସହ ବଢ଼ାଇଥାଏ।

ଏଟୋପିକ
-ଏହି ଏକଜିମା ଅଧିକା ହେବାର ଦେଖାଯାଇଥାଏ। ବଂଶଗତ ରୋଗ ହୋଇଥିବାରୁ ଏପରି ସମସ୍ୟା ଡେକାଯାଇଥାଏ।
ଡିସ୍କାୟଡ଼
-ଏହାକୁ ନୁମୁଲର ଏକଜିମା ମଧ୍ୟ କୁହାଯାଇଥାଏ, ଯାହା କ୍ରାନିକ ଡିଜିଜ ହୋଇଥାଏ। ସାଧାରଣତଃ ଏହାର କୌଣସି ନିଶ୍ଚିତ କାରଣ ନଥାଏ। ଏହା ପୋକ କାମୁଡିବା, ଫୁଲିବା କିମ୍ବା ଋତୁ ପରିବର୍ତ୍ତନ କାରଣରୁ ଅଧିକା ହୋଇଥାଏ।
ସେବୋରହୋଇକ
-ଅତ୍ୟଧିକ ଚିନ୍ତା, ଜିନରେ ପରିବର୍ତ୍ତନ ଏବଂ ତ୍ୱଚାରେ ଥିବା କିଟାଣୁ ଅଧିକ ସକ୍ରିୟତା ହେବା ଏହାର କାରଣ। ଏହି ଏକଜିମା ଅଧିକାଂଶ ଛୋଟ ପିଲାମାନଙ୍କ ମୁଣ୍ଡ ଓ କାନ ପଛପଟେ ଦେଖାଯାଇଥାଏ ଏବଂ ବଡ ଲୋକମାନଙ୍କ ତ୍ୱଚା ଓ ଛାତିର ମଧ୍ୟ ଭାଗରେ ହୋଇଥାଏ।



