ନିୟମିତ ଖାଆନ୍ତୁ ଏହି ସବୁ ଖାଦ୍ୟ, ଛୁ ମନ୍ତର ହେବ ଡାଇବେଟିସ ଓ ବ୍ଲଡ଼ ପ୍ରେସର ପରି ମାରାତ୍ମକ ରୋଗ

ବର୍ତ୍ତମାନ ସମୟରେ ବିଶ୍ୱ ବ୍ୟାପୀ ଲୋକେ ନିଜ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଲାଗି ପଡିଛନ୍ତି । ଏଥି ପାଇଁ ସବୁଠୁ ଜରୁରୀ ହେଉଛି ଉତ୍ତମ ତଥା ପୌଷ୍ଟିକ ଆହାର ସେବନ ଓ ଯଥା ସମ୍ଭବ ଶରୀରକୁ ଅନ୍ୟ ରୋଗ ଠାରୁ ଦୁରେଇ ରଖିବା । ଏହା ବାଦ କରୋନା ପରି ମାରାତ୍ମକ ଭାଇରସ ଠାରୁ ବର୍ତ୍ତିବା ପାଇଁ ଶରୀରର ବ୍ଲଡ଼ ସୁଗାର ଲେବଲକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ । ଏଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ ପ୍ରତିଦିନ ଖାଇଲେ ଆପଣଙ୍କ ଶରୀରର ରକ୍ତ ଶର୍କରା ନିୟନ୍ତ୍ରଣରେ ରହି ପାରିବ । ତେବେ ଆସନ୍ତୁ ସେ ସବୁ ବିଷୟରେ ଜାଣିବା ।

ଡ୍ରାଏ ଫ୍ରୁଟସ:
ଉଭୟ ଟାଇପ 1 ଓ ଟାଇପ 2 ଡାଇବେଟିସରୁ ରକ୍ଷା ପାଇବା ପାଇଁ ନିୟମିତ ଭାବେ ଡ୍ରାଏଫ୍ରୁଟସ ଖାଇବା ଉଚିତ । ପେସ୍ତା, ଅଖରୋଟ, କାଜୁ, ବ୍ରାଜିଲ ନଟ୍ସ , ବାଦାମ ପରି ଖାଦ୍ୟରେ ବ୍ଲଡ଼ ସୁଗାରକୁ କମ କରିବା ଗୁଣ ଗୁଡିକ ଭରପୁର ମାତ୍ରାରେ ଅଛି । ପ୍ରତିଦିନ ଖାଇଲେ ଏହା ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ ।
ଦହି:
ପ୍ରୋବାୟୋଟିକ ଗୁଣରେ ଭରପୁର ଦହିକୁ ସାଧାରଣତଃ ଦିନ ସମୟରେ ହିଁ ଖିଆଯାଇଥାଏ । ଆପଣ ହୁଏତ ଜାଣି ନଥିବେ ଏହା ଖାଇଲେ ଶରୀରକୁ ଡାଇବେଟିସ ସଂକ୍ରମଣ କରିବାର ଆଶଙ୍କା ଅନେକ ପରିମାଣରେ କମିଯାଇଥାଏ । ଏହା ହୃଦ ରୋଗୀଙ୍କ ପାଇଁ ବି ଏହା ଖୁବ ଉପଯୋଗୀ ।

ବ୍ରୋକୋଲି:
ଆଜିକା ସମୟରେ ପରିବା ମାର୍କେଟରେ ବ୍ରୋକୋଲି ଏକ ସାଧାରଣ ପରିବା ହୋଇଗଲାଣି । ଆଖି କୁ ସବୁଜ ଦେଖାଯାଉଥିବା ଏହି ପରିବା ସବୁଜ ପନିପରିବା ଗୁଡିକ ଭିତରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ଫୁଲ କୋବି ପରି ଦେଖାଯାଉଥିବା ଏହି ପରିବା ଟିରେ ଭରପୂର ମାତ୍ରାରେ ଭିଟାମିନ- ସି ସମେତ ପୋଟାସିୟମ ଓ ମ୍ୟାଗନେସିୟମ ଥାଏ ।
ଫ୍ଲେକ୍ସ ସିଡ:
ଡାଇବେଟିସ ରୋଗରୁ ରକ୍ଷା ପାଇବାରେ ଫ୍ଲେକ୍ସ ସିଡର ବି ଏକ ପ୍ରମୁଖ ଭୂମିକା ଅଛି । ଏଥିରେ ଥିବା ଫାଇବର ହୃଦ ରୋଗ ହେବାର ଆଶଙ୍କା କମ କରିବା ସହିତ ଶରୀରର ବ୍ଳଡ଼ ସୁଗାରକୁ ବି ନିୟନ୍ତ୍ରଣରେ ରଖିଥାଏ ।



