ମନୋରଞ୍ଜନ

ମିନିଟରେ ବନାନ୍ତୁ ପିଲାଙ୍କ ପସନ୍ଦ ଫ୍ରୁଟ୍‌ ଜାମ, ଏକଦମ ବଜାର ଭଳି ଟେଷ୍ଟ

ପିଲାଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ଜାମ ବହୁତ ପସନ୍ଦ ଆସିଥାଏ। ଲକଡାଉନ କାରଣରୁ ଏବେ ପ୍ରାୟ ଦୋକାନ ବଜାର ବନ୍ଦ। ଏମିତିରେ ଆପଣ ଘରେ ମଧ୍ୟ ବଜାର ଭଳି ଜାମ ବନାଇପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ସେଓ – ୬
ଅମୃତଭଣ୍ଡା – ୧
ଅଙ୍ଗୁର – ଏକ କିଲୋ
କଦଳୀ – ୩
ସପୁରୀ – ୧
ଲେମ୍ବୁ ରସ – ୧+୧/୨ ଚାମଚ
ସାଇଟ୍ରିକ ଏସିଡ – ୬ ଚାମଚ
ଚିନି – ଏକ କେଜି
ଲୁଣ – ସ୍ଵାଦ ଅନୁସାରେ

jamପ୍ରସ୍ତୁତି ପ୍ରଣାଳୀ

ଏକ ବଡ ପାତ୍ରରେ ଅମୃତଭଣ୍ଡା, ସେଓ ଏବଂ ସପୁରୀର ଚୋପା ଛଡାଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ଏକ ପ୍ୟାନରେ ଏକ ଲିଟର ପାଣି, କାଟି ରଖିଥିବା ଫଳ ପକାଇ ୧-୨ଥର ଫୁଟିବା ପର୍ଯ୍ୟନ୍ତ ଗ୍ୟାସ ଉପରେ ରଖନ୍ତୁ। ଗ୍ୟାସ ବନ୍ଦ କରି ପାଣିରୁ ଫଳକୁ ଛାଣି ଅଲଗା ରଖନ୍ତୁ। ଏବେ ଏହି ଫଳ ସହିତ କଦଳୀ, ଲେମ୍ବୁ ରସ ପକାଇ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏବେ ଗ୍ୟାସ ଉପରେ ଏକ ଫ୍ରାଇଂ ପ୍ୟାନ ରଖନ୍ତୁ। ସେଥିରେ ଫଳର ମିଶ୍ରଣ, ଚିନି ଏବଂ ଲୁଣ ପକାଇ ଧୀମା ଆଞ୍ଚରେ ଲଗାତର ଚଲାନ୍ତୁ। ଏବେ ଏଥିରେ ସାଇଟ୍ରିକ ଏସିଡ ମିଶାଇ ଲଗାତାର ଦୁଇ ମିନିଟ ପର୍ଯ୍ୟନ୍ତ ଚଲାନ୍ତୁ। ଏହା ଭଲ ଭାବେ ହୋଇଗଲା ପରେ ଚାମଚ ସାହାଯ୍ୟରେ ଜାମକୁ ଚେକ କରନ୍ତୁ। ଯଦି ଜାମ ଗୋଟିଏ ଜାଗାରେ ରହୁଥିବ କୁଆଡକୁ ବହି ଯାଉନଥିବ ତେବେ ଜାଣନ୍ତୁ ଆପଣଙ୍କ ଜାମ ପ୍ରସ୍ତୁତ ହୋଇଯାଇଛି। ଏବେ ଗ୍ୟାସ ବନ୍ଦ କରି ଏକ ଟାଇଟ କଣ୍ଟେନରରେ ଏହାକୁ ଭରି ଦିଅନ୍ତୁ ଏବଂ ଥଣ୍ଡା ହେବା ପରେ ଫ୍ରିଜରେ ରଖି ଦିଅନ୍ତୁ। ଥଣ୍ଡା ହେବା ପରେ ବ୍ରେଡ଼ କିମ୍ବା ରୁଟିରେ ଏହା ଘର ତିଆରି ଜାମକୁ ଲଗାଇ ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button