ମନୋରଞ୍ଜନ

ଆଜି ହିଁ ଘରେ ବନାଇ ଖାଆନ୍ତୁ କିଛି ନୂଆ, ସ୍ଵାଦରେ ଜବରଦସ୍ତ ଆଳୁ ସୁଜି ଫିଙ୍ଗର୍ସ

ଲକଡାଉନ କାରଣରୁ ଲୋକମାନେ ବାହାର ଖାଦ୍ୟକୁ ବହୁତ ମିସ କରୁଛନ୍ତି। ଲକଡାଉନର ଏହି ସମୟରେ ସମସ୍ତେ ନିଜ ଘରେ ରହୁଛନ୍ତି। ଆଉ ଘରେ ରହିଲେ ସବୁବେଳେ କିଛି ନା କିଛି ନୂଆ ଖାଇବାକୁ ଇଚ୍ଛା ହୋଇଥାଏ। ତେଣୁ ଆଜି ଆପଣଙ୍କ ପାଇଁ ‘ଆଳୁ ସୁଜି ଫିଙ୍ଗର୍ସ’ ରେସିପି ନେଇ ଆସିଛୁ। ଯାହାକୁ ଆପଣ ଅତି ସହଜରେ ବନାଇପାରିବେ। ଏହା ବହୁତ ସ୍ୱାଦିଷ୍ଟ ହେବା ସହିତ ଜବରଦସ୍ତ ମଜା ମଧ୍ୟ ଦେଇଥାଏ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ସୁଜି – ୧/୨ କପ
ସିଝା ଆଳୁ – ୪ଟି
ଧନିଆପତ୍ର – ୧/୨ କପ
କଞ୍ଚା ଲଙ୍କା – ୬ଟି
ଲୁଣ – ସ୍ଵାଦନୁସାରେ
ଗରମ ମସଲା – ଅଧା ଟେବୁଲ ଚାମଚ
ଚାଟ ମସଲା – ଅଧା ଚାମଚ
ଅମଚୁର ପାଉଡର – ଅଧା ଟେବୁଲ ଚାମଚ
ଅଦା ରସୁଣ ପେଷ୍ଟ – ୧ ଚାମଚ
ଜିରା ପାଉଡର – ଅଧା ଚାମଚ
ଧନିଆ ପାଉଡର – ଅଧା ଚାମଚ
ତେଲ – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ଅଧା କପ ପାଣି ନେଇ ଗରମ କରନ୍ତୁ। ପାଣିରେ ଏକ ଛୋଟ ଚାମଚ ତେଲ ପକାନ୍ତୁ। ଯେତେବେଳେ ପାଣି ଫୁଟିବାକୁ ଲାଗିବ ସେତେବେଳେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏହାପରେ ଏଥିରେ ସୁଜି ପକାଇ ମିକ୍ସ କରନ୍ତୁ ଏବଂ ୨-୩ ମିନିଟ ପାଇଁ ଘୋଡାଇ ରଖନ୍ତୁ। ଏବେ ଏହାକୁ ଏକ ପ୍ଲେଟରେ ବାହାର କରି ଆଳୁ, ଲୁଣ, ଅଦା ରସୁଣ ପେଷ୍ଟ, କଞ୍ଚା ଲଙ୍କା ସମସ୍ତ ମସଲା ଏବଂ ଧନିଆପତ୍ର ପକାଇ ଭଲଭାବରେ ମିକ୍ସ କରନ୍ତୁ। ଏବେ କଡ଼ାରେ ତେଲ ଗରମ କରନ୍ତୁ। ଏହାପରେ ହାତରେ ତେଲ ଲଗାଇ ସୁଜିର ମିଶ୍ରଣକୁ ଭଲ ଭାବେ ଚକଟି ଦିଅନ୍ତୁ। ଏବେ ଏହି ମିଶ୍ରଣରୁ ଅଳ୍ପ ନେଇ ହାତରେ ଛୋଟ ଛୋଟ ରୋଲସ୍ ବନାଇ ଦିଅନ୍ତୁ। ଏହାପରେ ତେଲରେ ଗୋଟେ ପରେ ଗୋଟେ ଫ୍ରାଏ କରନ୍ତୁ। ଏବେ ଏହାକୁ ପ୍ଲେଟରେ କାଢି ଟମାଟୋ ସସ୍ ଲଗାଇ ଭରପୂର ମଜା ନିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button