ଘରେ ଅଛନ୍ତି କିଛି ନୂଆ ଟ୍ରାଏ କରନ୍ତୁ ଆଜି ବନାନ୍ତୁ ‘ସ୍ପାଇସି ସୋୟା ଚଙ୍କସ୍’

ଚଟପଟା ସ୍ନାକସ୍ ଆପଣଙ୍କ ଦିନକୁ ସୁନ୍ଦର ବନାଇପାରେ। ଆଜି କିଛି ନୂଆ ଟ୍ରାଏ କରନ୍ତୁ। ଦେଖିବେ ପରିବାର ଲୋକଙ୍କର ପ୍ରିୟପାତ୍ରୀ ହୋଇପାରିବେ। କୁହନ୍ତି କାହାର ଭଲପାଇବା ଚାହୁଁଥିଲେ ଆଗ ତାଙ୍କର ପେଟ ଶାନ୍ତି କରିବାକୁ ପଡିବ। ଆପଣ ତାଙ୍କର ପ୍ରିୟ ହେବାପାଇଁ କିଛି ସୁଆଦିଆ ରେସିପି ବନାଇ ଖୁଆନ୍ତୁ। ତାହେଲେ ଆଜି ଆପଣ ପ୍ରସ୍ତୁତ କରନ୍ତୁ ‘ସ୍ପାଇସି ସୋୟା ଚଙ୍କସ୍’। ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
ଦୁଇ ଚାମଚ ଦହି
ଏକ ଚାମଚ ଅଦା ରସୁଣ ପେଷ୍ଟ
୧/୪ ଚାମଚ ଚାଟ ମସଲା
୧/୪ ଚାମଚ ଲାଲ ଲଙ୍କା
ଚିମୁଟାଏ ଅରେଞ୍ଜ କଲର
ସିଝା ସୋୟା ଚଙ୍କସ୍
ଲୁଣ ସ୍ଵାଦନୁସାରେ
ପ୍ରସ୍ତୁତି ପ୍ରଣାଳୀ
ସ୍ପାଇସି ସୋୟା ଚଙ୍କସ୍ ବନାଇବା ପାଇଁ ସର୍ବ ପ୍ରଥମେ ଏକ ପାତ୍ରରେ ଦହି ପକାନ୍ତୁ। ଏହାପରେ ଏଥିରେ ଅଦା ରସୁଣ ପେଷ୍ଟ , ଲୁଣ, ଗରମ ମସଲା ପକାଇ ଫେଣ୍ଟନ୍ତୁ।
ଏହାପରେ ଏଥିରେ ଲାଲ ଲଙ୍କା ପାଉଡର, ଅରେଞ୍ଜ କଲର, ସିଝା ସୋୟା ଚଙ୍କସ୍ ପକାଇ ମିଶାନ୍ତୁ। ଏହାପରେ ପ୍ୟାନରେ ତେଲ ପକାଇ ସୋୟା ଚଙ୍କସ୍ ମିଶାନ୍ତୁ।
ଭଲ ଭାବେ ଫ୍ରାଏ କରି ଏହାକୁ ବାହାରକୁ ବାହାର କରିଦିଅନ୍ତୁ। ଏଥିରେ ଲେମ୍ବୁ ରସ ପକାନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ସ୍ପାଇସି ସୋୟା ଚଙ୍କସ୍ ରେସିପି। ଏହାକୁ ସର୍ଭିଙ୍ଗ ବାଉଲକୁ ବାହାର କରି ଧନିଆପତ୍ରରେ ସଜାଇ ଦିଅନ୍ତୁ। ଦେଖିବେ ଏହାର ସ୍ଵାଦରେ ଆପଣ ଆଙ୍ଗୁଳି ଚାଟିକି ରହିବେ।



