ସ୍ୱାସ୍ଥ୍ୟ

କମଳା ଖାଇବା କେବଳ ଶରୀରକୁ ଫାଇଦା ନୁହେଁ ହାନି ମଧ୍ୟ ପହଞ୍ଚାଇଥାଏ, ଜାଣନ୍ତୁ କିପରି ?

ଖଟାମିଠା ସ୍ୱାଦରେ ଭରପୂର କମଳା। ଆପଣ ସମସ୍ତଙ୍କୁ ପସନ୍ଦ। ଏଥିରେ ଭରପୂର ମାତ୍ରାରେ ଭିଟାମିନ ସି, ଏ, ବି, କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ, ଫସଫରସ ଏବଂ ପୋଷକ ତତ୍ତ୍ୱ ରହିଥାଏ। କମଳା ଖାଇବା ଶରୀର ପାଇଁ ବହୁତ ଫାଇଦା ଦେଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏହି କମଳା ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ। କମଳାରେ ଥିବା ଫାଇବର ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ। ଏହାସହିତ ନିୟମିତ କମଳା ଜୁସ ପିଇବା ଦ୍ୱାରା ଓଜନ ବଢିବାର ସମସ୍ୟା ମଧ୍ୟ ଦେଖାଦିଏ। ଏଥିରେ ଥିବା କାର୍ବୋ ହାଇଡ୍ରେଟ ରକ୍ତରେ ଥିବା ଗ୍ଲାଇସେମିକ ଇଣ୍ଡେକ୍ସର ଲୋଡକୁ ବଢାଇଦିଏ। ଯାହା ଓଜନ ବଢାଏ, ତେଣୁ ଅଧିକ କମଳା ଖାଇବା ଶରୀର ପ୍ରତି ହାନିକାରକ। ଆସନ୍ତୁ ଜାଣିବା କମଳା ଖାଇବା ଦ୍ୱାରା ଆଉ କ’ଣ କ୍ଷତି ହୋଇଥାଏ..

or

– ଅଧିକ ମାତ୍ରାରେ କମଳା ଖାଇଲେ ପାଚନ କ୍ରିୟା ଉପରେ ସିଧାସଳଖ ପ୍ରଭାବ ପଡିଥାଏ। ଏଥିପାଇଁ କମଳା ଅଧିକ ଖାଇଲେ ପେଟରେ ଯନ୍ତ୍ରଣା ହେବା ସହ ଝାଡା ଭଳି ସମସ୍ୟା ଦେଖାଦିଏ।

– ଅଧିକ କମଳା ଜୁସ୍‌ ପିଇଲେ ବ୍ଲଡସୁଗାର ଲେବର ବଢିଥାଏ, ଏମିତିରେ ବ୍ଲଡ ସୁଗାର ଲେବରକୁ ସନ୍ତୁଳିତ ରଖିବା ପାଇଁ କମ୍‌ କମଳା ଜୁସ ପିଅନ୍ତୁ।

juice

– କମଳାରେ ଥିବା କାର୍ବୋ ହାଇଡ୍ରେଟ ଗ୍ଲାଇସେମିକ ଇଣ୍ଡେକ୍ସର ଲୋଡକୁ ବଢାଇଦିଏ, ଫଳରେ ଭୋକ ଲାଗିଥାଏ। ଭୋକ ଲାଗିବାରୁ ଆପଣ ଖାଇଲେ ଓଜନ ବଢିଯାଏ।

– କମଳା ଜୁସ୍‌ ଇନଷ୍ଟାଣ୍ଟ ଏନର୍ଜି ପ୍ରଦାନ କରିଥାଏ। ଯଦି ଆପଣଙ୍କର ଏନର୍ଜି କମ୍‌ ରହିଥାଏ, ତେବେ ଏହାର ସେବନ କରିବା ଦ୍ୱାରା ଏନର୍ଜି ଲେବଲ ଅନିୟନ୍ତ୍ରିତ ହୋଇଯାଏ। ସେହିପରି ଅଧିକ ଜୁସ ପିଇଲେ ଦାନ୍ତ ସମସ୍ୟା ଦେଖାଦିଏ। କମଳା ଜୁସରେ ଥିବା ଏସିଡ ଦାନ୍ତ ଇନାମେଲରେ ଥିବା କ୍ୟାଲିସିୟମ ସହିତ ମିଶି ପ୍ରତିକ୍ରିୟା କରିଥାଏ, ଫଳରେ ଦାନ୍ତରେ ବ୍ୟାକ୍ଟେରିଆଲ ସଂକ୍ରମଣ ଦେଖାଦିଏ।

orange

– କମଳାରେ ଅତ୍ୟଧିକ ମାତ୍ରାରେ କ୍ୟାଲସିୟମ ରହିଥାଏ। ଯାହା ହାଡକୁ ଦୁର୍ବଳ କରିଦିଏ। ଏମିତିରେ ଅଷ୍ଟିଓପୋରସିସି ରୋଗ ହେବାର ଆଶଙ୍କା ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button