ମନୋରଞ୍ଜନ

ମାର୍କେଟ ବନ୍ଦ ହେଲା ତ କଣ ହେଲା ଘରେ ବନାନ୍ତୁ ବଜାର ଭଳି ଟେଷ୍ଟି ଗୁପଚୁପ

ଲକଡାଉନ କାରଣରୁ ବଜାର ସବୁ ବନ୍ଦ। ବଜାରରେ ଲୋକମାନେ ସବୁଠାରୁ ଅଧିକ ଗୁପଚୁପ ଖାଇବାକୁ ପସନ୍ଦ କରନ୍ତି। ଗୁପଚୁପ ଲଭର ମାନେ ଏହାକୁ ନ ଖାଇ ପାଗଳ ହୋଇଗଲେଣି। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଗୁପଚୁପ ବନାଇବା ରେସିପି ଆଣିଛୁ। ବିଶ୍ୱାସ କରନ୍ତୁ ବଜାର ଠାରୁ ଆହୁରି ଟେଷ୍ଟି ତିଆରି ହେବ ଗୁପଚୁପ।

ଗୁପଚୁପ ପ୍ରସ୍ତୁତ କରିବା ପାଇଁ ସାମଗ୍ରୀ

ସୁଜି -ଏକ କପ
ଅଟା କିମ୍ବା ମଇଦା – ୧ କପ
ଲୁଣ – ୧ ବଡ ଚାମଚ
ବେକିଂ ପାଉଡର – ଏକ ଚିମୁଟାଏ
ପାଣି – ଆବଶ୍ୟକ ଅନୁଯାୟୀ
ତେଲ – ଛାଣିବା ପାଇଁ

panipuriଗୁପଚୁପ ପାଣି ବନାଇବା ପାଇଁ ସାମଗ୍ରୀ

ଧନିଆପତ୍ର – ୧ କପ
ପୋଦିନା ପତ୍ର – ଏକ କପ
କଞ୍ଚା ଲଙ୍କା – ୩
ଅଦା – ଏକ ଛୋଟ ଖଣ୍ଡ
ତେନ୍ତୁଳି ପାଣି – ଏକ କପ
ଲେମ୍ବୁ ରସ – ଦୁଇ ବଡ ଚାମଚ
ଗୋଲ ମରିଚ ପାଉଡର – ୧ ବଡ ଚାମଚ
ଲୁଣ – ସ୍ଵାଦନୁସାରେ
ଜିରା ପାଉଡର – ଦେଢ଼ ବଡ ଚାମଚ
ଧନିଆ ପାଉଡର – ୧ ବଡ ଚାମଚ
ଅମଚୁର ପାଉଡର – ୧ ବଡ ଚାମଚ

ଗୁପଚୁପରେ ଭରିବା ପାଇଁ ଆଳୁ

ଆଳୁ – ୫ଟି ସିଝା
କଳା ଚଣା – ଏକ କପ
ଧନିଆ ପାଉଡର – ୧ ବଡ ଚାମଚ
ଜିରା ପାଉଡର – ଏକ ବଡ ଚାମଚ
କଳା ଲୁଣ – ଏକ ବଡ ଚାମଚ
ଲୁଣ – ସ୍ଵାଦନୁସାରେ
ଧନିଆପତ୍ର – ୨ ବଡ ଚାମଚ

gupଗୁପଚୁପ ବନାଇବାର ପ୍ରସ୍ତୁତ ପ୍ରଣାଳୀ

ସର୍ବପ୍ରଥମେ ଏକ ବଡ ପାତ୍ର ସୁଜି, ଅଟା, ବେକିଂ ପାଉଡର ଏବଂ ଲୁଣ ମିଶାଇ ଭଲଭାବେ ମିକ୍ସ କରନ୍ତୁ। ଏହାପରେ ଏଥିରେ ପାଣି ପକାଇ ଭଲଭାବେ ଚକଟି ଦିଅନ୍ତୁ। ଏହି ଚକଟା ଯେମିତି ଅଧିକ ହାର୍ଡ ଅଧିକ ହେବା ଅନୁଚିତ। ଏହାପରେ ଏହି ଅଟାକୁ ଏକ ମୁଲାୟମ କପଡ଼ାରେ ଢାଙ୍କି ଅଧା ଘଣ୍ଟା ପର୍ଯ୍ୟନ୍ତ ଘୋଡାଇ ଦିଅନ୍ତୁ। ଅଧା ଘଣ୍ଟା ରଖିବା ପରେ କଡ଼ାରେ ତେଲ ଗରମ କରନ୍ତୁ। ଗୁପଚୁପକୁ ଛାଣିବା ପାଇଁ ତେଲ ଗରମ କରନ୍ତୁ। ଏହାପରେ ଚକଟି ରଖିଥିବା ଅଟା ଗୋଲାକୁ ଛୋଟ ଛୋଟ ଆକାରରେ ପୁରୀ ଭଳି ବେଲିଦିଅନ୍ତୁ। ଏହାପରେ ଏହାକୁ ନେଇ ଭଲଭାବେ ଛାଣନ୍ତୁ। ଏହାପରେ ଏହାକୁ ଢାଙ୍କି ଦିଅନ୍ତୁ।

ସେହିପରି ଗୁପଚୁପର ପାଣି ବନାଇବା ପାଇଁ ଗ୍ରାଇଣ୍ଡର ଜାରରେ ଧନିଆପତ୍ର, ପୋଦିନା ପତ୍ର, କଞ୍ଚା ଲଙ୍କା, ଅଦା, ଲେମ୍ବୁ ରସ ଏବଂ ତେନ୍ତୁଳି ପତ୍ର ପକାଇ ଦିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡିଂ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଛାଣି ଦିଅନ୍ତୁ ଏବଂ ଏହାକୁ ଏକ ପାତ୍ରକୁ କାଢି ଢାଙ୍କିକି ରଖନ୍ତୁ। ଏମିତି କଲେ ଗୁପଚୁପ ପୂରା କ୍ରିସ୍ପି ବନିବ।

ଏବେ ଏହି ପାଣିରେ ଧନିଆ ପାଉଡର, ଜିରା ପାଉଡର, ଲୁଣ, କଳା ଲୁଣ, ଅମଚୁର ପାଉଡର, ପକାଇ ଭଲଭାବରେ ମିକ୍ସ କରିଦିଅନ୍ତୁ। ଏଥିରେ ପ୍ରାୟ ଏକ ଲିଟର ପାଣି ନିଅନ୍ତୁ। ଏହାପରେ ଏହାକୁ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ଆପଣଙ୍କ ଗୁପଚୁପ ପାଣି ପ୍ରସ୍ତୁତ ହୋଇଯାଇଛି।

ଏବେ ଗୁପଚୁପର ଫିଲିଙ୍ଗ କରିବା ପାଇଁ ଏକ ପାତ୍ରରେ ସିଝା ଆଳୁ ନେଇ ଭଲ ଭାବରେ ଚକଟନ୍ତୁ। ଏବେ ଏଥିରେ କଳା ଚଣା, ଧନିଆ ପାଉଡର, ଜିରା ପାଉଡର, କଳା ଲୁଣ, ଲଙ୍କା ଗୁଣ୍ଡ ଏବଂ ଧନିଆ ପତ୍ର ମିଶାଇ ଦିଅନ୍ତୁ। ଏହି ସବୁକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କ ଗୁପଚୁପ ପ୍ରସ୍ତୁତ ହୋଇଯାଇଛି। ବାସ ଆପଣ ଆଜି ଘରେ ବନାନ୍ତୁ ଆଉ ମଜା ନିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button