କାନ ଇନଫେକ୍ସନକୁ ଚୁଟକିରେ ଦୂର କରେ ଏହି ଘରୋଇ ଉପଚାର, ବ୍ୟବହାର କରି ଦେଖନ୍ତୁ

କାନରେ ହେଉଥିବା ଛୋଟିଆ ଇନଫେକ୍ସନ ପାଇଁ ମଧ୍ୟ ବହୁତ ଯନ୍ତ୍ରଣା ହୋଇଥାଏ। କାନରେ ସଂକ୍ରମଣ ବ୍ୟାକ୍ଟେରିଆ, ଭାଇରସ କମ୍ବ ଫଙ୍ଗସ କାରଣରୁ ହୋଇଥାଏ। ଏହି ଅସହ୍ୟ ଯନ୍ତ୍ରଣାରୁ ରକ୍ଷା ପାଇବାକୁ ମଧ୍ୟ ବଜାରରେ ଅନେକ ମେଡ଼ିସିନ ଉପଲବ୍ଧ ରହିଛି। କିନ୍ତୁ ଆପଣ ମେଡ଼ିସିନ ପରିବର୍ତ୍ତେ ଘରୋଇ ଚିକିତ୍ସା ଦ୍ୱାରା ମଧ୍ୟ କାନ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ଆଜି ଆମେ ଆପଣଙ୍କୁ ସେହି ଘରୋଇ ଉପଚାର ବିଷୟରେ ଜଣାଇବୁ।
କାନରେ ସଂକ୍ରମଣ ହେଲେ ଦୁଇ ବୁନ୍ଦା ରସୁଣ ରସରେ ଏକ ବୁନ୍ଦା ଅଲିଭ ଅଏଲ ମିକ୍ସ କରନ୍ତୁ। ଏହି ପେଷ୍ଟକୁ ବ୍ୟାକ୍ଟେରିଆ ନାଶକ ପାଇଁ ବହୁତ ଶକ୍ତିଶାଳୀ ଧରାଯାଏ। ଆପଣ ଏହି ତେଲକୁ ତୁଳା ସାହାଯ୍ୟରେ କାନରେ ଲଗାନ୍ତୁ। ଦେଖିବେ ଆପଣଙ୍କୁ ଉପଶମ ମିଳିବ।
ଏହି ଉପାୟ କେବଳ ଇନଫେକ୍ସନ ବ୍ୟତୀତ ପେଟ ଯନ୍ତ୍ରଣା, ଅସାମାନ୍ୟ ରକ୍ତସ୍ରାବ କିମ୍ବା ଆଘାତ, ବାନ୍ତି, ଯୋନି ସ୍ରାବ ଏବଂ କୁଣ୍ଡେଇ ହେବା ଆଦି ସମସ୍ୟାରେ ମଧ୍ୟ ବ୍ୟବହାର କରିପାରିବେ। କିନ୍ତୁ ଏହା ଧ୍ୟାନ ରଖନ୍ତୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଥରେ ଡ଼ାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ।



